ପୁରୀ, ୧୭/୦୭ : ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥଟଣା। ଶରଧାବାଲି ଅଭିମୁଖେ ଶ୍ରୀଜିଉଙ୍କ ରଥ। ହରିବୋଲ, ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ। ଶ୍ରୀଗୁଣ୍ଡିଚା ଅଭିମୁଖେ ପ୍ରଥମେ ବଳଭଦ୍ରଙ୍କ ତାଲଧ୍ଵଜ ରଥ ଗଢିଛି। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିଛି। ଶେଷରେ ନନ୍ଦିଘୋଷ ରଥ ଟଣା ହୋଇଛି। ବଡ଼ଦାଣ୍ଡରେ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ବଡ଼ଦାଣ୍ଡରେ ନନ୍ଦୋଘୋଷ ରଥ ଅଟକି ଅଟକି ଆଗକୁ ଚାଲିଛି। ଭକ୍ତଙ୍କ ଗହଣରେ କାଳିଆ ସାଆନ୍ତ ଟିକେ ଟିକେ ଅଟକି ଯାଉଛନ୍ତି।
ଗତକାଲି ଅବିଶ୍ରାନ୍ତ ବର୍ଷା ପରେ ଆଜି ପାଗ ଫିଟିଛି। ପୁରୀରେ ଶୁଖିଲା ପାଗ ରହିଛି। ବଡ଼ଦାଣ୍ଡରେ ଜନସମୁଦ୍ର ସୃଷ୍ଟି ହୋଇଛି। ମନ ଆନନ୍ଦରେ ଶ୍ରଦ୍ଧାଳୁମାନେ ରଥ ତ୍ରୟକୁ ଟାଣି ନେଉଛନ୍ତି। ଡାହୁକ ଡାକରେ ଶ୍ରୀଜିଉଙ୍କ ତିନି ରଥ ଘର୍ଘର ନାଦ କରି ଶ୍ରୀଗୁଣ୍ଡିଚା ଅଭିମୁଖେ ମାଡ଼ି ଚାଲିଛନ୍ତି। ବିଶ୍ଵନିୟନ୍ତାଙ୍କ ମାନବୀୟ ଲୀଳା ଦେଖି ଶ୍ରଦ୍ଧାଳୁମାନେ କୃତାର୍ଥ ମଣୁଛନ୍ତି।
ଆହୁରି ପଢନ୍ତୁ- Ratha yatra 2026 : ସକାଳ ସାଢେ ୯ଟାରେ ପୁଣି ରଥଟଣା, ବିଧିରକ୍ଷା ପାଇଁ ହାତେ ଗଡିଥିଲା ନନ୍ଦିଘୋଷ
🔴NonStop LIVE । ବଡ଼ଦାଣ୍ଡରୁ ଶରଧାବାଲିକୁ ତିନି ରଥ