ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୋଲିସ ମାଓବାଦୀ- ଗୁଳି ବିନିମୟ, ମାଓ ସମଗ୍ରୀ ଜବତ

ମାଲକାନଗିରି, ୪।୫ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ପୁଣି ପୋଲିସ ମାଓବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯେଉଁଥିରେ ମାଓବାଦୀ ମାନେ ପୋଲିସର ସାମ୍ନା କରି ନପାରି ଲୁଚି ପଳାଇବାରେ ସକ୍ଷମ ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳରୁ କିଛି ମାଓ ସମଗ୍ରୀ ଜବତ କରିଛି । 

ସୁକୁମା ଜିଲ୍ଲାର ରାଇଗୁଦାମ ଅଞ୍ଚଳରେ ବହୁ ସଂଖ୍ୟକ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ଡିଆରଜି ଯବାନ, ପୋଲିସ ଏବଂ କୋବ୍ରା ବାଟାଲିୟନ ଯବାନ ମାନେ ଘଟଣାସ୍ଥଳକୁ ଯାଇ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଶୁକ୍ରବାର ରାତିରେ ଯବାନ ମାନେ ଏହି ତଲାସି ଅଭିଯାନରୁ ଫେରୁଥିବା ବେଳେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ମାଓବାଦୀଙ୍କ ସାମ୍ନା ହୋଇଥିଲା । ତେବେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିବା ବେଳେ ଯବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ତେବେ କିଛି ସମୟ ଗୁଳି ବିନିମୟ ପରେ ମାଓବାଦୀ ମାନେ ଯବାନଙ୍କ ସାମ୍ନା କରି ନ ପରି ସେଠାରୁ ଲୁଚି ପଳାଇବାରେ ସକ୍ଷମ ହୋଇଥିଲେ । ତେବେ ଯବାନ ମାନେ ରାତି ତମାମ ଅଞ୍ଚଳରେ ତଲାସି ଅଭିଯାନ ଜାରି ରଖିଥିବା ବେଳେ କିଛି ମାଓ ସାମଗ୍ରୀ ଜବତ କରିଥିଲେ । ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଥିବା ନେଇ ସୁକମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.