ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ଝାରସୁଗୁଡ଼ା ପାଇଁ ଅଭିଶାପ ବେଦାନ୍ତର ବିଷାକ୍ତ ପାଉଁଶ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ପରିବେଶ ମନ୍ତ୍ରୀ

Published By : Tapas Panda | December 5, 2024 7:33 PM

ଝାରସୁଗୁଡ଼ା: ଝାରଗୁଡ଼ାବାସୀଙ୍କୁ ଅଣ ନିଃଶ୍ବାସୀ କରିପକାଇଛି ବେଦାନ୍ତ ପାଓ୍ବାର ପ୍ଲାଣ୍ଟରୁ ନିର୍ଗତ ବିଷାକ୍ତ ପାଉଁଶ । ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଦାନ୍ତ ପାଓ୍ବାର ପ୍ଲାଣ୍ଟରୁ ନିର୍ଗତ ବିଷାକ୍ତ ପାଉଁଶ ପଡ଼ିବାକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଏହି ସମସ୍ୟାକୁ ନେଇ ଅକ୍ଟୋବର ୧୨ରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ । ଏହା ପରେ ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌ର ମନମୁଖୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଝାରସୁଗୁଡ଼ାର ବିଭିନ୍ନ ଅଞ୍ଚଳରେ ବେଦାନ୍ତ ପାଓ୍ବାର ପ୍ଲାଣ୍ଟ ପକ୍ଷରୁ ଡମ୍ପ୍‌ କରାଯାଉଥିବା ଫ୍ଲାଇ ଆସ୍‌ ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ କେନ୍ଦ୍ରମନ୍ତ୍ରୀ ଏକ ଉଚ୍ଚସ୍ତରୀୟ କମିଟି ଗଠନ ଲାଗି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ।

 ପ୍ରଦୀପ ପୁରୋହିତ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଦେଇଥିବା ଚିଠିରେ ଲେଖିଥିଲେ, ‘ଝାରସୁଗୁଡ଼ାରେ ଥିବା ବେଦାନ୍ତ ପାଓ୍ବାର ପ୍ଲାଣ୍ଟ କୋଇଲାରୁ ବିଜୁଳି ଉତ୍ପାଦନ କରୁଛି । ଏଥିରୁ ନିର୍ଗତ ହେଉଥିବା ‘ଫ୍ଲାଇ ଆସ୍‌’ (ପାଉଁଶ) ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ୍‌ ଭାବେ ପକାଯାଉଛି । ତେବେ ପାଓ୍ବର ପ୍ଲାଣ୍ଟରୁ ନିର୍ଗତ ବିଷାକ୍ତ ପାଉଁଶକୁ ପାଣିରେ ମିଶାଇ ପାଉଁଶ ପୋଖରୀରେ ପକାଇବା କଥା । ବିଜୁଳି ଉତ୍ପାଦନ ହେଉଥିବା ଏହି ପ୍ଲାଣ୍ଟରୁ ନିର୍ଗତ ପାଉଁଶରେ ନିକେଲ, ଆର୍ସେନିକ, ଲେଡ୍‌, କ୍ରୋମିୟମ, ମର୍କ୍ୟୁରି ଭଳି ବିଷାକ୍ତ କେମିକାଲ ଥିବା ବେଳେ ଏହା ରେଡିଓ ଆକ୍ଟିଭ୍‌ ହୋଇଥାଏ । ଏହି ପାଉଁଶକୁ ଖୋଲାରେ ପକାଇବା ଦ୍ବାରା ଭୂମି ଏବଂ ଭୂତଳ ଜଳ ଜହର ପାଲଟିଯାଏ ।’ 

 ସାଂସଦ ଆହୁରି ଲେଖିଥିଲେ ଯେ, ଯଦିଓ ବେଦାନ୍ତ ପକ୍ଷରୁ କେତେକ ପରିବହନ କମ୍ପାନିକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପାଉଁଶ ପକାଇବାକୁ ଦାୟିତ୍ବ ଦିଆଯାଇଛି । କିନ୍ତୁ ସେମାନେ ବେଆଇନ୍ ଭାବେ ଏହି ବିଷାକ୍ତ ପାଉଁଶକୁ ଏନଏଚ ୪୯ କଡ଼ରେ ଖୋଲା ଆକାଶ ତଳେ ପକାଉଛନ୍ତି ।  ବିଭିନ୍ନ ଖବର କାଗଜ ଏବଂ ସୋସିଆଲ ମିଡିଆରେ ଏହି ବେଆଇନ୍‌ ଡମ୍ପିଂ ସଂପର୍କରେ ଖବର ପ୍ରକାଶ ପାଉଛି । ଝାରସୁଗୁଡ଼ା ଜୀବନ ରେଖା କୁହାଯାଉଥିବା ଇବ ଏବଂ ଭେଡେନ୍‌ ନଦୀ କୂଳରେ ବିଭିନ୍ନ କମ୍ପାନି ବିଷାକ୍ତ ପାଉଁଶ ପକାଉଥିବା ନେଇ ଅଭିଯୋଗ ହୋଇଆସିଛି । ଏପରିକି ଏହି ବିଷାକ୍ତ ପାଉଁଶ ନଦୀ ଜଳରେ ଭାସୁଛି ବୋଲି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଜଣାଇଥିଲେ ପ୍ରଦୀପ । 

 ସେପଟେ ରାସ୍ତାକଡ଼, ନଦୀ  ଏବଂ ଜଙ୍ଗଲରେ ପକାଇଥିବା ପାଉଁଶକୁ ପରିସ୍କାର କରିବା ଲାଗି କମ୍ପାନିକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ସାଂସଦ । ସେସବୁ ସ୍ଥାନଗୁଡ଼ିକରେ କମ୍ପାନି ଗ୍ରୀନ ବେଲ୍ଟ ତିଆରି କରିବା ଦରକାର ଏବଂ ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକା ଅନୁସାରେ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ପ୍ରଦୀପ ପୁରୋହିତ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.