ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରିରେ ନିର୍ବାଚନ ପ୍ରଚାର, ନେତା ଓ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ମାଲକାନଗିରି,୭/୫ : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦାର ସରଗରମ ହୋଇପଡିଛି। କେଉଁ ଦଳ ରାଜ୍ୟସ୍ଥରୀୟ ବରିଷ୍ଟ ନେତା ତ ଆଉ କେଉଁ ଦଳ କେନ୍ଦ୍ର ମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସିନେ ତାରକା ଙ୍କୁ ନେଇ ଗାଁ ଗାଁ ରେ ପ୍ରଚାର ଚଲାଇଛନ୍ତି। ଆଜି ବିଜେପି ଦଳ ପାଇଁ ତ୍ରିପୁରା ରାଜ୍ୟ ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାସଂଦ ବିଜେପି ବରିଷ୍ଠ ନେତା ବିପ୍ଳବ କୁମାର ଦେବ ମାଲକାନଗିରି ଗସ୍ତକରିଛନ୍ତି। ସେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ କାଲିମେଳା ଜୋନ ର ଏମପିଭି ୬୫, ଏମପିଭି ୬୬,ଏମଭି ୭୨, ଏମଭି ୭୯, ଏମପିଭି ୮୧, ଏମପିଭି ୮୩ ଗ୍ରାମ ରେ ପହଁଚି ସାଧାରଣ ସଭାରେ ଯୋଗ ଦେଇ ମାଲକାନଗିରି ଆସନର ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀ ଓ ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। 

ଶ୍ରୀ ଦେବ ବିଭିନ୍ନ ସ୍ଥାନ ରେ ଆୟୋଜିତ ସଭାରେ ଯୋଗଦେଇ ବିଜୟ ସଂକଳ୍ପ ସଭାରେ ଡବଲ ଇଞ୍ଜିନ ସରକାର ପାଇଁ ସମସ୍ତଙ୍କ ଦୁଇଟି ବହୁ ମୂଲ୍ୟବାନ ଭୋଟ ପଦ୍ମଫୁଲ ଚିହ୍ନ ରେ ବିଜେପି ଦଳ କୁ ଦେବା ପାଇଁ ଅନୁରୋଧ କରିବା ସହିତ ନିର୍ବାଚନୀ ବୈତ୍ରଣୀ କିପରି ପାର ହେବେ ସେ ନେଇ ବିଜେପି ନେତା ଓ କର୍ମୀ ଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।ରାଜ୍ୟରେ ବିଜେପି ସରକାର ଗଢିଲେ ମାଲକାନଗିରି ଜିଲ୍ଲାର ସମସ୍ତ ଏମ.ଭି ଏବଂ ଏମ.ପି.ଭି ଗ୍ରାମକୁ  ରାଜସ୍ୱ ଗ୍ରାମର ମାନ୍ୟତା ସହ ବଙ୍ଗୀୟ ଭାଷାରେ ଶିକ୍ଷା ଦାନ କରାଯିବ ବୋଲି ଶ୍ରୀ ଦେବ ପ୍ରକାଶ କରିଛନ୍ତି  । ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ନିର୍ବାଚନୀ ପ୍ରଚାର ବେଳେ  ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ଏମଭି ୬୬ରେ  ଜଣେ ଗରିବ ମହିଳା ସୋଭାରାଣୀ ସର୍ଦ୍ଦାରଙ୍କ କୁଟୀରରେ ମଧ୍ୟାହ୍ନ ଭୋଜନ କରିଥିଲେ। 

ଏହି ନିର୍ବାଚନ ପ୍ରଚାର ରେ ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ, ବିଧାୟକ ପ୍ରାର୍ଥୀ ନରସିଂହ ମାଡ଼କାମି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି,କମଳେଶ ରାୟ , ଉତ୍ତମ ଓଝା , ଗଙ୍ଗା ସୋଡି,ଭବାନୀ ଶଙ୍କର ମୁଖାର୍ଜୀ, ସଞ୍ଜୟ ସରକାର, ପ୍ରହଲ୍ଲାଦ ବସୁ , ପରିତୋଷ ସରକାର, ରତ୍ନାକର ପାଣିଗ୍ରାହୀ, ନାରାୟଣ ସରକାର ପ୍ରମୁଖ ବିଜେପି ନେତା ଓ ଶତାଧିକ କର୍ମୀମାନେ ଉପସ୍ଥିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.