ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଗଞ୍ଜେଇ ଚୋରା ଚାଲାଣ ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ

ମାଲକାନଗିରି,୨୫।୪ : ଗଞ୍ଜେଇ ଚୋରା ଚାଲାଣ ମାମଲାର ବିଚାର କରି ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଜଜ୍ ବିକ୍ରମ ପଟ୍ଟନାୟକ ଅଭିଯୁକ୍ତ ଅଜୟ ରାଜାରାମଙ୍କୁ ୧୦ ବର୍ଷ କାରାଦଣ୍ଡ ସହ  ୧ ଲକ୍ଷ ଜରିମାନା ଦଣ୍ଡାଦେଶ  ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ଛଅମାସ ଜେଲ ଦଣ୍ଡ ଭୋଗିବେ ବୋଲି ରାୟରେ ଶୁଣାଇଛନ୍ତି। 

ସୁଚନା ଅନୁଯାୟୀ  ୨୯.୦୪.୨୦୨୩‌ ମଧ୍ୟପ୍ରଦେଶ  ଅହମ୍ମଦ ନଗର ଅଞ୍ଚଳର ଅଭିଯୁକ୍ତ ଅଜୟ ରାଜାରାମ ଏକ ବୋଲେରୋ ପିକଅପ୍ ଭ୍ୟାନ୍ ରେ ପ୍ରାୟ ୧ କୁଇଣ୍ଟାଲ  ଗଞ୍ଜେଇ କାଲିମେଳା ବ୍ଲକ ଅନ୍ତର୍ଗତ ଗୋମ୍ପାକୋଣ୍ଡା ଠାରୁ ଚୋରା ଚାଲାଣ କରୁଥିଲେ। ଏହି ସମୟରେ ଏମ୍‌.ଭି. ୬୬ ନିକଟରେ ଅବକାରୀ ବିଭାଗ ଏସ୍‌.ଆଇ. ପ୍ରଶାନ୍ତ କୁମାର ସେଠୀ ଓ କର୍ମଚାରୀ ମାନେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଉକ୍ତ ଗାଡିରେ ଦୁଇଟି ପ୍ଲାଷ୍ଟିକ ବସ୍ତାରେ ଏକ କ୍ୱିଂଟାଲ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲ।  ଏ ନେଇ ଅବକାରୀ ବିଭାଗ ଗଂଜେଇ ସହ ଗାଡି ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ । ପରେ ଜାମିନ ନାମଞ୍ଜୁର ହେବା ଫଳରେ ଅଭିଯୁକ୍ତଙ୍କୁ ହାଜତକୁ ପଠାଇଥିଲେ । ତେବେ ଆଜି ଏହି ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଶ୍ରୀ ପଟ୍ଟନାୟକ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ବିଜୟ କୁମାର ମହାନ୍ତି ପରିଚାଳନା କରିଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.