ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିଶ୍ୱ ଆଜ୍‌ମା ଦିବସ,ବାୟୁ ପ୍ରଦୂଷଣ ବଢ଼ାଉଛି ଶ୍ୱାସ ରୋଗ

Published By : Anindita Ratha | May 6, 2025 7:40 AM

ଭୁବନେଶ୍ୱର,୦୬/୦୫: ଆଜ୍‌ମା ବା ଶ୍ୱାସ ରୋଗ । ଥରେ ଏହି ରୋଗ ହେଲେ ସହଜରେ ଭଲ ହୁଏନି । ତେବେ ବାୟୁ ପ୍ରଦୂଷଣ ଶ୍ୱାସ ରୋଗର ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଭୁବନେଶ୍ୱରରେ ଗାଡିମଟରରୁ ନିର୍ଗତ ଧୂଆଁ, ଶିଳ୍ପ ପ୍ରଦୂଷଣ, ନିର୍ମାଣଧୀନ କୋଠାର ଧୂଳି ଯୋଗୁ ଦିନକୁ ଦିନ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ଏହା ଶ୍ୱାସ ରୋଗଜନ୍ମ ଦେଉଛି । ବିଶେଷ କରି ଛୋଟ ଶିଶୁଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି । ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲକୁ ୮ରୁ ଅଧିକ ଶ୍ୱାସରୋଗୀ ଆସୁଥିବା ଜଣାପଡ଼ିଛି । ଆଜ୍‌ମା ହେଉଛି ଏକ ଫୁସଫୁସ୍‌ ଜନିତ ରୋଗ । ଏହି ରୋଗ ହେଲେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ରହେ । ବିଶେଷକରି ଶୀତଦିନେ ଏହି ରୋଗ ଅଧିକ ବ୍ୟାପେ । ତେବେ ଶ୍ୱାସରୋଗୀଙ୍କ ଉନ୍ନତ ଚିକିତ୍ସା ପାଇଁ ବେସରକାରୀ ସ୍ତରରେ ରହିଛି ବ୍ରିଥ୍‌ଫ୍ରି ଚେଷ୍ଟ କ୍ଲିନିକ୍‌ । ଯେଉଁଠି ଆଜ୍‌ମାରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ମିଳୁଛି । ହେଲେ ସରକାରୀ ହସ୍ପିଟାଲରେ ଏହିସ୍ୱତନ୍ତ୍ର କ୍ଲିନିକ୍‌ ନାହିଁ ।

 କ୍ୟାପିଟାଲ ହସ୍ପିଟାଲରେ ଶ୍ୱାସ ରୋଗୀଙ୍କ ପାଇଁ କ୍ରୋନିକ୍‌ ଅବ୍‌ଷ୍ଟ୍ରକଟିଭ୍‌ ପଲ୍‌ମୋନାରୀ ଡିଜିଜ୍‌ (ସିଓପିଡି) ୱାର୍ଡ ରହିଛି । ଯେଉଁଠି ବିଭିନ୍ନ ପ୍ରକାରର ଛାତି ରୋଗ ସଂକ୍ରାନ୍ତୀୟ ରୋଗର ଚିକିତ୍ସା ହୁଏ । ହେଲେ ଶ୍ୱାସରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ୟୁନିଟ୍‌ ପାଇଁ ଦାବି ହେଉଛି । ପ୍ରକାଶ ଥାଉକି,ଲଙ୍ଗସ୍‌ ଇଣ୍ଡିଆ ରିପୋର୍ଟ ଅନୁସାରେ, ବିଶ୍ୱରେ ପ୍ରତିବର୍ଷ ୪.୬୧ ଲକ୍ଷ ଲୋକ ଆସ୍ଥମାରେ ପ୍ରାଣ ହରାଉଛନ୍ତି । ୨୦୨୨ ସୁଦ୍ଧା ଦେଶରେ ୩୪.୩ ନିୟୁତ ରୋଗୀଅଛନ୍ତି । ଓଡ଼ିଶାରେ ୩୦.୫୮ ଲକ୍ଷ ଆଜ୍‌ମା ରୋଗୀ ରହିଛି । ପଲ୍‌ମୋନୋଜିଷ୍ଟଡା. ପ୍ରଜ୍ଞାଶ୍ରୀ ପ୍ରିୟଦର୍ଶିନୀ କହିଛନ୍ତି, ଆଜ୍‌ମା ପ୍ରତି ପ୍ରଥମେ ସଚେତନ ଦରକାର ।ଯଦି ବାରମ୍ବାର ଛିଙ୍କ ହେବା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା ଭଳି ଲକ୍ଷଣ ଦେଖାଯାଏ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । ସେହିପରି ପିଲାଙ୍କୁ ପ୍ରଦୂଷଣରୁ ଦୂରେଇ ରଖିବା, ଘରେ ପିଲାଙ୍କ ପାଖରେ ଧୂମପାନ ନ କରିବା,ଗର୍ଭାବସ୍ଥାରେ ମା ଧୂମପାନ ନ କରିବା ଆଦି ପାଳନ ଦରକାର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.