ପ୍ରମୁଖ ଖବର
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଉତ୍କଳ ସାମ୍ବାଦିକ ସଂଘ ତରଫରୁ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ ପାଳିତ

ମାଲକାନଗିରି - ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ ପ୍ରତି ବର୍ଷ ସାରା ବିଶ୍ୱରେ ମେ ୩ ତାରିଖରେ ପାଳନ କରାଯାଉଛି। ବିଭିନ୍ନ କ୍ଷେତ୍ରେରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ଅବଦାନକୁ ମନେ ରଖିବା ଏବଂ ସେମାନଙ୍କ ସ୍ୱରକୁ ଉଦ୍‌ଜୀବିତ ରଖିବା ପାଇଁ ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହା ବ୍ୟତୀତ ଗଣମାଧ୍ୟମ, ସରକାର ଓ ସାଧାରଣ ଜନତାଙ୍କୁ ସଂଯୋଗ କରିବା ପାଇଁ ସାମ୍ବାଦିକ ସ୍ୱାଧୀନତାର ମହତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ। 

୧୯୯୧ ମସିହାରେ ଆଫ୍ରିକା ଦେଶର ସାମ୍ବାଦିକ ମାନେ ପ୍ରଥମେ ସାମ୍ବାଦିକ ସ୍ୱାଧୀନତା ପାଇଁ ସ୍ୱର ଉତ୍ତୋଳନ କରିଥିଲ। ୧୯୯୩ ମସିହାରେ ମିଳିତ ଜାତି ସଂଘର ସାଧାରଣ ପରିଷଦ ବୈଠକରେ ବିଶ୍ୱପ୍ରେସ୍‌ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲ।। ସେହି ଦିନ ଠାରୁ ପ୍ରତି ବର୍ଷ ମେ ୩ ତାରିଖ ଦିନ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ ପାଳନ କରା ଯାଉଛି। ଏହି ଅ‌ବସରରେ ମାଲକାନଗିରି ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱପ୍ରେସ ସ୍ୱାଧୀନତା ଦିବସ ପାଳନ ହୋଇ ଯାଇଛି। ପରିବର୍ତ୍ତନଶୀଳ ଜଳବାୟୁ , ଜୈବ ବିବିଧତା ସଙ୍କଟ ଦ୍ୱାରା ଆଜି ସମଗ୍ର ବିଶ୍ୱ ପ୍ରଭାବିତ ହେଉଛି। ଯେଉଁମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କର ସ୍ୱର ଅନ୍ୟମାନଙ୍କୁ ଜଣାଇବାରେ ସାମ୍ବାଦିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ସାମ୍ବାଦିକ ମାନଙ୍କୁ ସମ୍ମାନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। କାରଣ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ଜଣାଇବା ପାଇଁ କାର୍ଯ୍ୟ କରନ୍ତି। କିନ୍ତୁ ଆମ ରାଜ୍ୟ ଏବଂ ଜିଲ୍ଲାରେ ସାମ୍ବାଦିକ ମାନେ ପ୍ରାୟତଃ ଆକ୍ରମଣର ଶିକାର ହୁଅନ୍ତି । ଅନେକ ସମୟରେ ସାମ୍ବାଦିକ ମାନଙ୍କୁ ହତ୍ୟା କରା ଯାଇଥିବା ମଧ୍ୟ ନଜିର ରହିଛି। ସେମାନଙ୍କ ସ୍ୱରକୁ ଦମନ କରିବା ପାଇଁ କୁଚକ୍ରି ଗୋଷ୍ଠି, ସବୁବେଳେ ଚେଷ୍ଟା କରିଥାନ୍ତିା କିନ୍ତୁ ସାମ୍ବାଦିକ ମାନେ ତାଙ୍କର ନ୍ୟାୟ ପାଇବା ପାଇଁ ସବୁ ସମୟରେ ସ୍ୱର ଉତ୍ତୋଳନ କରିବା ସହ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସଂଘ ହେଉଛି ଏକ ମାଧ୍ୟମ ବୋଲି ବୈଠକରେ କର୍ମକର୍ତ୍ତାମାନେ ନିଜ ନିଜର ମତବ୍ୟକ୍ତ କରିଥିଲ। 

ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀନିବାସ ପାତ୍ର, ଉପଦେଷ୍ଟା ସୀମାଞ୍ଚଳ ପାଣିଗ୍ରାହୀ, ନିରଞ୍ଜନ ମଲ୍ଲଙ୍କ ସହ ୩୦ରୁ ଉର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.