ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ମାଲକାନଗିରି ଓ ଚିତ୍ରକୋଣ୍ଡା ଆସନ ପାଇଁ ବିଜେଡି ଓ କଂଗ୍ରେସର ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ମାଲକାନଗିରି,୨୪/୪ : ମାଲକାନଗିରି ଜିଲ୍ଲାରେ ଦୁଇଟି  ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ମାଲକାନଗିରି ଓ  ଚିତ୍ରକୋଣ୍ଡା   ବିଧାନସଭା ଆସନ ରହିଛି। ଏହି ଦୁଇଟି ଆସନ ଆଦିବାସୀ ସଂରକ୍ଷିତ। ଆଜି ବିଜେଡିର ବିଧାୟକ ପ୍ରାର୍ଥୀ ମାନସ ମାଡ଼କମି, ଲଷ୍ମୀପ୍ରିୟା ନାୟକ ଓ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ମାଲା ମାଡ଼ି,ମଙ୍ଗୁଖିଲ ନିଜ ନିଜ ଦଳୀୟ କର୍ମୀଙ୍କ ସହିତ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

 ମାଲକାନଗିରି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ମାନସ ମାଡ଼କାମୀ  ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି   ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଁଚି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। 

ସେହିପରି  ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ବିଧାୟିକା ପ୍ରାର୍ଥୀ ଭାବେ ଲଷ୍ମୀପ୍ରିୟା ନାୟକ ଦଳୀୟ କର୍ମୀ ଓ ସମର୍ଥକ ମାନଙ୍କ ସହିତ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର  ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ  ସୋମନାଥ ପ୍ରଧାନଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେହିପରି କଂଗ୍ରେସ ଦଳ ପକ୍ଷରୁ  ଦଳୀୟ ନେତା କର୍ମୀ ଓ ସମର୍ଥକ ମାନଙ୍କ ସହିତ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ମାଲକାନଗିରି ଆସନ ପାଇଁ କଂଗ୍ରେସର ଦଳର ବିଧାୟକ ପ୍ରାର୍ଥୀ ମାଲା ମାଡ଼ି ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ  କଂଗ୍ରେସ ଦଳ ର ପ୍ରାର୍ଥୀ ମଙ୍ଗୁଖିଲ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। 

ଆହୁରି ପଢନ୍ତୁ : ଗାଡି ଯାଞ୍ଚ ସମୟରେ କାରରୁ ୩୦ଲକ୍ଷ ଟଙ୍କା ଜବତ, ୨ ଜଣଙ୍କୁ ଆୟକର ବିଭାଗ ପକ୍ଷରୁ ପଚରାଉଚରା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.