ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପିକଅପ ଭ୍ୟାନରେ ସ୍ୱତନ୍ତ୍ର ଚ୍ୟାମ୍ବର କରି ଗଞ୍ଜେଇ ଚାଲାଣ, ଜଣେ ଗିରଫ

ମାଲକାନଗିରି,୨/୫ : ଏଚଡ଼ି  ହାଇଡ୍ରୋ ଟେଷ୍ଟିଂ  ମେସିନ ଫିଟ ହୋଇଥିବା ଏକ ପିକଅପ ଭ୍ୟାନରେ ସ୍ୱତନ୍ତ୍ର ଚ୍ୟାମ୍ବର ନିର୍ମାଣ କରି ଅଭିନବ ଉପାୟରେ ରାଜସ୍ଥାନକୁ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ପୁଲିସ ଚଢାଉ କରି ଗଞ୍ଜେଇ ସହିତ ଜଣଙ୍କୁ ଗିରଫ କରିଛି। 

ମାଲକାନଗିରି ଆଦର୍ଶ ଥାନା ସ୍ଥିତ  ମାଲକାନଗିରି ବାଲିମେଳା ରାସ୍ତା ଗୌଡ଼ଗୁଡା ଛକ ଠାରେ ବୁଧବାର  ମାଲକାନଗିରି ଥାନା ଏସ ଆଇ ପି .ଗୌଡ଼ ଙ୍କ ନେତୃତ୍ୱରେ କନେଷ୍ଟବଳ ଲକ୍ଷ୍ମଣ  ମାରାଣ୍ଡି, ବଳରାମ ଚାଲାଣ ପେଟ୍ରୋଲିଂ କରୁଥିଲେ।  ଏହି  ସମୟରେ ସେହି ରାସ୍ତା ଦେଇ  ଏଚ.ଡ଼ି ହାଇଡ୍ରୋ  ଟେଷ୍ଟିଙ୍ଗ ମେସିନ ଫିଟ ହୋଇଥିବା ଏକ ପିକ ଅପ ଭ୍ୟାନ ଦ୍ରୁତଗତିରେ ପଳାଉ ଥିବାର ଦେଖି ତାକୁ ଗୋଡ଼ାଇ ଧରିଥିଲେ। ଗାଡି ଯାଞ୍ଚ କରିବାରୁ ଅଭିନବ ଉପାୟରେ ଉକ୍ତ ଭ୍ୟାନ ରେ ସ୍ୱତନ୍ତ୍ର ଚ୍ୟାମ୍ବର ନିର୍ମାଣ ହୋଇଥିବାର ଦେଖିଥିଲେ। ଉକ୍ତ ଚ୍ୟାମ୍ବର ରେ ଗଞ୍ଜେଇ ଥିବାର ଦେଖି ଗାଡିଚାଳକ ସହିତ ଗାଡିକୁ ଥାନା କୁ ନେଇ ପଚରା ଉଚରା କରିଥିଲେ।  

ରାଜସ୍ଥାନ ଟାତାରପୁର,ଆଲୱାର ଅଞ୍ଚଳର ରହିତାଶ ମିନା ଆର ଜେ ୧୮ଜିସି-୬୬୩୦ ନମ୍ବର ଏକ ପିକ ଅପ ଭ୍ୟାନ ରେ କିଛି ସିଲିଣ୍ଡର ଫିଟ କରି ଉକ୍ତ ଗାଡିରେ ଏଚ.ଡି.ପି. ହାଇଡ୍ରୋ ଟେଷ୍ଟିଙ୍ଗ, ଡ୍ୟାଞ୍ଜର ଲେଖା ଥିଲା। ଏହା ନକଲି  ଟେଷ୍ଟିଙ୍ଗି ମେସିନ,ଏହା ପୂର୍ବରୁ ଉକ୍ତ ବ୍ୟକ୍ତି ଏହି ଗାଡ଼ିରେ ଅନେକ ଥର ଗଞ୍ଜେଇ ରାଜସ୍ଥାନ କୁ ଚାଲାଣ କରିଥିବାର ଜଣା ପଡ଼ିଛି। ଉକ୍ତ ଗଞ୍ଜେଇ ଓଜନ କରିବାରୁ ୨୫କିଲୋ ହୋଇଥିଲା। ପରେ ଅଧିକ ଗଞ୍ଜେଇ ନେବାର ଯୋଜନା କରୁଥିଲା।  ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଆଦର୍ଶ ଥାନା ଆଇଆଇସି ରିଗନ କିଣ୍ଡୋ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : ୨ କୁଇଣ୍ଟାଲ ୪୦ କିଗ୍ରା ଗଞ୍ଜେଇ ଜବତ , ଜଣେ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.