ନୂଆଦିଲ୍ଲୀ,୧୮।୧୧: କରୋନା ମହାମାରୀ ସାରା ବିଶ୍ବବାସୀଙ୍କୁ କରିଥିଲା କବଳିତ। ଯାଇଥିଲା ଲକ୍ଷାଧିକ ଲୋକଙ୍କର   ଜୀବନ। ଏପରିକି ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ନିକଟରେ ଏବେ ବି ବହୁ ସାଇଡ୍ ଇଫେକ୍ଟ ଦେଖିବାକୁ ମିଳୁଛି। ଏହା ଭିତରେ ଭାଇରସ୍‌କୁ ନେଇ ଏକ ପଜିଟିଭ ଖବର ସାମନାକୁ ଆସିଛି। କିଛି ଡାକ୍ତରଙ୍କୁ ଏଭଳି ଲାଗୁଛି ଯେ, କୋଭିଡ୍ ଭାଇରସ୍ କ୍ୟାନସରର ଚିକିତ୍ସାରେ ଲାଭଦାୟକ ପ୍ରମାଣିତ ହୋଇପାରେ। ବହୁ କ୍ୟାନସର ରୋଗୀଙ୍କୁ କୋଭିଡ୍ ହେବାପରେ ତାଙ୍କର ଟ୍ୟୁମର ସାଇଜ୍ ହ୍ରାସ ପାଇଛି।ଏହାକୁ ଦେଖି ଡାକ୍ତର ମଧ୍ୟ ଚିକିତ ହୋଇଛନ୍ତି । ଏହି ଷ୍ଟଡିରୁ ମିଳିଥିବା ରେଜଲ୍ଟ ରିସର୍ଚ୍ଚରଙ୍କ ଆଶା ବଢାଇଛି।

କୋଭିଡ୍‌-୧୯ ଓ କ୍ୟାନସର ସମ୍ପର୍କିତ ରିସର୍ଚ୍ଚ ନର୍ଥ ଓ୍ବେଷ୍ଟର୍ଣ୍ଣ ମେଡିସିନ୍ କେନିଂ ଥୋରାସିକ୍ ଇନଷ୍ଟିଚ୍ୟୁଟ୍‌ରେ ହୋଇଥିଲା। ଏହା ନଭେମ୍ବରରେ ଜର୍ଣ୍ଣାଲ ଅଫ୍ କ୍ଲିନିକାଲ ଇନଭେଷ୍ଟିଗେସନ୍‌ରେ ପ୍ରକାଶିତ ହୋଇଥିଲା। କୋଭିଡ୍ ସମୟରେ ଏହା ଦେଖିବାକୁ ମିଳିଥିଲା ଯେ, ଯେଉଁ ଲୋକ କରୋନା ଭାଇରସ୍‌‌ରେ ଅଧିକ ଅସୁସ୍ଥ ଥିଲେ ତାଙ୍କର ଟ୍ୟୁମର ଧୀରେ ଧିରେ ସଙ୍କୋଚିତ ହୋଇଯାଇଥିଲା। ଏହା ଉପରେ ୟୁନିଭର୍ସିଟିର ଚିଫ୍ ଅଙ୍କିତ ଭାରତ କହିଛନ୍ତି, ଆମକୁ ଜଣାନଥିଲା ଏହା ଠିକ କି ନାହିଁ, କାରଣ ରୋଗୀ ଖୁବ୍ ଅସୁସ୍ଥ ଥିଲେ। ଏଭଳି କ’ଣ ହୋଇଥିଲ ଯେ, ଇମ୍ୟୁନ ସିଷ୍ଟମ୍ ଏତେ ବଢିଗଲା ଯେ, କ୍ୟାନସର ସେଲ୍‌କୁ ମଧ୍ୟ ମାରିଦେଇଥିଲା ?

କିଛି କେସ୍‌କୁ ଦେଖି ଡାକ୍ତର ନିଜ ଟିମ୍ ସହ ଏହା ଉପରେ ସୂଚନା ଏକାଠି କରିବା ପାଇଁ ଷ୍ଟଡି କରିଥିଲେ। ଡାକ୍ତର ଭାରତ ଓ ତାଙ୍କ ଟିମ୍‌କୁ ଜଣାପଡିଥିଲା ଯେ, SARS-Cov-2 ଯେତେବେଳେ ବଡିରେ ଥାଏ ଶରୀର ମୋନୋସାଇଟ୍‌ ସେଲ୍ସ ଅଲଗା ଭାବରେ ବ୍ୟବହାର କରିଥାଏ। ସ୍ବାଭାବିକ ସ୍ଥିତିରେ ମୋନୋସାଇଟସ୍‌ ରକ୍ତରେ ବୁଲି ବୁଲି  ବହୁ ଖରାପ ସେଲ୍ କିମ୍ବା ବିପଦକୁ ଦେଖି ଆର୍ଲଟ କରିଥାଏ। କିଛି ମୋନୋସାଇଟସ୍ କ୍ୟାନସର ସହ ଲଢୁଥିବା ସେଲ୍‌କୁ ଟ୍ୟୁମର ପର୍ଯ୍ୟନ୍ତ ନେଇଯାଇଥାଏ।  କିନ୍ତୁ କ୍ୟାନସର ସେଲ୍‌ କେବେ କେବେ ମୋନୋସାଇଟସ୍‌କୁ ଚକମା ଦେଇଥାଏ। ଏହା ମୋନୋସାଇଟସ୍‌ ପଛରେ ଲୁଚି ଯାଇଥାଏ। ଫଳରେ ଇମ୍ୟୁନୁ ସିଷ୍ଟମ ଏହାକୁ ଖୋଜି ଶେଷ କରିପାରେନି। ଯଦି SARS-Cov-2 ଭାଇରସ୍ ଥାଏ ତେବେ କ୍ୟାନସର ସେଲ୍‌ ଲୁଚି ପାରିନଥାଏ ଓ ଇମ୍ୟୁନୁ ସିଷ୍ଟମ କ୍ୟାନସର ସେଲ୍‌କୁ ସହଜରେ ଖୋଜି ନେଇଥାଏ।

ଷ୍ଟଡିରୁ ଜଣାପଡିଛି ଯେ, କୋଭିଡ୍-୧୯ ଭାଇରସ୍, ଯାହାକି ଆରଏନ୍‌ଏ ହୋଇଥାଏ ତାହା ଏକ ୟୁନିକ ଇମ୍ୟୁନୁ ସେଲ୍। ତାହା କ୍ୟାନସର ସହ ଲଢିଥାଏ। ଏହି ସେଲ୍ ପୁଣିଥରେ ଟ୍ୟୁମର ଭିତରେ ଥିବା କ୍ୟାନସର ସେଲ୍‌କୁ ମାରିପାରେ। ଏହି ସୂଚନା ଡାକ୍ତରଙ୍କୁ ଖୁବ୍ ଲାଭଦାୟକ ବୋଲି ଲାଗୁଛି। କାରଣ ଏହାଦ୍ବାରା ଇମ୍ୟୁନୁ ସେଲ୍‌ ତିଆରି କରୁଥିବା ଟ୍ରିଟମେଣ୍ଟ ତିଆରି ହୋଇପାରିବ। ଡାକ୍ତର ଭାରତ କହିଛନ୍ତି, ଏହା ମେଲାନେମା, ଲଙ୍ଗ,ବ୍ରେଷ୍ଟ ଓ କୋଲୋନ କ୍ୟାନସରର ଚିକିତ୍ସାରେ ସାହାଯ୍ୟ କରିପାରେ। ଡାକ୍ତରଙ୍କ ମତରେ ଏତେ ବଡ ମହାମାରୀ ବିଶ୍ବକୁ ଆତଙ୍କିତ କରିଥିଲେ ମଧ୍ୟ ଏବେ କ୍ୟାନସର ସହ ଲଢିବାରେ ସାହାଯ୍ୟ କରିପାରେ।’

ଡାକ୍ତରମାନେ କହିଛନ୍ତି, ଏହାଦ୍ବାରା ଏଭଳି ଔଷଧ ତିଆରି ହୋଇପାରେ, ଯାହାକି ଆଡଭାନ୍ସ କ୍ୟାନସରରେ ସାହାଯ୍ୟ କରିପାରେ। ଡାକ୍ତର ଭାରତ କୁହନ୍ତି ଯେ, କ୍ୟାନସର ସେଲ୍‌ ଏହି ଇମ୍ୟୁନୁ ସେଲ୍‌ ପାଇଁ ପ୍ରତିରୋଧକ ହୋଇପାରିନି। ଏହା ସେହି ରୋଗୀଙ୍କୁ ସାହାଯ୍ୟ କରିବ, ଯେଉଁମାନେ ଇମ୍ୟୁନୁ ଥେରାପି ପାଇଁ ପ୍ରତିରୋଧ ସୃଷ୍ଟି କରନ୍ତି। ଏହି ମାମଲାରେ ଇମ୍ୟୁନୁ ଥେରାପି ପରେ କ୍ୟାନସର ପୁଣି ଫେରିଥାଏ, କାରଣ କ୍ୟାନସର ସେଲ୍‌ ମଧ୍ୟ ନିଜକୁ ମ୍ୟୁଟେସନ୍ କରିଥାଏ। କୋଭିଡ୍ ଭାଇରସ୍‌ରୁ ନାଚୁରାଲ କିଲର ସେଲସ୍ ବାହାରିଥାଏ, ଯାହାକି କ୍ୟାନସରକୁ ମାରିବାରେ ଖୁବ୍ ପ୍ରଭାବଶାଳୀ।