ପ୍ରମୂଖ ଖବର
  • ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅପରାଧିକ ତଥ୍ୟ ମାଗିଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବେ ଦୀପାଳି
  • ||
  • ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ , ନିଯୁକ୍ତି ଦେଲେ ରାଷ୍ଟ୍ରପତି
  • ||
  • ଆନନ୍ଦପୁର : ପାଣି ପାଇଁ ରାସ୍ତାରୋକ, ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ନହଟିବାକୁ ଚେତାବନୀ
  • ||
  • ବ୍ରହ୍ମପୁର : ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ, ୭ ମାମଲା ରୁଜୁ କରି ତଦନ୍ତ ଆରମ୍ଭ
  • ||
  • ବାର୍‌ ଡ୍ୟାନ୍ସ କଟକଣା ମାମଲା: ଜବାବ ରଖିଲେନି ସରକାର, ୨୪ରେ ଚୂଡ଼ାନ୍ତ ଶୁଣାଣି
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
  • ||
  • ଉଦଳା : ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ
  • ||
  • ଉମରକୋଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଡ୍ରାଇଭର ମୃତ, ୬ ଗୁରୁତର ହସ୍ପିଟାଲରେ ଭର୍ତ୍ତି
  • ||
  • ଅନ୍ତର୍ଜାତୀୟ ବନ ଦିବସ: ଜଳୁଛି ଜଙ୍ଗଲ, ଥମୁନି ବନ୍ୟଜନ୍ତୁ ଶିକାର
  • ||
  • ଖରା ଯୋଗୁଁ ବଦଳିଲା ସମୟ, ଆଜିଠୁ ସକାଳୁଆ ସ୍କୁଲ: ପ୍ରଥମରୁ ଦ୍ୱାଦଶ ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ଆଜି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କରୋନା ଟୀକାକରଣ ପାଇଁ କେନ୍ଦ୍ରରୁ ମିଳିଥିବା ଟଙ୍କାକୁ ମଧ୍ୟ ଅଟକାଇଥିଲେ କେଜ୍ରିଓ୍ବାଲ ସରକାର:ସିଏଜି

Published By : Prameya | March 1, 2025 4:27 PM

ନୂଆଦିଲ୍ଲୀ,୧।୩:  ଦିଲ୍ଲୀ ସରକାରରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଅନିୟମିତତାର ଅଭିଯୋଗ। ଏନେଇ ନିୟନ୍ତ୍ରଣ ଏବଂ ମହାଲେଖା ପରୀକ୍ଷକ (ସିଏଜି)ର ରିପୋର୍ଟରୁ ଜଣାପଡିଛି। ପୂର୍ବତନ ଆମ୍ ଆଦମୀ ପାର୍ଟି ସରକାରଙ୍କ ବେଳେ ଦିଲ୍ଲୀ ହସ୍ପିଟାଲରେ କର୍ମଚାରୀଙ୍କ ଅଭାବ ସହ ଅପରେସନ୍‌ ଥିଏଟର ବନ୍ଦ ହେବା ଏବଂ ଔଷଧର ଅଭାବ ନେଇ ଖୁଲାସା କରାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ପକ୍ଷରୁ ଶୁକ୍ରବାର ବିଧାନସଭାରେ ରଖାଯାଇଥିବା ରିପୋର୍ଟରେ କରୋନା କାଳରେ ଖରାପ ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା। 

ସିଏଜି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କରୋନା ମହାମାରୀ ବେଳେ ଦିଲ୍ଲୀବାସୀଙ୍କୁ ଟିକାକରଣ ପାଇଁ ଯେଉଁ ଟଙ୍କା କେନ୍ଦ୍ର ସରକାର ଜାରି କରିଥିଲେ ତାକୁ ମଧ୍ୟ ସରକାର ବହୁ ସମୟ ପର୍ଯ୍ୟନ୍ତ ଅଟକାଇ ରଖିଥିଲେ। କେନ୍ଦ୍ରରୁ ଯେଉଁ ଟଙ୍କା ଜାନୁଆରୀ ଓ ମାର୍ଚ୍ଚ ୨୦୨୧ ରେ ମିଳିଥିଲା ତାକୁ ଅପ୍ରେଲ ଏବଂ ମଇରେ ଆଗକୁ ବଢାଯାଇଥିଲା। ସିଏଜି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଟୀକାକରଣ ପାଇଁ ମିଳିଥିବା ପୁରା ଟଙ୍କା ଖର୍ଚ୍ଚ ମଧ୍ୟ ହୋଇନି।

ସିଏଜି ରିପୋର୍ଟର ପେଜ୍ ନମ୍ବର ୧୨୫ ରେ କରୋନା ଟୀକାକରଣ ପାଇଁ ଟଙ୍କା ଜାରି କରିବାରେ ବିଳମ୍ବ ହୋଇଥିବା କଥା କୁହାଯାଇଛି। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଡ୍-୧୯ ଟୀକାକରଣ ପାଇଁ ଦିଲ୍ଲୀ ସରକାରଙ୍କୁ ସହାୟତା ଅନୁଦାନ ଆବଣ୍ଟିତ କରିଥିଲା, ଯାହାକୁ ଦିଲ୍ଲୀ ଷ୍ଟେଟ୍‌ ହେଲଥ୍ ସୋସାଇଟି(ଡିଏସ୍‌ଏଚ୍‌ଏସ୍‌)କୁ ବଢାଇବାର ଥିଲା।’   ଡିଏସଏଚ୍‌ଏସ୍‌ ଆୟ-ବ୍ୟୟ ଖାତା(୨୦୨୦-୨୧) ଓ ଅନ୍ୟ ସମ୍ପର୍କିତ ଆବଣ୍ଟନ ନିର୍ଦେଶରୁ ଜଣାପଡିଛି ଯେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦୁଇଟି କିସ୍ତିରେ ୯.୬୦ କୋଟି ଟଙ୍କାର ସହାୟତା ରୂପରେ ଆବଣ୍ଟିତ କରିଥିଲେ। ଜାନୁଆରୀ ୨୦୨୧ ରେ ୩.୪୬ କୋଟି ଓ ମାର୍ଚ୍ଚ ୨୦୨୧ରେ ୬.୧୪ କୋଟି କରାଯାଇଥିଲା, କିନ୍ତୁ ଏହି ଟଙ୍କା ଦିଲ୍ଲୀ ସରକାର ଡିଏସ୍ଏଚଏସ୍‌କୁ ଅପ୍ରେଲ ଓ ମଇ ୨୦୨୧ରେ ଦେଇଥିଲେ। 

ଡିଏସ୍‌ଏଚଏସ୍ ଏହି ଫଣ୍ଡ ଇଣ୍ଟିଗ୍ରେଟେଡ୍‌ ଡିଷ୍ଟ୍ରିକ୍ ହେଲଥ୍ ସୋସାଇଟିଜ୍‌କୁ ପଠାଇଛି। ଉପଯୋଗିତା ସାର୍ଟିଫିକେଟ୍‌ ଅନୁସାରେ, ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ୯.୬୦ କୋଟି ଟଙ୍କାରୁ ୭.୯୩ କୋଟି ଟଙ୍କାର ଖର୍ଚ୍ଚ ହୋଇଯାଇଥିଲା। ଉଲ୍ଲେଖନୀୟ ଯେ, କରୋନା ମହାମାରୀ ପରେ ଦିଲ୍ଲୀରେ ଘାତକ ପ୍ରଭାବ ପଡିଥିଲା। ଏହି କାରଣରୁ ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା। ସାରା ଦେଶରେ ଟିକାକରଣ ପରେ ସଂକ୍ରମକ ମହାମାରୀ ଉପରେ କାବୁ ପାଇବା ସମ୍ଭବ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.