ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

୯୩ ଘଣ୍ଟାରେ ୩,୮୦୦ କିଲୋମିଟର ଯାତ୍ରା, ଅମୁର ଫାଲ୍‌କନ୍‌ ଚିଉଲୁଆନ-୨ର ଅବିଶ୍ରାନ୍ତ ଉଡ଼ାଣ

Published By : Prameya | May 1, 2025 11:25 AM

ଭୁବନେଶ୍ୱର, ୦୧/୦୫ : ଚିଲ ଭଳି ଦେଖାଯାଉଛି । ଅବିଶ୍ରାନ୍ତ ଉଡ଼ିବାକୁ ଯେମିତି ପଣ କରିଛି। କାଣିଚାଏ ଥକୁନାହିଁ । ପୂର୍ବ ଆଫ୍ରିକୀୟ ଦେଶ ସୋମାଲିଆରୁ ଉଡ଼ାଣ ଭରିଥିଲା । ୯୩ ଘଣ୍ଟାରେ ପ୍ରାୟ ୩,୮୦୦ କିଲୋମିଟର ଉଡ଼ାଣ ପରେ ଭାରତରେ ପହଞ୍ଚିଛି। ଗୁଜରାଟ ଓ ଛତିଶଗଡ଼ ଦେଇ ଶେଷରେ ଓଡ଼ିଶା ଆସିଛି । ଏହି ଚଢ଼େଇ ହେଉଛି ଅମୁର୍‌ ଫାଲ୍‌କନ୍‌ ଚିଉଲୁଆନ-୨ । ଘଣ୍ଟା ପିଛା ପ୍ରାୟ ୫୫ କିଲୋମିଟର ବେଗରେ ଏହା ଉଡ଼ୁଛି । ଏହି ଖବର ପକ୍ଷୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରିଛି । 

ଚଢ଼େଇଟିର ଗତି ଓ ଅବସ୍ଥିତି ଜାଣିବା ଲାଗି ତା’ ଦେହରେ ସାଟେଲାଇଟ୍‌ ଟ୍ରାନ୍ସମିଟର ଖଞ୍ଜାଯାଇଥିଲା। ମଙ୍ଗଳବାର ରାତି ପ୍ରାୟ ୨ଟାରେ ପ୍ରଥମେ ଗୁଜରାଟର ଭରୁଚରେ ପ୍ରବେଶ କରିଥିଲା । ଏହାପରେ ଛତିଶଗଡ଼ରେ ପହଞ୍ଚିଥିଲା । ଏବେ ପଶ୍ଚିମ ଓଡ଼ିଶାରେ ରହିଥିବା ସୂଚନା ମିଳିଛି । ୱାଇଲ୍ଡଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ବରିଷ୍ଠ ବୈଜ୍ଞାନିକ ଡ. ସୁରେଶ କୁମାରଙ୍କ କହିବା ମୁତାବକ, ବୁଧବାର ଅପରାହ୍ନରେ ଆମେ ଚିଉଲୁଆନ୍‌ର ସଦ୍ୟ ଅବସ୍ଥିତି ବାବଦରେ ଜାଣିବାକୁ ପାଇଛୁ । ସନ୍ଧ୍ୟା ୫ଟା ସୁଦ୍ଧା ଏହା ପଶ୍ଚିମ ଓଡ଼ିଶାରେ ଥିଲା । 

ସେ କହିଛନ୍ତି, ସୋମାଲିଆରୁ ଭାରତ ଆସି ଏହା ଉତ୍ତର-ପୂର୍ବ ମୁହାଁ ହୋଇଛି । ପକ୍ଷୀଟି କିଭଳି ଓ କେତେ ସମୟ ବିଶ୍ରାମ ନେଉଛି, ତାହା ନେଇ ଚକିତ କଲା ଭଳି ସୂଚନା ମିଳିଛି । ମଣିପୁର ଜଙ୍ଗଲ ବିଭାଗର ଡିଏଫ୍‌ଓ ହିଟଲର ସିଂହଙ୍କ ଅନୁସାରେ, ଚିଉଲୁଆନ୍‌-୨ ଉଡ଼ିବା ବେଳେ ହିଁ ବିଶ୍ରାମ ନେଉଥିବା ଆମେ ଅନୁମାନ କରୁଛୁ । ଏହି ସମୟରେ ଉଡ଼ାଣରେ ଏହା ଅଧିକ ବଳ ପ୍ରୟୋଗ କରି ନ ଥାଏ ଏବଂ ପବନର ସହାୟତା ନେଇଥାଏ । କିନ୍ତୁ ଏ ନେଇ ଆମେ ନିଶ୍ଚିତ ନୁହଁ । ୨୦୨୪ ନଭେମ୍ବରରେ ଦୁଇଟି ଅମୁର୍‌ ଫାଲ୍‌କନ୍‌ ଚିଉଲୁଆନ୍‌ ୨ ଏବଂ ଏକ ମାଈ ଗ୍ୱାଙ୍ଗରାମ୍‌ ଚଢ଼େଇ ଦେହରେ ସାଟେଲାଇଟ ଟ୍ରାନ୍ସମିଟର ଲଗାଯାଇ ମଣିପୁରର ତାମେଙ୍ଗଲୋଙ୍ଗ ଜିଲ୍ଲା ଅନ୍ତର୍ଗତ ଚିଉଲୁଆନ୍‌ ଗ୍ରାମରେ ଛଡ଼ାଯାଇଥିଲା । ଏହି ସମୟରେ ଡିଏଫ୍‌ଓ ହିଟଲର ସିଂହ ଏବଂ ଡ. ସୁରେଶ କୁମାରଙ୍କ ଉପସ୍ଥିତିରେ ଆଉ କେତେକ ଅମୁର ଫାଲ୍‌କନ୍‌ ମଧ୍ୟ ଛଡ଼ାଯାଇଥିଲା । ଚଢ଼େଇଗୁଡ଼ିକ କେଉଁ ରୁଟ୍‌ରେ ଓ କିଭଳି ଉଡ଼ାଣ କରୁଛନ୍ତି, ତାହା ଜାଣିବା ଏହି ପ୍ରକଳ୍ପ ପଛରେ ଉଦ୍ଦେଶ୍ୟ ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.