ଚେନ୍ନାଇ,୫।୫: ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆସିସାରିଛି । ଏଥିରେ ସବୁଠାରୁ ଅଧିକ ତାମିଲନାଡୁର ଫଳାଫଳ ଚକିତ କଲା ଭଳି ରହିଛି। ଫିଲ୍ମ ଜଗତରୁ ରାଜନୀତିରେ ଏଣ୍ଟ୍ରି କରିଥିବା ସୁପରଷ୍ଟାର ଥଲପତି ବିଜୟଙ୍କ ପାର୍ଟି ତାମିଲିଗା ଭେଟ୍ରି କାଝାଗାମ୍ ବା ଟିଭିକେ ୩୫% ଭୋଟ ସେୟାରୂ ସହ ମୈଦାନରେ ବାଜିମାତ୍ କରିଛି। ରାଜନୀତିର ମୈଦାନରେ ଧମାଲ କରିବା ପରେ ବିଜୟ ଆୟ କରିବା ମାମଳାରେ ବି ଖୁବ୍ ଆଗରେ। ତାଙ୍କ ନେଟଓ୍ବର୍ଥ ହେଉଛି ୬୦୦ କୋଟିରୁ ଅଧିକ। ଏଥିରେ ୧୦୦ କୋଟି ତ କେବଳ ତାଙ୍କର ୪ଟି ଫିକ୍ସ ଡିପୋଜିଟ୍ ରହିଛି।
ସେୟାର ବଜାରରେ ଟିଭିକେ ଚିଫ୍ ବିଜୟ ଟଙ୍କା ଲଗାଇଥାନ୍ତି ଓ ତାଙ୍କର ପୋର୍ଟୋଫୋଲିଓ ଲକ୍ଷାଧିକ ଟଙ୍କାର ରହିଛି। ଏଥିରେ ଜାୟା ନାଗା ପ୍ରପଟି ସେୟାରରେ ସେ ସବୁଠାରୁ ଅଧିକ ୧୯ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି। ସେଭଳି ଇଣ୍ଡିଆନ୍ ଓଭରସିଜ୍ ସେୟାରରେ ୯ ହଜାର ଟଙ୍କା, ସନ୍ ପେପର ମିଲ୍ ସେୟାରରେ ୨୫ ହଜାର ନିବେଶ କରିଛନ୍ତି। ତେବେ ବିଜୟଙ୍କ ନାଁରେ କୌଣସି ପୋଷ୍ଟ ସେଭିଂ କିମ୍ବା ଏଲଆଇସି ପଲିସି ନାହିଁ।
ବିଜୟଙ୍କ କାର କଲେକ୍ସନ ବି ଖୁବ୍ ଭଲ ରହିଛି। ତାଙ୍କ ପାଖରେ ବିଏମ୍ଡବ୍ଲ୍ୟୁ (ପ୍ରାୟ ୮୦ ଲକ୍ଷ ଟଙ୍କା), ଟୋୟଟା ଲେକ୍ସସ୍ (ପ୍ରାୟ ୩ କୋଟି ଟଙ୍କା), ଟୟୋଟା ଭେଲଫାୟାର୍ (ପ୍ରାୟ ୧ କୋଟି ଟଙ୍କା), ବିଏମ୍ଡବ୍ଲୁ-୧୭ (ପ୍ରାୟ ୨ କୋଟି ଟଙ୍କା), ମାରୁତି ସ୍ବିଫ୍ଟ କାର (ପ୍ରାୟ ୫ ଲକ୍ଷ ଟଙ୍କା) ସହିତ ଅନ୍ୟ ଗାଡି ରହିଛି। ଯଦି ସୁନା-ରୁପା ଅଳଙ୍କାର କଥା ହେବା, ତେବେ ୬ କୋଟି ଟଙ୍କାର ଆଭୂଷଣ ରହିଛି। ଏଥିରେ ବିଜୟଙ୍କ ପାଖରେ ୧୫ ଲକ୍ଷ ଟଙ୍କାର ରୂପା ଓ ୧କୋଟି ଟଙ୍କାର ସୁନା ଅଳଙ୍କାର ରହିଛି। ସେଭଳି ତାଙ୍କ ପତ୍ନୀଙ୍କ ପାଖରେ ୨ କୋଜି ରୂପା, ୩୧୩୨ ଗ୍ରାମ୍ ସୁନା ଓ ୧୩୪.୯୧ କ୍ୟାରେଟ ଡାଇମଣ୍ହ ସହିତ ମୋଟ ୫.୪ କୋଟି ଟଙ୍କାର ଅଳଙ୍କାର ରହିଛି। ପାଖରେ ସ୍ଥାବର ସମ୍ପତ୍ତି ମାମଲାରେ ମଧ୍ୟ ବିଜୟ ଖୁବ୍ ଆଗରେ। ତାଙ୍କର ୨୦ ଟଙ୍କା ମୂଲ୍ୟର କୃଷି ଜମି, ୨୨ କୋଟି ମୂଲ୍ୟର ତିନୋଟି ପ୍ଲଟ୍ ଏବଂ ୮୨ କୋଟି ମୂଲ୍ୟର ଚାରୋଟି ବାଣିଜ୍ୟିକ ସମ୍ପତ୍ତି ଅଛି। ବାସସ୍ଥାନ ଦୃଷ୍ଟିରୁ, ତାଙ୍କର ୧୧୫ କୋଟି ଟଙ୍କା ମୂଲ୍ୟର ୧୦ଟି ଘର ଏବଂ ଫ୍ଲାଟ୍ ଅଛି।