ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନୁଗୁଳ ନିର୍ବାଚନ ମଣ୍ଡଳୀ: ଅମ୍ବିକା କୋଟିପତି, ପ୍ରତାପ ଲକ୍ଷପତି, ସଂଯୁକ୍ତାଙ୍କ ପାଖରେ ୧୫ ଲକ୍ଷ ଟଙ୍କାର ସୁନା

ଅନୁଗୁଳ,୦୭/୦୫: କଂଗ୍ରେସ ପ୍ରାର୍ଥୀ ଅମ୍ବିକା ପ୍ରସାଦ ଭଟ୍ଟ କୋଟିପତି ।  ତାଙ୍କ ପାଖରେ ଟ୍ରକ୍‌, ଟିପ୍ପର ଆଦି ଗାଡ଼ିମଟର ରହିଛି । ସେପଟେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଲକ୍ଷପତି ।  ସେ ୩୦ ଲକ୍ଷ ଟଙ୍କାର ମାଲିକ । କିନ୍ତୁ, ତା’ଙ୍କ ନାଁ’ରେ ନାହିଁ ଅସ୍ଥାବର ସମ୍ପତ୍ତି ।  ବିଜେଡି ପ୍ରାର୍ଥିନୀ ସଂଯୁକ୍ତା ସିଂହ ମଧ୍ୟ ଲକ୍ଷପତି । ତାଙ୍କ ନାଁ’ରେ କୌଣସି  ମାମଲା ନାହିଁ । ପାଖରେ ୧୫ ଲକ୍ଷ ଟଙ୍କାର  ସୁନା ଅଳଙ୍କାର ରହିଛି । ସଂଯୁକ୍ତାଙ୍କ ସ୍ୱାମୀ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ  ସମ୍ପତ୍ତିଙ୍କୁ ମିଶାଇଲେ ସିଂହ ଦମ୍ପତିଙ୍କ  ପାଖରେ ୩ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି  ରହିଛି । ଅନୁଗୁଳ ନିର୍ବାଚନ ମଣ୍ଡଳୀରେ  ତିନି ପ୍ରମୁଖ ଦଳର ପ୍ରାର୍ଥୀ ଦାଖଲ  କରିଥିବା ନାମାଙ୍କନର ସତ୍ୟପାଠରୁ  ଏହି ତଥ୍ୟ ସାମ୍ନାକୁ ଆସିଛି । 

ଅନୁଗୁଳ ନିର୍ବାଚନ ମଣ୍ଡଳୀରେ  ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ  ସବୁଠୁ ଧନୀ ହେଲେ କଂଗ୍ରେସ ପ୍ରାର୍ଥୀ  ଶ୍ରୀ ଭଟ୍ଟ । ସେ ଓ ତାଙ୍କ ପତ୍ନୀ ବ୍ୟବସାୟ  କରନ୍ତି । ଅମ୍ବିକାଙ୍କ ପାଖରେ ୨ କୋଟି  ୭୮ ଲକ୍ଷ ୯୨ ହଜାର ଟଙ୍କାର ସ୍ଥାବର  ସମ୍ପତ୍ତି ରହିଛି । ତାଙ୍କ ପାଖରେ ୮ଟି ଗାଡ଼ି ଥିବା ବେଳେ ହାତରେ ଏବେ ୪୫  ହଜାର ଟଙ୍କାର ନଗଦ ରାଶି ରହିଛି ।  ବ୍ୟାଙ୍କ୍‌ରେ ଜମା ସାଙ୍ଗକୁ ତାଙ୍କ ପାଖରେ  ୧୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଅଛି ।  ଅମ୍ବିକାଙ୍କ ପତ୍ନୀ ମଧ୍ୟ କୋଟିପତି ।  ତାଙ୍କ ପାଖରେ ୧ କୋଟି ୧୬ ଲକ୍ଷ  ୨୬ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି  ଅଛି । 

ସେହିପରି ଅମ୍ବିକାଙ୍କ ପାଖରେ  ୨ କୋଟି ୮୨ ହଜାର ୯୫ ହଜାର  ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା  ବେଳେ ପତ୍ନୀଙ୍କ ପାଖରେ ୭୫ ଲକ୍ଷ  ୫୦ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି  ରହିଛି । ଅମ୍ବିକାଙ୍କ ମୁଣ୍ଡରେ ୧ କୋଟି  ୩୪ ଲକ୍ଷ ଟଙ୍କାର ଋଣବୋଝ ରହିଛି ।  ତାଙ୍କ ନାମରେ କୌଣସି ମାମଲା ନଥିବା  ସେ ସତ୍ୟପାଠରେ ଜଣାଇଛନ୍ତି । ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ  ମୋଟ ସମ୍ପତ୍ତିର ପରିମାଣ ୩୦ ଲକ୍ଷ  ୮୪ ହଜାର ଟଙ୍କା । ମାତ୍ର ତାଙ୍କ ନାମରେ  କୌଣସି ଅସ୍ଥାବର ସମ୍ପତ୍ତି ନାହିଁ । ସେ  ଏକ ଇନୋଭା ଚଢ଼ୁଥିବା ବେଳେ ମୋଟ୍‌  ୫ଟି ଗାଡି ରହିଛି । ପ୍ରତାପଙ୍କ ପତ୍ନୀଙ୍କ  ନାମରେ ୪୩ ଲକ୍ଷ ୪୨ ହଜାର ଟଙ୍କାର  ସ୍ଥାବର ସମ୍ପତ୍ତି ରହିଛି । ଏଥିରୁ ୨୪  ଲକ୍ଷ ଟଙ୍କାର କେବଳ ସୁନା ଗହଣା  ଥିବା ଜଣାପଡ଼ିଛି । ପ୍ରତାପଙ୍କ ନାମରେ  ଅନୁଗୁଳ, ବଅଁରପାଳ ଓ ନାଲ୍‌କୋ  ଥାନାରେ ୫ଟି ମାମଲା ରହିଛି ।  ଏହାଛଡା ପ୍ରତାପଙ୍କ ମୁଣ୍ଡରେ ୩ ଲକ୍ଷ  ୫୩ ହଜାର ଟଙ୍କାର ଋଣ ଥିବା ବେଳେ  ତାଙ୍କ ପତ୍ନୀ ୨୦ ଲକ୍ଷ ଟଙ୍କାର ଋଣ  କରିଛନ୍ତି । 

ବିଜେଡି ବିଧାୟକ ପ୍ରାର୍ଥିନୀ ସଂଯୁକ୍ତା  ସିଂହଙ୍କ ନାମରେ କୌଣସି ମାମଲା  ନାହିଁ । ତାଙ୍କ ପାଖରେ ମୋଟ୍‌ ୪୭ ଲକ୍ଷ  ୪୯ ହଜାର ୬୬୯ ଟଙ୍କାର ସ୍ଥାବର  ସମ୍ପତ୍ତି ରହିଛି । ତାଙ୍କ ହାତରେ ଏବେ  ୩୦ ହଜାର ଟଙ୍କା ନଗଦ ରାଶି ଓ  ୧୫ ଲକ୍ଷ ଟଙ୍କାର ସୁନା ଗହଣା ଅଛି ।  ସେହିପରି ସଂଯୁକ୍ତାଙ୍କ ନାମରେ ୭ ଲକ୍ଷ  ୧୩ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି  ଅଛି । ଅପରପକ୍ଷରେ ସଂଯୁକ୍ତାଙ୍କ ସ୍ୱାମୀ  ରଜନୀକାନ୍ତଙ୍କ ନାମରେ ୩୧ ଲକ୍ଷ ୪୭  ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ଥିବା  ବେଳେ ୨ କୋଟି ୩୫ ଲକ୍ଷ ଟଙ୍କାର  ଜମି ଓ କୋଠାବାଡ଼ି ରହିଥିବା ସେ  ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.