ନୂଆଦିଲ୍ଲୀ, ୧୬/୦୬: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ୩ କୋଟି ରାସନ୍ କାର୍ଡ ଜାରି ହୋଇପାରେ । କେତେକ ରାଜ୍ୟ ସରକାର ପିଡିଏସ୍ ତାଲିକାରୁ ୨.୨୧ କୋଟି ଅଯୋଗ୍ୟ କାର୍ଡଧାରୀଙ୍କୁ ହଟାଇ ଦେବା ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆଉ ୩ କୋଟି ରାସନ୍ କାର୍ଡ ଜାରି କରିବା ପାଇଁ ଯୋଜନା ରହିଥିବା କହିଛନ୍ତି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।
ପ୍ରକାଶଯୋଗ୍ୟ, ଖାଦ୍ୟ ମନ୍ତ୍ରାଳୟ ୮.୫୧ କୋଟି ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଥିଲେ । ଏଥିରେ ମୃତ୍ୟୁବରଣ କରିଥିବା କିଛି ଲୋକଙ୍କ ନାଁ ରହିଥିଲା । ଆୟକର ଦାତା ଏବଂ ଚାରିଚକିଆ ଯାନ ଥିବା କିଛି ଲୋକ ମଧ୍ୟ ତାଲିକାରେ ଥିଲେ । କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତାଲିକାକୁ ରାଜ୍ୟଗୁଡ଼ିକ ପାଖକୁ ପଠାଯାଇଥିଲା । ଏହାପରେ ରାଜ୍ୟଗୁଡ଼ିକ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ହଟାଇ ଦେଇଥିଲେ ।
ଅଧିକ ପଢ଼ନ୍ତୁ :- EPFOର ୭ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଖୁସି ଖବର, ଏଣିକି ପିଏଫ୍ ଉଠାଣ ଅଧିକ ଦ୍ରୁତ ଓ ସହଜ ହେବ