ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିଶ୍ୱ ମ୍ୟାଲେରିଆ ଦିବସ:୨୦୧୬ରୁ ୨୦୨୪ ମଧ୍ୟରେ ୧୧ ଲକ୍ଷ ରୋଗୀ ଚିହ୍ନଟ, ଗଲାଣି ୧୫୨ ଜୀବନ

Published By : Prameya | April 25, 2025 9:58 AM

ଭୁବନେଶ୍ୱର,୨୫/୦୪: ରାଜ୍ୟର  ୨୦୧୬ରୁ ୨୦୨୦ ମଧ୍ୟରେ ମ୍ୟାଲେରିଆ ସ୍ଥିତି  ଉଦ୍‌ବେଗଜନକ ଥିଲା । ହେଲେ କରୋନା ପରେ ଏହା ତଳମୁହାଁ ହେବାରେ ଲାଗିଥିଲା । ୨୦୨୧ରେ  ୨୫ ହଜାର ୫୨୫ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ୨୦୨୨ରେ ଏହି ସଂଖ୍ୟା ଥିଲା ୨୩ ହଜାର ୭୭୦ । ମାତ୍ର ୨୦୨୩ରେ ୪୧ ହଜାର ୯୭୩  ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୪ରେ ଏହି  ସଂଖ୍ୟା ବଢ଼ି ୬୮ ହଜାର  ୬୯୩ରେ ପହଞ୍ଚିଛି । ଆଜି ବିଶ୍ୱ  ମ୍ୟାଲେରିଆ ଦିବସ ପାଳନ ହେଉଥିବାବେଳେ  ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢ଼ିବାକୁ  ନେଇ ଚିନ୍ତାପ୍ରକାଶ ପାଇଛି ।  

ରିପୋର୍ଟ ଅନୁସାରେ, ମୋଟ ୨୩ଟି ଜିଲ୍ଲାରେ  ଏବେ ମ୍ୟାଲେରିଆ ସକ୍ରିୟ ରହିଛି । ଗତ ୨ବର୍ଷ ହେବ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ଯାହାକୁ  ନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଗତ ୯  ବର୍ଷରେ ରାଜ୍ୟରେ ୧୫୨ ଜଣଙ୍କର ମ୍ୟାଲେରିଆରେ  ମୃତ୍ୟୁ ଘଟିଛି । ୨୦୧୬ରୁ ୨୦୨୪ ମସିହା ଡିସେମ୍ବର ପର୍ଯ୍ୟନ୍ତ ମୋଟ ୧୧ ଲକ୍ଷ ୨୬୯ ଜଣ ମ୍ୟାଲେରିଆରେ  ପୀଡ଼ିତ ହୋଇଛନ୍ତି । ୨୦୧୬ରେ ରାଜ୍ୟରେ ରେକର୍ଡ  ସଂଖ୍ୟକ ୪ଲକ୍ଷ ୪୪ ହଜାର ୮୪୨  ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ  କରିଥିଲା । ୨୦୧୭ରେ ୩ ଲକ୍ଷ  ୪୭ ହଜାର ୮୬୦, ୨୦୧୮ରେ ୬୬  ହଜାର ୩୧୧, ୨୦୧୯ରେ ୩୯  ହଜାର ୫୫୬ ଓ ୨୦୨୦ରେ  ୪୧ ହଜାର ୭୩୯ ଜଣ ରୋଗୀ  ଚିହ୍ନଟ ହୋଇଥିଲେ ।  

ତେବେ ୨୦୨୪-୨୫ରେ ବୌଦ୍ଧ, ଗଜପତି,  କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ାକୁ  ଅଧିକ ମ୍ୟାଲେରିଆ ପ୍ରବଣ ଜିଲ୍ଲା ଭାବେ ଦର୍ଶାଯାଇଛି । ଗଲା ଦୁଇ ବର୍ଷ ହେବ ରାୟଗଡ଼ା  ଓ ଗତବର୍ଷ କଳାହାଣ୍ଡି ଜିଲ୍ଲାରେ ମ୍ୟାଲେରିଆ  କାୟା ବିସ୍ତାର କରିଛି । ୨୦୨୨ରେ ରାୟଗଡାରେ  ସର୍ବାଧିକ ୪ହଜାର ୯୯୮ ମ୍ୟାଲେରିଆ ରୋଗୀ  ଓ ୨୦୨୩ରେ ସର୍ବାଧିକ ୯ ହଜାର ୯୨୫ ରୋଗୀ  ଚିହ୍ନଟ ହୋଇଥିଲେ। ଅନ୍ୟପକ୍ଷରେ ୨୦୨୪ରେ  କଳାହାଣ୍ଡିରେ ସର୍ବାଧିକ ୧୪ ହଜାର ୩୯୯ ରୋଗୀ  ଚିହ୍ନଟ କରିଥିଲା ସ୍ୱାସ୍ଥ୍ୟ ବିଭାଗ । ତେବେ ଆସନ୍ତା  ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡ଼ିଶା ପାଇଁ ଲକ୍ଷ୍ୟ  ରଖାଯାଇଛି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ  ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । 

ସେଥିପାଇଁ ଜାତୀୟ ମ୍ୟାଲେରିଆ ଦୂରୀକରଣ ଓ  ଜାତୀୟ ପରିସଂଖ୍ୟାନ ଯୋଜନା(୨୦୨୩-୨୦୨୭)  ଜାରି ରହିଛି । ଉପକୂଳର କେନ୍ଦ୍ରାପଡ଼ା,  ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା,  ପୁରୀ, କଟକ ଓ ଯାଜପୁର ଭଳି ୮ଟି ଜିଲ୍ଲାରେ ଏହି  କାର୍ଯ୍ୟକ୍ରମ ଜାରିରହିଛି । 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ୨୦୨୪- ୨୫ ମସିହାରେ ବୌଦ୍ଧ, ଗଜପତି, କନ୍ଧମାଳ,  କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ୪୦  ଲକ୍ଷ ଔଷଧୀୟ ମଶାରି ପ୍ରଦାନ କରାଯାଇଛି ।  ସେହିପରି ବିଭାଗ ପକ୍ଷରୁ ମୋଟ ୪୮୯୦୫ ଆଶା,  ୮୫୩ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ମ୍ୟାଲେରିଆ  ଚିହ୍ନଟ ପାଇଁ ତୃଣମୂଳସ୍ତରରେ କାମ କରୁଛନ୍ତି ।  ସେହିପରି ମେଡିକାଲ କଲେଜ, ସମସ୍ତ ଜିଲ୍ଲା  ହସ୍ପିଟାଲ, ଉପଖଣ୍ଡ ହସ୍ପିଟାଲ, ସିଏଚ୍‌ସିରେ ୬୬ଟି  ମ୍ୟାଲେରିଆ ସେଣ୍ଟିନେଲ୍‌ ସାଇଟ୍‌ସ (ମ୍ୟାଲେରିଆ  ନିରାକରଣ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପ୍ରତିଷ୍ଠାନ) ପ୍ରତିଷ୍ଠା  କରାଯାଇଛି । ପାଣିରେ ମଶାବଂଶ ରୋକିବାକୁ  ରାଜ୍ୟରେ ମୋଟ ଲାର୍ଭା ଖାଉଥିବା ମାଛଙ୍କ ପାଇଁ  ୧୯୩ଟି ଜଳାଶୟ ରହିଛି । ସେହିପରି ଆଦିବାସୀ  ଜିଲ୍ଲାରେ ‘ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ  ନିରାକରଣ’ ଦମନ୍‌ କାର୍ଯ୍ୟକ୍ରମ ଚାଲୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.