ମୁମ୍ବାଇ,୧୮/୬ : ରାଜକୁମାର ହିରାନୀଙ୍କ ଫିଲ୍ମ ‘୩ ଇଡିୟଟ୍ସ’କୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ । ଫିଲ୍ମ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା । ଏବେ ଫିଲ୍ମ ମେକର ଫିଲ୍ମର ସିକ୍ବେଲକୁ ନେଇ ରିଆକ୍ଟ କରିଛନ୍ତି । ରାଜକୁମାର ହିରାନୀ କହିଛନ୍ତି କି ସେ ଏବଂ ରାଇଟର ଅଭିଜାତ ଜୋଶୀ ଫିଲ୍ମର ସ୍କ୍ରିଫ୍ଟ ଉପରେ କାମ କରୁଛନ୍ତି । ଫିଲ୍ମରେ ଦେଖାଯିବ ଯେ ଫରହାନ, ରାଞ୍ଚୋ ଏବଂ ରାଜୁ ଏବେ କ’ଣ କରୁଛନ୍ତି ।
ପ୍ରକାଶ ଯେ, ୨୦୦୯ରେ ଆସିଥିବା ଫିଲ୍ମରେ ଅମିର ଖାନ ରାଞ୍ଚୋର ଭୂମିକା ନିଭାଇଥିଲେ । ସେ ସେହି ସମୟରେ ଲଦାଖରେ ଶିକ୍ଷକ ଥିଲେ। ସେହିଭଳି ଫରହାନଙ୍କ ଅଭିନୟ ଆର ମାଧବନ ନିଭାଉଥିଲେ । ସେ ଓ୍ବାଲ୍ଡଲାଇଫ ଫଟୋଗ୍ରାଫର ହୋଇଥିଲେ । ସେହିଭଳି ରାଜୁଙ୍କ ଚରିତ୍ର ଶରମନ ଜୋଶୀ ନିଭାଇଥିଲେ ଏବଂ ସେ ବି ନିଜ କ୍ୟାରିୟରରେ ଭଲ ସେଟେଲ ଥିଲେ ।
ଏବେ ରାଜକୁମାର ହିରାନୀ ଏକ ସାକ୍ଷାତକାରରେ ସିକ୍ବେଲର କାହାଣୀକୁ ନେଇ କଥା ହୋଇଛନ୍ତି । ସେ କହିଛନ୍ତି କି, ମୁଁ ସ୍କ୍ରିଫ୍ଟ ଉପରେ କାମ କରୁଛି । ଏବେ ବହୁତ କାମ ବାକି ରହିଛି । ଫିଲ୍ମର କାହାଣୀରେ ମୁଖ୍ୟ ଏହା ହେବ କି ସେହି ଚରିତ୍ରର କାହାଣୀରେ ୧୫-୨୦ବର୍ଷ ପରେ କ’ଣ ହୋଇଛି । ଏହା କଲେଜ ବିଷୟରେ ହେବ ନାହିଁ । ତାଙ୍କର ବିବାହ ହୋଇଯାଇଥିବ । ପିଲା ବି ଥିବେ । ସେମାନେ ଜୀବନର ମଧ୍ୟ ଭାଗରେ କ୍ରାଇସିସରେ ବିତାଉଥିବେ । ଏବେ ଆମକୁ ଦେଖାଇବାରେ ଅଛି ଆଗକୁ କ’ଣ ?
ସୂଚନାଯୋଗ୍ୟ ଯେ, ପୂର୍ବ ଫିଲ୍ମରେ କରୀନା କପୁର, ମୋନା ସିଂହ, ଅମିର ଖାନ, ଆର ମାଧବନ, ଶରମନ ଜୋଶୀଙ୍କ ଭଳି ଷ୍ଟାରର ଥିଲେ । ଏହି ଫିଲ୍ମ ୨୦୦୯ରେ ଆସିଥିଲା । ଏହା ଭାରତୀୟ ଇତିହାସରେ ସବୁଠାରୁ ବଡ଼ ଫିଲ୍ମରୁ ଗୋଟିଏ । ଫିଲ୍ମରେ ଦେଖାଯାଇଥିଲା କି ଅମୀର ଖାନ, ଆର ମାଧବନ ଏବଂ ଶରମନ ଜୋଶୀ କଲେଜରେ ଏକା ସାଙ୍ଗରେ ପଢୁଛନ୍ତି ଏବଂ ତାଙ୍କ ମଧ୍ୟରେ ଭଲ ବନ୍ଧୁତା ଅଛି ।