ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୀଳଗିରି ବିଜେପି ସମାବେଶରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜେଡିକୁ କଲେ ଟାର୍ଗେଟ୍

ନୀଳଗିରି, ୭/୫ : ନୀଳଗିରି ବିଜେପି ଦଳ ତରଫରୁ ଆଜି ବିଭିନ୍ନ ସ୍ଥାନରେ ପଦଯାତ୍ରା ହୋଇଛି। ଏହି ପରିପ୍ରେକ୍ଷୀରେ ନୀଳଗିରି ବଣସୀମାରେ ଆୟୋଜିତ ଜନସଭାରେ ଯୋଗ ଦେଇଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ। ଏହା ସହ ବାଲେଶ୍ଵର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଯୋଗ ଦେଇଛନ୍ତି। 

ସୂଚନାନୁଯାୟୀ, ନୀଳଗିରି ୧୧ ଓ ୧୨ ନଂ ଜୋନରେ ବାଇକ ଶୋଭାଯାତ୍ରା ଓ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି ଯେ, ନବୀନ ଇଞ୍ଜିନ ଏକ୍ସପାରି ହୋଇଗଲାଣି। ଆଉ କାମ କରୁନି। ଉପାଡିକି ଫିଙ୍ଗିଦେବା ପାଇଁ ଉପସ୍ଥିତ ଜନତାଙ୍କୁ କହିଥିଲେ ପ୍ରତାପ ଷଡ଼ଙ୍ଗୀ। ଏହା ସହ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବା ପାଇଁ ଡବଲ ପଦ୍ମଫୁଲରେ ଭୋଟ ଦେବାକୁ କହିଛନ୍ତି ପ୍ରତାପ। ସେହିପରି ଓଡ଼ିଆ କହିପାରୁନଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉପରେ ପ୍ରବଳ ବର୍ଷିଥିଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ। ସେହିପରି ନୀଳଗିରି ଜନତାଙ୍କ ଆଶୀର୍ବାଦ ଦରକାର ବୋଲି କହିଥିଲେ ଶ୍ରୀ ଖଟୁଆ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.