ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

Russia: କିମ୍ ଜୋଙ୍ଗ୍-ଉନଙ୍କୁ ଧନ୍ୟବାଦ ଜଣାଇଲେ ଭ୍ଲାଦିମିର ପୁଟିନ; ୟୁକ୍ରେନ ଯୁଦ୍ଧରେ ଋଷିଆକୁ ଦେଇଥିଲା ସୈନ୍ୟ ସହାୟତା

Published By : Bijay Swain | April 28, 2025 6:14 PM

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍-ଉନଙ୍କୁ ରୁଷିଆ ପାଇଁ ସୈନ୍ୟ ପଠାଇବା ନେଇ ଧନ୍ୟବାଦ ଜଣାଇଛନ୍ତି। ଏହି ସୈନ୍ୟମାନେ ରୁଷିଆର କୁର୍ସ୍କ ଅଞ୍ଚଳରେ ରୁଷ ସୈନ୍ୟଙ୍କ ସହିତ ମିଳିତ ଭାବେ ୟୁକ୍ରେନ୍ ସୈନ୍ୟମାନଙ୍କ ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି। ଉତ୍ତର କୋରିଆର ପ୍ରଥମ ଥର ପାଇଁ ସରକାରୀ ଭାବେ ସୈନ୍ୟ ପଠାଇବା କଥା ମଧ୍ୟ ଘୋଷଣା କରିଛି। 

କ୍ରେମଲିନ୍ ଦ୍ୱାରା ଜାରି ଏକ ବିବୃତିରେ ପୁଟିନ୍ ଉତ୍ତର କୋରିଆର ସୈନିକମାନଙ୍କର ସାହସିକତା ଏବଂ ଉଚ୍ଚସ୍ତରୀୟ ପ୍ରଶିକ୍ଷଣର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଉତ୍ତର କୋରିଆର ସୈନିକମାନେ ରୁଷ ସୈନ୍ୟଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଆମ ମାତୃଭୂମିର ରକ୍ଷା କରୁଛନ୍ତି।” ଏହା ପୂର୍ବରୁ ଉତ୍ତର କୋରିଆ ନିଜର ସୈନ୍ୟ ପଠାଇବା ନେଇ ସରକାରୀ ସ୍ତରରେ ମଧ୍ୟ ଘୋଷଣା କରିଥିଲା। ଯାହା କିମ୍ ଜୋଙ୍ଗ୍-ଉନଙ୍କ ନିର୍ଦ୍ଦେଶରେ କରାଯାଇଥିଲା ବୋଲି ସୂଚନା ରହିଛି।

ଖବର ଅନୁଯାୟୀ, ଉତ୍ତର କୋରିଆ ଗତ ବର୍ଷ ଠାରୁ ଏଯାଏ ପ୍ରାୟ ୧୦,୦୦୦ରୁ ୧୨,୦୦୦ ସୈନ୍ୟଙ୍କୁ ରୁଷିଆକୁ ପଠାଇଛି। ଏହି ସୈନ୍ୟମାନେ ବିଶେଷ କାର୍ଯ୍ୟକାରୀ ବାହିନୀର ଅଂଶ ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ରୁଷ ସୈନ୍ୟ ବିଭାଗରେ କାର୍ଯ୍ୟ କରିବା ପାଇଁ ରୁଷୀୟ ସାମରିକ ବିଭାଗ ପକ୍ଷରୁ ପୋଷାକ, ଅସ୍ତ୍ରଶସ୍ତ୍ର ଏବଂ ପରିଚୟ ପତ୍ର ମଧ୍ୟ ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ, ଉତ୍ତର କୋରିଆ ରୁଷିଆକୁ ବହୁ ସଂଖ୍ୟାରେ ଆର୍ଟିଲେରୀ ଶେଲ୍ ଏବଂ ଆଣ୍ଟି-ଟ୍ୟାଙ୍କ ରକେଟ୍ ମଧ୍ୟ ଯୋଗାଇଛି।

ଏହି ସାମରିକ ସହଯୋଗ ରୁଷିଆ ଏବଂ ଉତ୍ତର କୋରିଆ ମଧ୍ୟରେ ଏକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିର ଅଂଶ ବୋଲି କୁହାଯାଉଛି। ଯାହା ଗତ ବର୍ଷ ଜୁନ୍ ମାସରେ ପୁଟିନଙ୍କ ପ୍ୟୋଙ୍ଗୟାଙ୍ଗ ଗସ୍ତ ସମୟରେ ସ୍ୱାକ୍ଷରିତ ହୋଇଥିଲା। ଏନେଇ ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରି କହିଛନ୍ତି ଯେ, ଏହି ସହଯୋଗ ବଦଳରେ ଉତ୍ତର କୋରିଆ ରୁଷିଆଠାରୁ ଉନ୍ନତ ସାମରିକ ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୈତିକ ସହାୟତା ପ୍ରାପ୍ତ କରିଛି। ଯାହା ଉତ୍ତର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମକୁ ଆହୁରି ଶକ୍ତିଶାଳୀ କରିବାରେ ସହାୟକ ହେବ।

ୟୁକ୍ରେନ୍ ଏହି ଘଟଣାକୁ ନେଇ କହିଛି ଯେ, ଉତ୍ତର କୋରିଆର ସୈନ୍ୟ ମୋତୟାନ ଯୁଦ୍ଧରେ ଏକ ନୂଆ ମୋଡ଼ ଆଣିପାରନ୍ତି। ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ଆନ୍ତର୍ଜାତୀୟ ସମୁଦାୟକୁ ଏହାର ବିରୋଧ କରିବାକୁ ଆହ୍ୱାନ କରିଛନ୍ତି। ତେବେ ଏହି ଘଟଣା ଆନ୍ତର୍ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.