ମାଲକାନଗିରି/କୋରକୁଣ୍ଡା, ୫/୫:ମାଲକାନଗିରି ଜିଲ୍ଲା ଓରକେଲ ଥାନାସ୍ଥ ବାଲିମେଳା ସହର ନିକଟରେ ବହିଯାଇଥିବା ଚିତାପାରି ନଦୀରେ ଆଜି ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପ୍ରକାଶ କୁମାର ବାରିକ।
ବାଲିମେଳା ଏନଏସି ର ୨ ନଂ ୱାର୍ଡ ସ୍ଥିତ ନାଲାଛକ ଠାରେ ରହୁଥିବା କୁଳମଣି ବାରିକଙ୍କ ପୁଅ ପ୍ରକାଶ କୁମାର ବାରିକ(୩୨)ଆଜି ସକାଳେ ଗାଧୋଇବା ପାଇଁ ନିକଟସ୍ଥ ଚିତାପାରି ନଦୀକୁ ଯାଇଥିଲେ। ଗାଧୋଇବା ସମୟରେ ହଠାତ କାଦୁଅ ରେ ଗୋଡ ଖସି ଯାଇ ଗଭୀର ପାଣିରେ ବୁଡି ଯାଇ ଥିଲେ। କିଛି ସମୟପରେ ସେଠାକୁ ଗାଧୋଇ ଯାଇଥିବା କିଛି ସ୍ଥାନୀୟ ଲୋକ ଦେଖି ତାଙ୍କୁ ପାଣିରୁ ଉଦ୍ଧାର କରି ନିକଟସ୍ଥ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।