ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ଜମି, ଜଳ ଓ ଜଙ୍ଗଲ ବଚିଂବାର ଅଧିକାର ଦାବି ନେଇ ଆଦିବାସୀଙ୍କ ଶୋଭାଯାତ୍ରା

ମାଲକାନଗିରି, ୧/୫ :  ପବିତ୍ର ଶ୍ରମିକ ଦିବସ ଅବସରରେ ଜମି ଜଳ ଜଙ୍ଗଲ ଓ ବଚିଂବାର ଅଧିକାର ଦାବି ନେଇ ବୁଧବାର ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିରାଟ ଆଦିବାସି ମେଳି ଓ ଶୋଭାଯାତ୍ରା ହୋଇଯାଇଛି । ଜିଲ୍ଲାଆଦିବାସୀ ସଂଘର ସଭାପତି ବାଲରାଜୁ ଗେମେଲ ଓ ବାଲିମେଳା ବନ୍ଧ ଯୋଜନା ଶ୍ରମିକ ସଂଘର ସଭାପତି ବିଦେଶୀଗୌ, ସମ୍ପାଦକ ଜୀ ଶ୍ରୀନୁ,ଙ୍କ ନେତୃତ୍ବ ରେ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷ ମାନେ ପାରମ୍ପାରିକ ଧନୁତୀର ଟାଙ୍ଗିଆ, ବଛା ଅସ୍ତ୍ର ସଶସ୍ତ୍ର ଧରି ମାଲାକନଗିରି ଜିଲ୍ଲାସଦର ମହକୁମା ହାଟପଦାଠାରୁ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥିଲେ ।  ୧୬ ଟି ଦାବି କରି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ସ୍ମାରକପତ୍ର ପଠାଇଥିଲେ । 

ହାଟପଦା ଠାରେ ଆଦିବାସୀ ସଂଘର ସଭାପତି ବାଲରୁଜୁ ଗେମେଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜ୍ୟସ୍ତରିୟ ଲୋକ ଶକ୍ତି ଅଭିଯାନ ସଭାପତି ବିଶିଷ୍ଟ  ସମାଜସେବୀ ପ୍ରଫୁଲ ସାମନ୍ତରାୟ,ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକ ରବିପ୍ରଧାନ,ଆଦିବାସି ନେତା ଘେନୁ ମୁଦୁଲି,ଭଗବାନ ହଡାଳ,ବନ୍ଧୁମୁଦୁଲି,କମଳସାଇ ମାଝୀ,ଦେବେନ୍ଦ୍ର ନାୟକ,ପ୍ରମୁଖ ଯୋଗଦେଇ ଶ୍ରମିକ ଦିବସର ତାତ୍ପର୍ଯ୍ୟତା ଓ ଆଦିବାସୀ ଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରି ଦାବିଗୁଡିକ ଉପସ୍ଥାପନ କରିଥିଲେ । ସଭାମଚଂରେ ବିଭିନ୍ନ ଆଦିବାସୀ ସଂପ୍ରଦାୟ ପକ୍ଷରୁ ପାରମ୍ପାରିକ ନୃତ୍ୟ ଓ ସଂଗୀତ ପରିବେଷଣ କରା ଯାଇଥିଲା । ଏକ ସଙ୍ଗେ ୧୦ହଜାର ରୁ ଉର୍ଦ୍ଧ ଆଦିବାସୀ ମହିଳା ଓ ପୁରଷ ଙ୍କୁ ହାଟପଦାରେ ଏକତ୍ରିତ ହେବା ଓ ବିରାଟ ଶୋଭା ଯାତ୍ରା ଦେଖି ସହର ବୀସ ଚକିତ ହୋଇ ଯାଇଥିଲେ । ପୁଲିସ ପକ୍ଷରୁ ସହରରେ କଡା ସୁରକ୍ଷାବ୍ୟବସ୍ଥା କରାଯାଇଥିଲା । ଅନୁରୂପ ଭାବେ ମିଳିତ ଶ୍ରମିକ ମଞ୍ଚ ,ମନରେଗା ଶ୍ରମିକ ସଂଘ ଓ ଅନ୍ୟାନ ଶ୍ରମିକ ସଂଗଠନ ପକ୍ଷରୁ ମଧ୍ୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି ।

ବିଶେଷ କରି ମାଲକାନଗିରି ଜିଲ୍ଲା ମିଳିତ ଶ୍ରମିକ ମଞ୍ଚ ତରଫରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି।  ଏହି ଅବସରରେ ମାଲକାନଗିରି ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ  ଏବଂ ବେସରକାରୀ ଘରୋଇ ବସ କର୍ମଚାରୀ ସଂଘ କାର୍ଯ୍ୟାଳୟ ମାନଙ୍କରେ ମିଳିତ ଶ୍ରମିକ ମଞ୍ଚ ର ଆବାହକ ଦୁର୍ଗା ପ୍ରସାଦ ତ୍ରିପାଠୀ ପତାକା ଉତ୍ତୋଳନ କରିଥିଲେ। ପରେ ମାଲକାନଗିରି ଜିଲ୍ଳା ନିର୍ମାଣ ଶ୍ରମିକ ସଂଘ, ପ୍ରାଇଭେଟ ବସ କର୍ମଚାରୀ ସଂଘ, ଶ୍ରମଜୀବୀ ସଂଗଠନ, ଅଟୋ ଚାଳକ ସଂଘ, ମାଲ୍ୟବନ୍ତ କଳାକାର ସଂଘ ଏବଂ ଏ, ଆଇ.ସି. ଟି. ୟୁ. ର ସଦସ୍ୟ ମାନେ ବସ ଷ୍ଟାଣ୍ଡ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ରେ ଯାଇ ଥିଲେ। ସେଠାରେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ୧୧ଦଫା ଦାବି ପତ୍ର ପ୍ରଦାନ କରିଥିଲେ।

ଏହି ଶୋଭା ଯାତ୍ରା ରେ ଦୁର୍ଗା ପ୍ରସାଦ ତ୍ରିପାଠୀ, ଜି. ଶ୍ରୀନିବାସ ରାଓ,  ଏରା ପଡିଆମି, କେ. ଦେଶୀରଜୁ ଆଚରି, ବଟ ସାହୁ, ଦୁର୍ଗା ମହାନନ୍ଦିଆ, ରାଜ କିଶୋର ହାତୀ, ଛବି ଦାସ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳ ଦାବିପତ୍ର ପ୍ରଦାନ କରିଥିଲେ। ପରେ ସମସ୍ତେ ଶୋଭାଯାତ୍ରାରେ ରାମ ମନ୍ଦିର ପର୍ଯ୍ୟନ୍ତ ଯାଇ ଏକ ସଭା ଅନୁଷ୍ଠିତ ହୋଇଥିଲା।  ମନରେଗା ଶ୍ରମିକ ସଂଘ, ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବ୍ଳକ୍ ପଡ଼ିଆରୁ ଏକ ରାଲି ରେ ସହର ପରିକ୍ରମା କରି ମନରେଗା ଶ୍ରମିକ ଓ ଗାଁ ସାଥି ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ୧୦ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.