ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବର୍ଷା ଅଭାବ ଓ ଜଳଭଣ୍ଡାର ପୋତି ହୋଇଯିବାରୁ ହ୍ରାସ ପାଉଛି ସତୀଗୁଡା ଜଳଭଣ୍ଡାର ଜଳସ୍ତର , ଜଳ ଯୋଗାଣ ପ୍ରଭାବିତ

ମାଲକାନଗିରି, ୫।୫ : ଗତ କିଛି ମାସହେଲା ମାଲକାନଗିରି ଜିଲ୍ଲାରେ ବର୍ଷା ନହେବାରୁ ସତୀଗୁଡା ଜଳଭଣ୍ଡାରର ଜଳସ୍ତର ବ୍ୟାପକ ହ୍ରାସପାଇଛି । ଅଳ୍ପଦିନ ମଧ୍ୟରେ ଅଧିକପରିମାଣରେ ବର୍ଷା ନହେଲେ ସହରକୁ ପାନୀୟ ଜଳ ଯୋଗାଣ ବନ୍ଦହୋଇଯିବ, ଏହା ଦ୍ବାରା ମାଲକାନଗିରି ପୌରପରିଷଦ ରେ ଥିବା ୫୦ହଜାର ଲୋକଙ୍କୁ ପିଇବାକୁ ପାଣିମିଳିବନି ।

ସତୀଗୁଡା ଜଳଭଣ୍ଡାରର ଜଳଧାରଣ କ୍ଷମତା ୧ ୯୨.୬୩ ଆରଏଲ ମିଟର ଥିବା ବେଳେ ବର୍ତ୍ତମାନ ତାହା ଦ୍ରୁତ ହ୍ରାସପାଇ ୧୮୫ ଆରଏଲ ମିଟର ତଳକୁ ଖସିଆସିଛି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତୀଗୁଡା ଜଳଭଣ୍ଡାରରେ ଇଣ୍ଟେକ୍ ନିର୍ମାଣକରି ପାଇପ ଲାଇନ ଯୋଗେ ମାଲକାନଗିରି ପୌରପିରଷଦ ର ୧୯ଗୋଟି ୱାର୍ଡ ର ୫୦ହଜାରରୁ ଉର୍ଦ୍ଧ ଲୋକଙ୍କ ପାଇଁ ପାନୀୟଜଳ ଯୋଗାଣବ୍ୟବସ୍ଥା କରିଛନ୍ତି । ସହରରେ ୬୦୫୩ଘର କୁ ଘରୋଇ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରତିଦିନ ୬୫ଲକ୍ଷ ଲିଟର ପାନୀୟଜଳ ଯୋଗାଇଦିଆ ଯାଇଥାଏ । ଗତ କିଛି ଦିନହେଲା ଜିଲ୍ଲାରେ ତାପମାତ୍ରୀ ୪୩ରୁ ୪୫ ଡିଗ୍ରୀକୁ ବୃଦ୍ଧିପାଇ ପ୍ରବଳ ଖରାଦେଉଥିବାରୁ ଦିନକୁ ଦିନ ଜଳସ୍ତର କମି ବାକୁ ଲାଗିଛି।ସେହିପରି ସତୀଗୁଡା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହି ଜଳଭଣ୍ଡାରରୁ ଖରିଫ ଚାଷ ପାଇଁ ୯୦୬୫ ହେକ୍ଟର ଜମିକୁ ଜଳସେଚିତ କରା ଯାଇଥାଏ । ଚଳିତ ବର୍ଷ ସ୍ୱଚ୍ଛବୃଷ୍ଟିପାତ ଯୋଗୁଁ ଜଳଭଣ୍ଡାର ଜଳସ୍ତର କମିବାକୁ ଲାଗିଲାଣି । 

 ଗତ ୧୯୬୪ ମସିହାରେ ଦଣ୍ଡକାରଣ୍ୟ ପ୍ରକଳ୍ପ କରାଯାଇ ବାଙ୍ଗଲାଦେଶୀ ଶରଣାର୍ଥୀଙ୍କୁ ମାଲକାନଗିରି ଜିଲ୍ଲାରେ ଥଇଥାନ କରାଗଲା । ସେମାନଙ୍କୁ କର୍ମସଂସ୍ଥାପନ    ଯୋଗାଇଦେବା ନିମନ୍ତେ ସିନ୍ଧିମାଳ ପଚଂୟତର ୧୨୯.୫୦ ସ୍କୋୟାର କି.ମି ପରିସିମା ପାହାଡି ଝରଣାକୁ ନେଇ ସତୀଗୁଡା ଜଳଭଣ୍ଡାର ଓ ଡ୍ୟାମ ନିର୍ମାଣ କରାଗଲା । ସତୀଗୁଡା ଜଳସେଚନ ପ୍ରକଳ୍ପ ର କେନାଲ ମାଧ୍ୟମରେ ଖରିପ ଚାଷପାଇଁ ୯୦୬୫ ହେକ୍ଟରଜମି ଓ ରବି ଚାଷପାଇଁ ୪୫୩୫ ହେକ୍ଟର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରାଯିବା, ସ୍ଥାନୀୟ ଆଦିବାସୀ ଓ ବଙ୍ଗିୟଶରଣାର୍ଥ ମାନଙ୍କ ପାଇଁ ଜଳ ଭଣ୍ଡାରରେ ମାଛଧରି ଜୀବିକା ନିର୍ବାହର ବ୍ୟବସ୍ଥା କରା ଯାଇଥିଲା । ପରବର୍ତ୍ତି ସମୟରେ ଦଣ୍ଡକାରଣ୍ୟ ପ୍ରକଳ୍ପ ନିର୍ମାଣ ସରିବାପରେ ସତୀଗୁଡା ଜଳସେଚନ ପ୍ରକଳ୍ପ, ଡ୍ୟାମ ଓ ଜଳଭଣ୍ଡାରକୁ ରାଜ୍ୟସରକାରଙ୍କୁ ହସ୍ତାନ୍ତର କରିଦିଆଗଲା । ରାଜ୍ୟସରକାର ଦାୟିତ୍ୱ ନେବା ପରଠାରୁସତୀଗୁଡା ଜଳଭଣ୍ଡାରର ପୁନ୍ନରୋଦ୍ଧାର କିମ୍ବା ଜଳାଶୟ ପାରିପାର୍ଶ୍ଵକ ଉନ୍ନତି ପାଇଁ ରାଜ୍ୟସରକାର କିମ୍ବା ଜିଲ୍ଲାପ୍ରଶାସନ କୌଣସି ବ୍ୟବସ୍ଥା କରୁନଥିବାରୁ ବହୁପୁରାଚନ ସତୀଗୁଡା ଜଳଭଣ୍ଡାରଟି ଧିରେ ଧିରେ ପୋତିହୋଇଗଲାଣି । ଯାହା ଫଳରେ କି ଖରାଦିନେ ଜଳଭଣ୍ଡାର ଶୁଖି ଯାଇଥିବାର ଦେଖା ଯାଉଛି I ଜଳସ୍ତର କମି ଯାଇଥିବାରୁ ମତ୍ସଜୀବୀମାନଙ୍କ ଡଙ୍ଗା ପାଣିରେ ନରହି ଏବେ ଶୁଖିଲା କାଦୁଅରେ ପଡିରହିଛି। ସତୀଗୁଡା ଡ୍ୟାମ ନବୀକରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିବାର ହେଉଥିବାର କାଗଜ କଲମରେ ଦର୍ଶା ଯାଉଥିବା ବେଳେ ଜଳ ଭଣ୍ଡାର ଟି ଦିନକୁ ଦିନ ପୋତି ହୋଇଗଲାଣି ସେଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ପଡୁନାହିଁ। ଦୁଇତିନିଦିନ ମଧ୍ୟରେ ଆବଶ୍ୟକୀୟ ପରିମାଣର ବର୍ଷା ନହେଲେ ସତୀଗୁଡା ଜଳଭଣ୍ଡାର ଶୁଖି ଯାଇ ଜଳଯାଗାଣ ପ୍ରଭାବିତ ହେବା ସହ ୫୦ହଜାର ଜନସାଧାରଣ ପାନୀୟ ଜଳପାଇବାରୁ ବଞ୍ଚିତ  ହେବାସହ ୧୦୦୦ ମତ୍ସଜିବୀ ପରିବାର ଜିବିକା ହରାଇବାର ଆଶଙ୍କାରହିଥିବାରୁ ତୁରନ୍ତ ସତୀଗୁଡା ଜଳଭଣ୍ଡାରକୁ ପୁନାରୁଦ୍ଧାର କରିବା ପାଇଁ ସହର ବାସୀ ଦାବିକରିଛନ୍ତି। 

ଗତ ଦୁଇଦିନହେଲା ଜଳ ଭଣ୍ଡାର ରୁ ଅଧିକ ମାତ୍ରା ରେ ଜଳସ୍ତର କମି ଯିବାରୁ ଇଣ୍ଟେକ  ମଟର ନିକଟ ରେ ପାଣି ପହଁଚି ପାରିନଥିବାରୁ ପାଣି ଉଠାଇବାରେ ବାଧା ସୃଷ୍ଟି ହୋଇଥିଲା। ଜଳସ୍ତର କମିଯାଇଥିବାରୁ ବିଭାଗୀୟ କର୍ତ୍ତୁପକ୍ଷ ଓ ପୋକଲିନ ଦ୍ଵାରା ଜଳଭଣ୍ଡାରରେ ନାଳ ଖୋଳି ଇଣ୍ଟେକ ନିକଟକୁ ପାଣିଆଣିବାରୁ ସହରକୁ ଜଳେଯାଗାଣ ବ୍ୟବସ୍ଥା ହୋଇପାରିଛି। ଖରା ଏପରି ଲାଗିରହିଲେ ବର୍ଷା ନହେଲେ ଆଗାମିଦିନରେ ସହରକୁ ଜଳସେଚନ ବ୍ୟବସ୍ଥାରେ ଘୋରବାଧାସୃଷ୍ଟି ହେବ ବୋଲି ଜନସ୍ୱାସ୍ଥ୍ୟବିଭାଗ କନିଷ୍ଠ ଯନ୍ତ୍ରୀ ରାମ ଚନ୍ଦ୍ର ପ୍ରଧାନ କହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.