ନୂଆଦିଲ୍ଲୀ,୨୦/୦୬; ଗତବର୍ଷ ଜୁନ୍ ୧୨ରେ ଘଟିଥିବା ଭୟଙ୍କର ପ୍ଲେନ୍ କ୍ରାସ୍ କୁ କିଏ ବା ଭୁଲିବ । ଗୁଜରାଟର ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବର୍ଷେ ପୂରିଛି । ଅକାଳରେ ୨୬୦ ଜୀବନ ଚାଲିଯାଇଥିଲା । ଏ ଦୁର୍ଘଟଣା ଦେଶକୁ ଦୋହଲାଇ ଦେଇଥିଲା । ଦୁର୍ଘଟଣାରେ ଜୀବନ ହରାଇଥିବା ସେ ସମସ୍ତଙ୍କ ପରିବାର ଲୋକଙ୍କ ମନରେ ଆଜି ବି ପ୍ରଶ୍ନ କିପରି ଘଟିଥିଲା ଏତେ ବଡ଼ ଦୁର୍ଘଟଣା ? ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୭୧ ଦୁର୍ଘଟଣା ମାମଲାରେ ଏକ ନୂଆ ମୋଡ଼ ଆସିଛି । ଭାରତୀୟ ପାଇଲଟ ସଂଘ (ଏଫଆଇପି) ବିମାନ ଦୁର୍ଘଟଣା ବ୍ୟୁରୋ (ଏଏଆଇବି)ର ପ୍ରାଥମିକ ତଦନ୍ତ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛି । ପାଇଲଟ୍ ସଂଗଠନ ଅଭିଯୋଗ କରିଛି କି ତଦନ୍ତ ରିପୋର୍ଟରୁ କକପିଟ୍ ସତର୍କତା ତଥା ଜାଣିଶୁଣି ଲୁଚାଇ ଦିଆଯାଇଥିଲା । ପାଇଲଟ୍ ଆସୋସିଏସନ୍ କହିଛି ଯେ, ସେମାନଙ୍କ ସ୍ତରରେ କରାଯାଇଥିବା ସ୍ୱାଧୀନ ସିମୁଲେଟର ପରୀକ୍ଷଣ ତଦନ୍ତ ରିପୋର୍ଟର ସମୟସୀମା ଏବଂ ଫଳାଫଳକୁ ପ୍ରକାଶ କରିଛି ।

ପାଇଲଟ୍ ଆସୋସିଏସନର ମୁଖ୍ୟ ଅଭିଯୋଗ କଣ ? ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏଫଆଇପି ଅଧ୍ୟକ୍ଷ କ୍ୟାପଟେନ୍ ସି. ରନ୍ଧାୱା ଦୁର୍ଘଟଣା ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଥିଲେ । କ୍ୟାପଟେନ୍ ରନ୍ଧାୱା କହିଛନ୍ତି, ଯେ ଉଭୟ ଇଞ୍ଜିନ୍ ବିଫଳ ହେବା ପୂର୍ବରୁ ବିମାନଟି ବୈଦ୍ୟୁତିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ଏପରି ତ୍ରୁଟି କକପିଟରେ ଚେତାବନୀ ବାର୍ତ୍ତା ଏବଂ ଅଡିଓ ଆଲର୍ଟ ଦେଇଥାଏ । ଏହା କକପିଟ୍ ଭଏସ୍ ରେକର୍ଡରରେ ରେକର୍ଡ କରାଯାଇଛି । କିନ୍ତୁ ପ୍ରାରମ୍ଭିକ ରିପୋର୍ଟରେ ଜାଣିଶୁଣି ଏହି ଚେତାବନୀ କ୍ରମକୁ ବାଦ ଦିଆଯାଇଛି ।

୧୦ଟି ସିମୁଲେଟର ପରୀକ୍ଷଣରେ ପ୍ରକାଶିତ ସତ୍ୟ- ଏଏଆଇବି ବାରମ୍ଭାର ନିଜସ୍ୱ ସିମୁଲେଟର ପରୀକ୍ଷା କରିବାକୁ ମନା କରିବା ପରେ ଏଫଆଇପି ଏକ ବୋଇଂ ୭୮୭ ସିମୁଲେଟର ୧୦ଟି ପରୀକ୍ଷଣ କରିଥିଲା । ଏହି ପରୀକ୍ଷଣର ଫଳାଫଳ ତଦନ୍ତ ଏଜେନ୍ସିଂର ଦାବିର ସମ୍ପୂର୍ଣ୍ଣ ବିପରୀତ ଥିଲା ।

. ରାମ ଏୟାର ଟର୍ବାଇନ୍ ହେଉଛି ବିମାନର ଜରୁରୀକାଳୀନ ବିଦ୍ୟୁତ ଯୋଗାଣ । ପରୀକ୍ଷଣରୁ ଜଣାପଡିଛି ଯେ, ଇଞ୍ଜିନ ବନ୍ଦ ହେବା ପରେ, ଆରଏଟି ହାଇଡ୍ରୋଲିକ୍ ଚାପକୁ ସକ୍ରିୟ ଏବଂ ପୁନଃସ୍ଥାପିତ କରିବାକୁ ୧୮ ସେକେଣ୍ଡ ସମୟ ନିଏ ।

. ସେହି ସମୟରେ ଏଏଆଇବି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାବି କରିଛି ଯେ, ଇ଼ଞ୍ଜିନ ଯୋଗାଣ ବନ୍ଦ କରୁଥିବା ସ୍ୱିଟ୍ ଦବାଇବାର ମାତ୍ର ୪ ସେକେଣ୍ଡ ପରେ ଆରଏଟି ନିୟୋଜିତ ହୋଇଥିଲା ।

.ଏହି ବିରାଟ ପାର୍ଥକ୍ୟକୁ ଦୃଷ୍ଟିରେ ରଖି, ସଂଗଠନ ସରକାରଙ୍କୁ ଏକ ଚିଛି ଲେଖି ଦାବି କରିଛି ଯେ ଜୁନ୍ ୧୨ ୨୦୨୫ରେ ଘଟିଥିବା ଏହି ଦୁର୍ଘଟଣାର ଚୂଡାନ୍ତ ରିପୋର୍ଟ ଜାରି କରିବା ପୂର୍ବରୁ ଏଏଆଇବି ନିଜେ ସିମୁଲେଟର ପରୀକ୍ଷା କରନ୍ତୁ 

ଏହା ବି ପଢନ୍ତୁ...ଭାରତର ଆଇଫୋନ ମିଶନକୁ ଝଟକା ? ଟାଟା କାରଖାନା ବିରୋଧରେ ପ୍ରତିବାଦ କରିଛନ୍ତି ଚାଷୀ  

ବିମାନ ଲାଞ୍ଜରେ ଥିବା ଫ୍ଲାଇଟ୍ ଡାଟା ରେକର୍ଡରେ କ୍ଷତି ପାଇଁ କ୍ୟାପ୍ଟେନ ରନ୍ଧାୱା ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଦୁର୍ଘଟଣା ପରେ ବିମାନ ଲାଞ୍ଜ ପ୍ରାୟତଃ ଅକ୍ଷତ ଥିବାବେଳେ ଏଫଡିଆର କିପରି ଏତେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହେଲେ ତାହା ସେ ପଚାରିଥିଲେ । ଯେହେତୁ ଏହି ରେକର୍ଡରଟି ସମ୍ପୂର୍ଣ୍ଣ ବୈଦ୍ୟୁତିକ ଶକ୍ତିରେ ଚାଲିଥାଏ । ଏହାର କ୍ଷତି ସ୍ପଷ୍ଟ ଭାବରେ ବିମାନର ବୈଦ୍ୟୁତିକ ଶକ୍ତି ଯୋଗାଣାରେ ଏକ ବଡ଼ ସମସ୍ୟାକୁ ସୂଚିତ କରୁଛି ।