ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପିଲାଙ୍କ ପିତାମାତାଙ୍କ ନିମନ୍ତେ ସତର୍କ ଘଣ୍ଟି, ସଡକ ଦୁର୍ଘଟଣାରେ ଦିନକୁ ଯାଉଛି ୨୬ ପିଲାଙ୍କ ଜୀବନ

Published By : Prameya | November 17, 2024 10:33 AM

ନୂଆଦିଲ୍ଲୀ,୧୭/୧୦: ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ୧୮ ବର୍ଷରୁ  କମ୍‌ ବୟସର ପିଲାଙ୍କ ପିତାମାତାଙ୍କ ନିମନ୍ତେ ସତର୍କ ଘଣ୍ଟି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ମୁତାବକ, ୨୦୨୩ରେ ହୋଇଥିବା ସଡ଼କ ଦୁର୍ଘଟଣାରେ  ୧୮ ବର୍ଷରୁ କମ୍‌ ବୟସର ୯ ହଜାର ୪୮୯  ପିଲାଙ୍କ ମୃତ୍ୟୁ ଘଟିଛି । ଅର୍ଥାତ୍‌ ପ୍ରତିଦିନ ଦେଶରେ ୨୬ ପିଲା ସଡ଼କ ଦୁର୍ଘଟଣାରେ  ପ୍ରାଣ ହରାଇଛନ୍ତି । 

ବଡ଼ କଥା ହେଉଛି ବିନା ଲାଇସେନ୍ସରେ ଗାଡ଼ି ଚଳାଇ ଗତବର୍ଷ ୨,୫୩୭  ପିଲାଙ୍କ ମୃତ୍ୟୁ ହୋଇଛି । ଏହାର ଅର୍ଥ ପ୍ରତିଦିନ ଦେଶରେ ବିନା ଲାଇସେନ୍ସରେ ଗାଡ଼ି ଚଳାଇ  ୭ ନାବାଳକ ପ୍ରାଣ ହରାଇଛନ୍ତି । ସେହିଭଳି ଗାଡ଼ିରେ ବସିଥିବା ବେଳେ ହୋଇଥିବା ଦୁର୍ଘଟଣାରେ ୪ ହଜାର ୨୪୨ ପିଲାଙ୍କ ମୃତ୍ୟୁ  ହୋଇଥିବା ବେଳେ ଚାଲୁଥିବା ଅବସ୍ଥାରେ ୨ ହଜାର ୨୩୨ ପିଲା ଦୁର୍ଘଟଣାରେ ପ୍ରାଣ  ହରାଇଛନ୍ତି । 

ସଡ଼କ ପରିବହନ ମନ୍ତ୍ରଣାଳୟର ‘ରୋଡ୍‌  ଆକ୍ସିଡେଣ୍ଟ ଇନ୍‌ ଇଣ୍ଡିଆ-୨୦୨୩’ ରିପୋର୍ଟ  ଖୁବଶୀଘ୍ର ଜାରି କରାଯିବ । ରିପୋର୍ଟ ଦର୍ଶାଇଛି ଯେ ଗତବର୍ଷ ହେଲ୍‌ମେଟ୍‌ ନ ପିନ୍ଧିବା ଯୋଗୁ  ୫୪ ହଜାର ୫୬୮ ଲୋକଙ୍କ ମୃତ୍ୟୁ ଘଟିଛି । ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ ୨୦୨୩ରେ  ଦେଶବ୍ୟାପୀ ମୋଟ ୪ ଲକ୍ଷ ୮୦ ହଜାରରୁ  ଅଧିକ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୧ ଲକ୍ଷ ୭୨ ହଜାର ୮୯୦ ଲୋକଙ୍କ ମୃତ୍ୟୁ  ହୋଇଥିବା ବେଳେ ୫ ଲକ୍ଷ ୬୨ ହଜାର ୮୨୫  ଜଣ ଗୁରୁତର ଆହତ ହୋଇଥିଲେ । 

ଅଧିକ ବେଗରେ ଗାଡ଼ିଚାଳନା ଯୋଗୁ  ୧ ଲକ୍ଷ ୧୭ ହଜାର ୬୮୨ ଜଣ ପ୍ରାଣ  ହରାଇଥିବା ବେଳେ ରଙ୍ଗ୍‌ ସାଇଡ୍‌ରେ ଗାଡ଼ି  ଚଳାଇବା ଯୋଗୁ ୯ ହଜାର ୪୩୨ ଜଣ ପ୍ରାଣ  ହରାଇଛନ୍ତି । ମଦ୍ୟପାନ ଯୋଗୁ ୩ ହଜାର  ୬୭୪, ମୋବାଇଲରେ କଥା ହେବା ବେଳେ  ଦୁର୍ଘଟଣା ଯୋଗୁ ୨ ହଜାର ୮୮୪ ଜଣଙ୍କ  ମୃତ୍ୟୁ ହୋଇଛି । ତେବେ ସଡ଼କ ଦୁର୍ଘଟଣାରେ  ପିଲାଙ୍କ ମୃତ୍ୟୁ ସଂଖ୍ୟା ୨୦୨୨ ତୁଳନାରେ ୩୯  କମ୍‌ ରହିଛି । ୨୦୨୨ରେ ହୋଇଥିବା ସଡ଼କ  ଦୁର୍ଘଟଣାରେ ୯ ହଜାର ୫୨୮ ପିଲାଙ୍କ ଜୀବନ  ଯାଇଥିଲା । ଦେଶରେ ବର୍ତ୍ତମାନ ପ୍ରତି ଘଣ୍ଟାରେ  ହାରାହାରି ୫୫ ସଡ଼କ ଦୁର୍ଘଟଣା ହେଉଛି ।  ଏଥିରେ ୨୦ ଲୋକଙ୍କ ମୃତ୍ୟୁ ହେଉଛି । ୨୦୨୨  ତୁଳନାରେ ୨୦୨୩ରେ ସଡ଼କ ଦୁର୍ଘଟଣା ୪.୨%  ଏବଂ ମୃତ୍ୟୁ ୨.୬% ବୃଦ୍ଧି ପାଇଛି । ଦେଶରେ  ସର୍ବାଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ  (୧୩.୭%) ଉତ୍ତର ପ୍ରଦେଶରେ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.