ମୁମ୍ବାଇ,୨୦/୬ : ମନୋଜ ବାଜପେୟୀଙ୍କ ଫିଲ୍ମ ‘ଗଭର୍ନ’ ଆସିଛି । ଯାହାକୁ ଫ୍ୟାନ୍ସଙ୍କ ଭଲ ରେସପନ୍ସ ମିଳୁଛି । ଏହାର କଲେକ୍ସନ ଭଲ ମିଳିନାହିଁ, କିନ୍ତୁ ଏହାର କାହାଣୀ ଏବଂ ଅଭିନୟର ପ୍ରଶଂସା ଶୁଣିବାକୁ ମିଳୁଛି । ଏହି ସମୟରେ କଥାବାର୍ତ୍ତା ସମୟରେ ମନୋଜ ବାଜପେୟୀ କହିଛନ୍ତି କି ଏହି ଫିଲ୍ମରେ ସେ ଜଣେ ୬୦ବର୍ଷର ତାମିଲ ଅଫିସରଙ୍କ ଚରିତ୍ର ନିଭାଇଛନ୍ତି । ସେ ସବୁବେଳେ ତାଙ୍କର ଚରିତ୍ରକୁ ପରଫେକ୍ଟ ନିଭାଇଥାନ୍ତି । ସାକ୍ଷାତକାରରେ ସେ ନିଜର ଏହି ଫିଲ୍ମର ନିର୍ମାଣ ବିଷୟରେ କଥା ହେବା ସହ ସେ ବାଲା ସାହେବ ଠାକରେଙ୍କ ସହ ଯୋଡ଼ି ହୋଇଥିବା ସତ୍ୟା ଫିଲ୍ମର କାହାଣୀ ବି ସେୟର କରିଛନ୍ତି, ଯେତେବେଳେ ରାଜନେତାଙ୍କୁ ଲାଗିଥିଲା କି ମନୋଜ ବାଜପେୟୀ ମରାଠୀ ଅଟନ୍ତି। ପରେ ସେ ମନୋଜଙ୍କୁ ଆଶୀର୍ବାଦ ବି ଦେଇଥିଲେ ।

ଗଭର୍ନର ଫିଲ୍ମରେ ମନୋଜ ବାଜପେୟୀ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ଗଭର୍ନର ଏସ ଭେଙ୍କଟରମନନଙ୍କ ଚରିତ୍ର ନିଭାଇଛନ୍ତି । ଏଥିଲାଗି ସେ ନିଜ ଉପରେ ବହୁତ କାମ କରିଛନ୍ତି । ଏବେ ଅଭିନେତା ଫିଲ୍ମରେ ନିଜ ଚରିତ୍ର ବିଷୟରେ କଥା ହେବା ସମୟରେ କହିଛନ୍ତି କି ସବୁ କିଛି ସମୟର ବିପରୀତରେ ଚାଲୁ ରହିଥିଲା । ଯେତେବେଳେ ଭେଙ୍କଟରମନନଙ୍କୁ ଭାରତର ଇକନୋମୀ କ୍ରାଇସେଜରୁ ବଞ୍ଚାଇବାରେ ଥିଲା । ଏହି ଫିଲ୍ମ ଇକୋନୋମୀ ଉପରେ କୌଣସି ଟେକ୍ନିକାଲ ଫିଲ୍ମ ନୁହେଁ ବରଂ ଏକ ରିୟଲ ଥ୍ରୀଲର ଫିଲ୍ମ ଅଟେ । ଫିଲ୍ମର ସ୍କ୍ରିଫ୍ଟ ବି ଅଭିନେତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । କାହା ଲାଗି ବି ଏକ ଏଭଳି ଫିଲ୍ମ ନିର୍ମାଣ କରିବା ବଡ଼ କଥା ଅଟେ ଯେଉଁଥିରେ ଏକ ଆରବିଆଇ ଗଭର୍ନର ନିଜ ଦେଶକୁ ମାନ୍ଦା ଅବସ୍ଥାରୁ ବଞ୍ଚାଇବା ଲାଗି ଲଢେଇ କରୁଛନ୍ତି।

ମନୋଜ ବାଜପେୟୀ ଗଭର୍ନର ଉପରେ କଥା କହିବା ସମୟରେ ସତ୍ୟା ଫିଲ୍ମର ଥ୍ରୋବ୍ୟାକ୍ କାହାଣୀ ଉପରେ କହିଥିଲେ। ଯେତେବେଳେ ୯୦ଦଶକରେ ରାମ ଗୋପାଳ ବର୍ମାଙ୍କ ସତ୍ୟା ଫିଲ୍ମ ଆସିଥିଲା ତ ସେଥିରେ ମନୋଜ ବାଜପେୟୀ ଭୂକୁ ହ୍ମାତ୍ରେର ଚରିତ୍ର ନିଭାଇଥିଲେ। ମନୋଜ ସେହି ସମୟରେ ଇଣ୍ଡଷ୍ଟ୍ରିରେ ନୂଆ ଚେହେରା ଥିଲେ । ଏହି ଚରିତ୍ରରେ ତାଙ୍କୁ ଦେଖି ବହୁତ ଲୋକଙ୍କୁ ଏଭଳି ଲାଗିଥିଲା କି ମନୋଜ ମରାଠୀ ଅଭିନେତା ଅଟନ୍ତି । ଏଭଳି କି ବାଲ ଠାକରେଙ୍କୁ ଏଭଳି ଲାଗିଥିଲା କି ମନୋଜ ବାଜପେୟୀ ମହାରାଷ୍ଟ୍ରରୁ ଅଟନ୍ତି । ପ୍ରକାଶ ଯେ, ବାଲ ଠାକରେ ମନୋଜ ବାଜପେୟୀଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ଯେତେବେଳେ ତାଙ୍କୁ ଜଣାପଡ଼ିଥିଲା କି ମନୋଜ ମରାଠୀ ନୁହଁନ୍ତି ତ ସେ ଏକଦମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ମନୋଜଙ୍କୁ ମରାଠୀ ଶିଖିବାକୁ ପରାମର୍ଶ ଦେଇଥିଲେ। ସେ ମନୋଜଙ୍କୁ ଭବିଷ୍ୟତ ଲାଗି ଶୁଭକାମନା ବି ଦେଇଥିଲେ ।