ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାୟଗଡ଼ାରୁ ନିଖୋଜ ନାବାଳିକା ହରିୟାଣାରୁ ଉଦ୍ଧାର, ୯୧ ହଜାର ଟଙ୍କାରେ ବିକି ଦେଇଥିଲା ଦଲାଲ

ରାୟଗଡ଼ା, ୦୭/୦୫ : ରାୟଗଡ଼ାରୁ ନିଖୋଜ ନାବାଳିକା ହରିୟାଣାରୁ ଉଦ୍ଧାର। ୯୧ ହଜାର ଟଙ୍କାରେ ବିକି ଦେଇଥିଲା ଦଲାଲ। ୨ ଜଣଙ୍କୁ ବାନ୍ଧିଲା ପୋଲିସ। ତେବେ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। 

ସୂଚନାନୁଯାୟୀ, ବିଷମକଟକ ଥାନା ସିକବନ୍ଧ ଗାଁର ଜଣେ ନାବାଳିକା ମାର୍ଚ୍ଚ ମାସରେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଆସି ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଝିଅର ପତ୍ତା ନମିଳିବାରୁ ମେ ୧ ତାରିଖରେ ମୁନିଗୁଡ଼ା ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲା ଆଧାରରେ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ତେବେ ନାବାଳିକାକୁ ହରିୟାଣା ଜିନ୍ଧ ଜିଲ୍ଲାରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ ମୁନିଗୁଡ଼ା ଅଞ୍ଚଳର ୨ ଜଣ ଦଲାଲ ଖଜୁରୀପଦା ଗାଁର ସାୟାବତି କିଲ୍ଲାକା ଓ ଟିକରପଡ଼ାର ଗୋପାଳ ନାଗ ହରିୟାଣାରେ ୯୧ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ପୂର୍ବରୁ ହରିୟାଣା ଓ ରାଜସ୍ଥାନ ଅଞ୍ଚଳରେ ବିବାହ ପାଇଁ ଝିଅ ଅଭାବ ଯୋଗୁଁ ମୁନିଗୁଡ଼ା ଓ ଆଖାପାଖ ଅଞ୍ଚଳରୁ ଅନେକ ଝିଅଙ୍କୁ ଦଲାଲମାନେ ମୋଟା ଅଙ୍କର ଅର୍ଥରେ ବିକ୍ରି କରୁଥିବା ଅଭିଯୋଗ ହେଉଥିଲା। ଏହି ଘଟଣା ପରେ ଅଧିକ ଛାନଭିନ୍ ଚଳାଇଛି ପୋଲିସ। 






  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.