ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିଶ୍ୱର ସର୍ବବୃହତ ବ୍ୟାଟେରୀ ଜାହାଜ ନିର୍ମାଣ କଲା ଅଷ୍ଟ୍ରେଲିଆ, ଜଳମାର୍ଗରେ ସ୍ଥାୟୀ ଶିପିଂ କ୍ଷେତ୍ରରେ ବଡ଼ ଲମ୍ଫ

Published By : Rasmita Pradhan | May 3, 2025 2:30 PM

ନୂଆଦିଲ୍ଲୀ, ୦୩/୦୫ : ବିଶ୍ୱର ସବୁଠୁ ବଡ଼ ବ୍ୟାଟେରୀ ଚାଳିତ ଜାହାଜ ଲଞ୍ଚ୍‌ କରିଛି ଅଷ୍ଟ୍ରେଲିଆ । ଜଳମାର୍ଗରେ ସ୍ଥାୟୀ ଶିପିଂ କ୍ଷେତ୍ରରେ ଏହା ଏକ ବଡ଼ ଲମ୍ଫ । ଏହାକୁ ଅଷ୍ଟ୍ରେଲିଆର ଏପର୍ଯ୍ୟନ୍ତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ କୁହାଯାଉଛି । ତାସ୍ମାନିଆ ସ୍ଥିତ କମ୍ପାନି ଇନ୍‌କ୍ୟାଟ୍‌ ଏହି ସର୍ବବୃହତ ବ୍ୟାଟେରୀ ଚାଳିତ ଜାହାଜ ନିର୍ମାଣ କରିଛି । ଦକ୍ଷିଣ ଆମେରିକୀୟ ନୌକା ଅପରେଟର୍‌ ବୁକେବସ୍‌ ସହ ଏକ ଚୁକ୍ତି ଜରିଆରେ ଏହି ଜାହାଜ ନିର୍ମାଣ କରାଯାଇଛି । ଜାହାଜର ନାଁ ‘ହଲ୍‌ ୦୯୬’ ରଖାଯାଇଛି । ଏହା ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସ୍‌ ଆୟର୍ସ ଓ ଉରୁଗୁଏ ମଧ୍ୟରେ ଯାତାୟାତ କରିବ । 

ଶୁକ୍ରବାର ଅର୍ଥାତ୍‌ ୨ ତାରିଖ ଜାହାଜ ହୋବାର୍ଟରେ ପ୍ରଥମ ଥର ନିଜର ପ୍ରଥମ ଯାତ୍ରା ପାଇଁ ଜଳାବତରଣ କରିଥିଲା। ଏନେଇ କମ୍ପାନି କହିଥିଲା ଯେ, ହଲ୍‌ ୦୯୬ ସମ୍ପୂର୍ଣ୍ଣ ରୂପେ ବିଦ୍ୟୁତ୍‌ ଶକ୍ତି ଦ୍ୱାରା ଚାଲିବ। ୨,୧୦୦ ଜଣ ଯାତ୍ରୀ ଓ ୨୨୫ ଗାଡ଼ିକୁ ନେଇ ଏହା ଯାତ୍ରା କରିପାରିବ । ଇନ୍‌କ୍ୟାଟ୍‌ର ଅଧ୍ୟକ୍ଷ ରୋବର୍ଟ କ୍ଲିଫୋର୍ଡ କହିଛନ୍ତି, ବିଗତ ୪ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଆମେ ତାସ୍ମାନିଆରେ ବିଶ୍ୱର ସର୍ବୋତ୍କୃଷ୍ଟ ଜାହାଜଗୁଡ଼ିକର ନିର୍ମାଣ କରୁଛୁ । ହଲ୍‌ ୦୯୬ ଆମର ଏପର୍ଯ୍ୟନ୍ତର ସବୁଠୁ ମହତ୍ୱାକାଂକ୍ଷୀ, ସବୁଠୁ ଜଟିଳ ଓ ସବୁଠୁ ମହତ୍ୱପୂର୍ଣ୍ଣ ପ୍ରୋଜେକ୍ଟ। 

କ୍ଲିଫୋର୍ଡ ଆହୁରି କହିଛନ୍ତି, କମ୍ପାନି ଅଷ୍ଟ୍ରେଲିଆ ଓ ବିଦେଶରେ ବିଶ୍ୱ ବଜାର ପାଇଁ ଯଥାସମ୍ଭବ ଅଧିକରୁ ଅଧିକ ଶସ୍ତା ଜାହାଜ ନିର୍ମାଣ କରିବାକୁ ଆଶା ରଖିଛି । କମ୍ପାନି ଅନୁସାରେ, ୧୩୦ ମିଟର ଲମ୍ବା ହଲ୍‌ ୦୯୬ ଜାହାଜ କେବଳ ବିଶ୍ୱର ସବୁଠୁ ବଡ଼ ବୈଦ୍ୟୁତିକ ଜାହାଜ ନୁହେଁ, ବରଂ ଏହି ଶ୍ରେଣୀର ସବୁଠୁ ବଡ଼ ବୈଦ୍ୟୁତିକ ଯାନ ମଧ୍ୟ । ଏଥିରେ ୨୫୦ ଟନ୍‌ରୁ ଅଧିକ ଓଜନର ବ୍ୟାଟେରୀ ରହିଛି । ଏହାର କ୍ଷମତା ଘଣ୍ଟାପ୍ରତି ୪୦ ମେଗାୱାଟ୍‌ରୁ ଅଧିକ । ଇନ୍‌କ୍ୟାଟ୍‌ର ମୁଖ୍ୟ କାର୍ଯ୍ୟକାରୀ ଷ୍ଟିଫନ୍‌ କେସୀ କହିଛନ୍ତି, ଏଣିକି କମ୍‌ ଅଙ୍ଗାରକ ଛାଡୁଥିବା ଜାହାଜ କେବଳ ସମ୍ଭବ ନୁହେଁ ଏହା ନିର୍ମିତ ମଧ୍ୟ ହୋଇସାରିଛି । ହଲ୍‌ ୦୯୬ ଏହାର ପ୍ରମାଣ । ସଂଯୁକ୍ତ ରାଷ୍ଟ୍ର ବ୍ୟାପାର ଏବଂ ବିକାଶ ସମ୍ମିଳନୀ ଅନୁସାରେ, ବୈଶ୍ୱିକ ଶିପିଂ ଉଦ୍ୟୋଗ ବିଶ୍ୱର ବାର୍ଷିକ ଅଙ୍ଗାରକ ନିର୍ଗମନ ପାଇଁ ୩ ପ୍ରତିଶତ ଦାୟୀ।

ଏହି ଖବରଟିକୁ ପଢନ୍ତୁ-ଯୁଦ୍ଧ ଭୟଠାରୁ ବଳିଗଲା ପାକିସ୍ତାନରେ ଆଭ୍ୟନ୍ତରୀଣ ସଂଘର୍ଷ, ସରକାରୀ ଅଫିସକୁ ପୋଡିଲେ ବିଦ୍ରୋହୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.