ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବେଙ୍ଗାଲୁରରେ ୪ ଦିନ ବିତାଇଲେ ବ୍ରିଟେନ୍ ରାଜା ଓ ରାଣୀ, ଚୁପଚାପ୍ ହେଲେ ବିଦା: ଜାଣନ୍ତୁ କାହିଁକି ଗୁପ୍ତ ଥିଲା ଗସ୍ତ ?

Published By : Harapriya Biswal | October 30, 2024 7:57 PM

ବେଙ୍ଗାଲୁର,୩୦।୧୦: ବ୍ରିଟେନ୍ ରାଜା ଚାର୍ଲସ୍‌ ତୃତୀୟ ଓ ତାଙ୍କ ପତ୍ନୀ କ୍ବିନ୍ କେମିଲା ନିକଟରେ ବେଙ୍ଗାଲୁର ଗସ୍ତ କରିଥିଲେ। ସେମାନେ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକର ରାଜଧାନୀରେ ଥିଲେ। କୁହାଯାଉଛି ଯେ, ବ୍ରିଟେନ୍‌ର ରାଜା ଓ ରାଣୀ ବେଙ୍ଗାଲୁରର ବାହାର ଅଞ୍ଚଳରେ ଥିବା ଏକ ସୁନ୍ଦର ବାଲାନ୍ସ ରିଟ୍ରିଟ୍ , ସାବକ୍ବା ଇଣ୍ଟରନ୍ୟାସନାଲ ହୋଲିଷ୍ଟିକ୍ ହେଲଥ୍ ସେଣ୍ଟରରେ ୪ ଦିନ ବିତାଇଥିଲେ। ସେଠାକୁ ଏହା ତାଙ୍କ ବ୍ୟକ୍ତିଗତ ଗସ୍ତ ଥିଲା, ଯେଉଁଠି ସେ ଏହି ରିଟ୍ରିଟ୍ ସେଣ୍ଟରରେ ନିଜର ସ୍ବାସ୍ଥ୍ୟ ଉପଚାର କରିଥିଲେ। ଏହି ଯାତ୍ରା କିଙ୍ଗ ଚାର୍ଲସଙ୍କ ସିଂହାସନ ସମ୍ଭାଳିବା ପରେ ତାଙ୍କର ପ୍ରଥମ ଭାରତ ଯାତ୍ରା ଥିଲା। 

ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁସାରେ, କିଙ୍ଗ ଚାର୍ଲସ୍‌ ଓ କ୍ବିନ୍ କେମିଲା ୨୭ ଅକ୍ଟୋବରରେ ସମୋଆ ଦେଶରେ ଆୟୋଜିତ ୨୦୨୪ ରାଜ୍ୟଗୋଷ୍ଠୀ ସରକାରଙ୍କ ପ୍ରମୁଖ ବୈଠକରେ ଭାଗ ନେବା ପରେ ସିଧାସଳଖ ବେଙ୍ଗାଲୁରରେ ପହଁଞ୍ଚିଥିଲେ। ତାଙ୍କର ଏହି ଯାତ୍ରା ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ଥିଲା ଓ ଏଥିରେ ସେ କୌଣସି ସାର୍ବଜନୀକ କାର୍ଯ୍ୟକ୍ରମ କିମ୍ବା ବୈଠକରେ ଯୋଗ ଦେଇନଥିଲେ। କୁହାଯାଉଛି ଯେ, ବ୍ରିଟେନ୍‌ର ରାଜା ଚାର୍ଲସ କ୍ୟାନସରରେ ପୀଡିତ ଅଛନ୍ତି। ୫ ଫେବୃଆରୀ ୨୦୨୪ରେ ବର୍ମିଂହାମ୍ ପ୍ୟାଲେସ୍‌ ଏକ ବୟାନ ଜାରି କରି ଏହାର ସୂଚନା ଦେଇଥିଲା। କ୍ୟାନସର ଡାଇଗ୍ନୋସିସ୍ ହେବାପରେ ଚାର୍ଲସ୍‌ଙ୍କ ଏହା ପ୍ରଥମ ଅନ୍ତର୍ଜାତୀୟ ଯାତ୍ର।

କୁହାଯାଉଛି ଯେ, ଏ ସମ୍ପର୍କରେ ସେ ଓ୍ବେଲନେସ୍‌ ରିଟ୍ରିଟ୍ ପାଇଁ ଏସ୍‌ଆଇଏଚଏଚସି ଗସ୍ତ କରିଥିଲେ ଓ ନିଜର ଚିକିତ୍ସା କରିଥିଲେ। ସାକ୍ବାର ଓ୍ବେବସାଇଟ୍ ଅନୁସାରେ, ଏହା ୩୦ ଏକର ଅର୍ଗାନିକ୍ ଫାର୍ମ ଅଟେ। ସାକ୍ବା ଆର୍ୟୁବେଦନ, ହୋମିଓପାଥି, ଯୋଗ ଓ ପ୍ରାକୃତିକ ଚିକିତ୍ସା ଭଳି ବିଭିନ୍ନ ପାରମ୍ପାରିକ ଓ ପ୍ରାକୃତିକ ଚିକିତ୍ସା ପ୍ରଣାଳି ଏକାଠି ଉପଲବ୍ଧ କରିଥାଏ। ଓ୍ବେଲନେସ୍ ରିଟ୍ରିଟ୍‌ରେ ଶାରିରିକ, ମାନସିକ ଓ ଭାବନାତ୍ମକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଆଯାଇଥାଏ। ଓ୍ବେଲନେସ୍‌ ରିଟ୍ରିଟ୍‌ରେ  ବିଶେଷ ଭାବରେ ପ୍ରାକୃତିକ ପରିବେଶରେ ଧ୍ୟାନ, ସ୍ବାସ୍ଥ୍ୟକର ଭୋଜନ ଓ ସ୍ପା ଥେରାପି ଭଳି ଗତିବିଧି ହୋଇଥାଏ। ଏହି ରିଟ୍ରିଟ୍‌ରେ ଆପଣ ନିଜର ବ୍ୟକ୍ତିଗତ କାରଣ ପାଇଁ ସମର୍ପିତ ହୋଇପାରନ୍ତି ଓ ବିଶେଷଜ୍ଞଙ୍କଠାରୁ ମାର୍ଗଦର୍ଶନ ନେଇପାରନ୍ତି। 

ବ୍ରିଟେନର ରାଜାଙ୍କର ପ୍ରତିଦିନ ସକାଳୁ ଯୋଗରୁ ଦିନ ଆରମ୍ଭ ହୁଏ। ଏହାପରେ ଜଳଖିଆ ଓ ପୁନଃଜୀବନ ଉପଚାର ହୋଇଥାଏ। ମଧ୍ୟାହ୍ନ ଭୋଜନ ପରେ ବିଶ୍ରାମ ଓ ଉପଚାର ଆରମ୍ଭ ହୋଇଥାଏ, ଯାହାକି ଧ୍ୟାନ ସହିତ ଶେଷ ହୋଇଥାଏ। ରାତ୍ରି ଭୋଜନ କରିବା ପରେ ରାତି ୯ଟାରେ ଦିନଚର୍ଯ୍ୟା ଶେଷ ହୋଇଥାଏ। କିଙ୍ଗ ଚାର୍ଲସ୍ ପୂର୍ବରୁ ମଧ୍ୟ ସ୍ବାସ୍ଥ୍ୟ ପ୍ରତି ନିଜର ଭଲପାଇବା ଦେଖାଇ ସାରିଛନ୍ତି। ଗତ ଏକ ଦଶକରେ ଏହି କେନ୍ଦ୍ରକୁ ସେ ୯ ଥର ଗସ୍ତ କରିସାରିଛନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.