ଭୁବନେଶ୍ଵର, ୦୧/୦୫ : ଜାତି ଜନଗଣନାକୁ ନେଇ ତେଜିଲା ରାଜନୀତି। ବିଜେପିକୁ କଟାକ୍ଷ କଲେ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ। ସେ କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ରାହୁଲ ଗାନ୍ଧୀ ଜାତି ଜନଗଣନା କରିବାକୁ ଦାବି କରିଆସୁଥିଲେ। ଲୋକସଭାରେ ସମ୍ବିଧାନକୁ ହାତରେ ଧରି ଯୁକ୍ତିଯୁକ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହି ଜାତି ଜନଗଣନାର ଆବଶ୍ୟକତା କଣ ? କାହିଁକି ଏହାର ଆବଶ୍ୟକ ରହିଛି ? ସେ ବାବଦରେ ମଧ୍ୟ ରାହୁଲ ଗାନ୍ଧୀ ଗୃହରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ। ସେତେବେଳେ ବିଜେପି ନେତା ରାହୁଲ ଗାନ୍ଧୀଙ୍କ ଯୁକ୍ତିକୁ ତୁଚ୍ଛ ବୋଲି କହୁଥିଲେ କିନ୍ତୁ ଏବେ ସତ୍ୟର ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ କେବଳ ୪ ଜାତି କଥା କହୁଥିଲେ। କିନ୍ତୁ ରାହୁଲ ଗାନ୍ଧୀଙ୍କ ଯେଉଁଭଳି ନ ଡରି ଜାତି ଜନଗଣନା କରିବାକୁ ଦାବି କରୁଥିଲେ। ଶେଷରେ ବାଧ୍ୟ ହୋଇ ଅନିଚ୍ଛା ସତ୍ତ୍ଵେ କେନ୍ଦ୍ର ସରକାର ଜାତି ଜନଗଣନା କାରିବାକୁ ଘୋଷଣା କରିଛନ୍ତି। ଆମେ ଏହାକୁ ସ୍ୱାଗତ କରୁଛୁ। କିନ୍ତୁ ଏହି ଘୋଷଣା କେବଳ ଘୋଷଣାରେ ନରହୁ।
ସେପଟେ କେନ୍ଦ୍ର ସରକାରଙ୍କ ଜାତି ଜନଗଣନା ଘୋଷଣାକୁ ରାହୁଲ ଗାନ୍ଧୀ ସ୍ୱାଗତ କରିଛନ୍ତି। ତେଲେଙ୍ଗାନାରେ କଂଗ୍ରେସ ବିଜୟ ପରେ ସେଠାରେ ଜାତି ଜନଗଣନାକୁ କାଯ୍ୟକାରୀ କରାଯାଇଥିଲା। ତେଲେଙ୍ଗାନା ମଡେଲକୁ କେନ୍ଦ୍ର ସରକାର ଅନୁଧ୍ୟାନ କରନ୍ତୁ ବୋଲି ରାହୁଲ ଗାନ୍ଧୀ ଅନୁରୋଧ କରିଛନ୍ତି। ଜାତି ଜନଗଣନାର କାର୍ଯ୍ୟଧାରା ରୂପରେଖ କ'ଣ ରହିବ ସେନେଇ କେନ୍ଦ୍ର ସରକାର ସ୍ପଷ୍ଟ ତଥ୍ୟ ଦେବାକୁ ମଧ୍ୟ ସେ ଦାବି କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ-caste census: ଜାତିଗତ ଜନଗଣନାକୁ ନେଇ ବିରୋଧିଙ୍କ ମଧ୍ୟରେ ଖୁସିର ମାହୋଲ; ସ୍ୱାଗତ କଲେ ରାହୁଲ ଗାନ୍ଧୀ
ପ୍ରକାଶ ଥାଉକି, ଦୀର୍ଘ ୯୪ ବର୍ଷ ପରେ ଦେଶରେ ପ୍ରଥମ ଥର ପାଇଁ ଜାତିଗତ ଜନଗଣନା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିପିଏ) ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ଜନଗଣନା ସହ ଜାତିଗତ ଜନଗଣନା କରାଯିବ । ଜନଗଣନା ଫର୍ମରେ ଜାତି ପାଇଁ ଏକ ସ୍ତମ୍ଭ ରଖାଯାଇପାରେ। ସରକାରଙ୍କ ଏହି ନିଷ୍ପତ୍ତି ପରେ ଚଳିତବର୍ଷ ସେପ୍ଟେମ୍ବର ପ୍ରାରମ୍ଭରେ ହିଁ ଜାତିଗତ ଜନଗଣନା ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହାର ପ୍ରକ୍ରିୟା ପୂରା ହେବା ପାଇଁ ଏକବର୍ଷ ଲାଗିବ।
ଏହି ଖବରଟିକୁ ପଢନ୍ତୁ-ତାତିକୁ ତାର ଖାତିର ନଥାଏ, ଶୀତ ହେଉ କି ବାଦଲ ଫଟା ବର୍ଷା... ସବୁକୁ ସହିଯାଏ