ପ୍ରମୁଖ ଖବର
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

କାହା ମୁଣ୍ଡରେ ସୁନା କଳସ

କେନ୍ଦୁଝର ସଦର, ୨୬/୪ : ଯେ କୌଣସି ନିର୍ବାଚନ ହେଉ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତଙ୍କର ନଜର ଥାଏ । ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଜଶବନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଟିକେଟ ଦେଇଛି। ସେହି ନିର୍ବାଚନ ମଣ୍ଡଳୀରେ ଲାଗୁରୀ ପରିବାରର ସ୍ଵତନ୍ତ୍ର ପରିଚୟ ରହିଛି। ତାଙ୍କ ବାପା ପୂର୍ବରୁ ସେହି ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବାବେଳେ ସେ ନିଜେ ବିଜେଡିରୁ ସାଂସଦ ହୋଇଥିବାବେଳେ ତାଙ୍କ ପତ୍ନୀ ଶକୁନ୍ତଳା ଲାଗୁରୀ ମଧ୍ୟ ବିଜେଡିରୁ ସାଂସଦ ହୋଇଥିଲେ । ତାଙ୍କ ପରିବାର ଜନସାଧାରଣଙ୍କ ବହୁ ବର୍ଷ ଧରି ସେବା କାର୍ଯ୍ୟ କରି ଆସୁଛନ୍ତି ।  ସବୁ କ୍ଷେତ୍ରରେ ଗୋଟି କିପରି ଚାଳନା କରି ଜିତାପଟ୍ଟ ହେବ  ଲାଗୁରୀ ଫେମିଲିଙ୍କୁ ଜଣା । 

ବିଜେଡି ଖଣିର ବାଦଶାହା ବାହୁବଳୀ ନେତା ସନାତନ ମହାକୁଡଙ୍କୁ ଟିକେଟ ଦେଇଛି । ପୂର୍ବରୁ ସ୍ଵାଧୀନ ଭାବେ ଉକ୍ତ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ବହୁ ସଂଖ୍ୟା ଭୋଟରେ ଜିତିଥିଲେ । ସନାତନ ମହାକୁଡ଼ଙ୍କ ଜିଲ୍ଲାରେ ସ୍ଵତନ୍ତ୍ର ସ୍ଥାନ ରହିଛି । ଜଗତ ଜନନୀ ସେବା ଟ୍ରଷ୍ଟ କରି ସମଗ୍ର ଜିଲ୍ଲାରେ ରୋଗୀଙ୍କ ନିମନ୍ତେ ନିଜସ୍ଵ ଖର୍ଚ୍ଚରେ ଭୁବନେଶ୍ୱର ମାଗଣା ଚିକିତ୍ସା ହେଉ ଅଥବା ଚାଷୀ, ବ୍ୟବସାୟୀଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ପ୍ରଦାନ ହେଉ ଅଥବା ନିଜସ୍ଵ ଖର୍ଚ୍ଚରେ ସମଗ୍ର ଜିଲ୍ଲାରେ ଭାଗବତ ଟୁଙ୍ଗି, ମନ୍ଦିର, ମସଜିତ, ଯଜ୍ଞ ମଣ୍ଡଳ, କୀର୍ତ୍ତନ ମଣ୍ଡପ ନିର୍ମାଣ ହେଉ ଅଥବା ବିଶୁଦ୍ଧ ପିଇବା ପାଣି ହେଉ ସବୁଥିରେ ସନାତନ ମହାକୁଡ଼ଙ୍କ ସ୍ଵତନ୍ତ୍ର ପରିଚୟ ରହିଛି । ସେ ପୂର୍ବର ନିର୍ବାଚନରେ ପାଟଣା, ତେଲକୋଇ, ଚମ୍ପୁଆ ବିଧାନସଭା କ୍ଷେତ୍ର ଓ ସାଂସଦଙ୍କୁ ନିଜସ୍ଵ ଉଦ୍ୟମରେ ଜିତାପଟ୍ଟ କରିଥିବା ଆଲୋଚନା ହୁଏ ।  ଏବେ ବିଜେପି ସେହିଭଳି ହେଭିୱେଟ ନେତାଙ୍କୁ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ଟିକେଟ ଦେବା ପାଇଁ ଯୋଜନା କରିଛି । ତେବେ ତେଲକୋଇ ନିର୍ବାଚନ ମଣ୍ଡଳୀ କଥା ଦେଖିବା କଂଗ୍ରେସର ପୂର୍ବତନ ବିଧାୟକ ପ୍ରାଣବଲଭ ନାୟକଙ୍କ ପୁତ୍ର ନିର୍ମଳ ନାୟକଙ୍କୁ ପ୍ରାର୍ଥୀ କରିଛି ସେ ଜଣେ ଏକାଧାରରେ ସାମ୍ବାଦିକ ସମାଜସେବୀ ଓ ବିଭିନ୍ନ ସଙ୍ଗଠନରେ ଜଡ଼ିତ। ସେ ଅଞ୍ଚଳର ସମସ୍ୟାକୁ ଲୋଚନକୁ ଆଣିବା ସହିତ ସମସ୍ୟା ସମାଧାନ କରିଥାନ୍ତି । ଜନସାଧାରଣଙ୍କ ସେବାରେ ନିଜ ଜୀବନ ଉତ୍ସର୍ଗୀତ ଥିବାରୁ ସେ ମଧ୍ୟ ଭୋଟର ତଥା ଜନସାଧାରଣଙ୍କ ପ୍ରିୟ ଭାଜନ ଅଟନ୍ତି । 

ସେହିଭଳି  ପୂର୍ବତନ ସାଂସଦ ମାଧବ ସର୍ଦ୍ଦାରଙ୍କୁ ତେଲକୋଇ ନିର୍ବାଚନ ମଣ୍ଡଳୀରେ ଟିକେଟ ଦେଇଛନ୍ତି । ସେ ମଧ୍ୟ ବିଜେଡ଼ି ଜିଲ୍ଲା ସଭାପତି ଏବଂ ବିଜେଡିର ସଂଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ସେ ଜଣେ ଅଭିଜ୍ଞ ବରିଷ୍ଠ ରାଜନୈତିକ ଲୋକ ଗୋଟି ଚାଳନାରେ ଧୁରନ୍ଧର । ବିଜେପି ମଧ୍ୟ ପଛରେ ପଡ଼ି ନାହିଁ । ସେ ସେଭଳି ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବ ବୋଲି ଯୋଜନା କରୁଥିବା ଜଣାପଡିଛି । ଠିକ ସେହିଭଳି ପାଟଣା ନିର୍ବାଚନମଣ୍ଡଳୀ କଥା କହିବା ବିଜେଡ଼ି ଜଗନ୍ନାଥ ନାଏକଙ୍କୁ ବିଶ୍ୱାସ ଓ ଭରସା ରଖି ପୁନର୍ବାର ପ୍ରାର୍ଥୀ କରିଛି । କଂଗ୍ରେସ ମଧ୍ୟ ପଛରେ ପଡ଼ି ନାହିଁ ସେ ମଧ୍ୟ ଦକ୍ଷ ଅଭିଜ୍ଞ ବରିଷ୍ଠ ପୂର୍ବତନ ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ହୃଷୀକେଶ ନାଏକଙ୍କୁ ଟିକେଟ ଦେଇଛି । ବିଜେପି ମଧ୍ୟ ପଛରେ ପଡ଼ି ନାହିଁ ବିଜେପି ଅଖିଳ ନାୟକଙ୍କୁ ଟିକେଟ ଦେଇଛି । ଗତ ଥର ସାଧାରଣ ନିର୍ବାଚନରେ ଖୁବ କମ ବ୍ୟବଧାନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀ ହୋଇ ଶ୍ରୀ ନାୟକ ହାରିଥିଲେ । ଠିକ ସେହିଭଳି ଦେଖିବାକୁ ଗଲେ ସଦର ନିର୍ବାଚନମଣ୍ଡଳୀର ବିଜେପିର ତିନିତିନି ଥର ବିଧାୟକ ମୋହନ ଚରଣ ମାଝୀଙ୍କୁ ଦଳ ପୁଣି ଟିକେଟ ଦେଇଛି । ବିଜେପି ବିଜେଡ଼ି ମେଣ୍ଟରେ ଦଳର ମୁଖ୍ୟ ସଚେତକ, ବିରୋଧୀ ଦଳର ମୁଖ୍ୟ, ବିଧାନ ସଭା ଷ୍ଟାଡିଂଙ୍ଗ କମିଟିର ସଦସ୍ୟ ଥାଇ ବହୁ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ କରି ଆସିଛନ୍ତି । ସେ ଜଣେ ଏକାଧାରରେ ଅଭିଜ୍ଞ, ବରିଷ୍ଠ,ରାଜନୈତିକ ଲୋକ । ସେ ଗୋଟି ଚାଳନା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ସେହି ଭଳି ଭାବେ ପୂର୍ବତନ ବିଧାୟକ ଇ ସୁବର୍ଣ୍ଣ ନାୟକଙ୍କ ସଦର ନିର୍ବାଚନ ମଣ୍ଡଳୀରେ ଦବଦବା ରହିଛି । ତାଙ୍କ ପତ୍ନୀ ପ୍ରତିଭା ମଞ୍ଜରୀ ନାଏକ ସେ ଜଣେ ଅଭିଜ୍ଞ ପରିଚିତ ବ୍ୟକ୍ତି । ଝୁମ୍ପୁରା ବ୍ଲକର ଚ୍ୟାରମ୍ୟାନ ପଦବୀ ଅଳଙ୍କୃତ କରି ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦିତ କରିଥିବାବେଳେ ପୁଣି ଜିଲ୍ଲାପରିଷଦ ସଭ୍ୟା ହୋଇଥିଲେ । 

ଶ୍ରୀ ନାୟକ ସେତେବେଳେ ମିଡ ନାଇଟ ଅପରେସନରେ ମୁଖ୍ୟ ଭୂମିକା ଗ୍ରହଣ କରି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପଦକୁ ସୁରକ୍ଷିତ କରିପାରିଥିଲେ । ଏବେ ନବ ନିର୍ମାଣ କୃଷକ ସଂଗଠନ ତରଫରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଶ୍ରୀ ଜୀବନ ସିଂ ମୁଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଛି । ସେ ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ। ତାଙ୍କର ମଧ୍ୟ ଦବଦବା ରହିଛି । ସମସ୍ତ ଚାଷୀଙ୍କ ଭୋଟ ଶ୍ରୀ ମୁଣ୍ଡାଙ୍କ ସପକ୍ଷରେ ଯିବ ବୋଲି ଆକଳନ କରାଯାଉଛି । ଦେଖିବାକୁ ବାକି ରହିଲା ସମସ୍ତ ଦଳର ପ୍ରାର୍ଥୀମାନେ ନିଜ ନିଜ ମୁଦା ନେଇ କିପରି ଲୋକଙ୍କ ଆସ୍ଥା ଭାଜନ ହେଉଛନ୍ତି ଏବଂ କାହା ମୁଣ୍ଡରେ ସୁନା ମୁକୁଟ ଲାଗିବ ତାହାତ ଆଗାମୀ ସାଧାରଣ ନିର୍ବାଚନ ଫଳାଫଳରେ ଜଣା ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.