ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅଧିକ ଭିଟାମିନ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ, ଜାଣନ୍ତୁ...

Published By : Harapriya Sethi | April 2, 2025 7:34 AM

ସୁସ୍ଥ ରହିବା ପାଇଁ ଭିଟାମିନ ଆବଶ୍ୟକ। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ହାଡ଼ ଏବଂ ଦାନ୍ତକୁ ସୁସ୍ଥ ରଖିଥାଏ। ତଥାପି, ଏହାକୁ କେବଳ ଆବଶ୍ୟକତା ଅନୁସାରେ ଖାଇବା ଉଚିତ। ଅତ୍ୟଧିକ ଭିଟାମିନ୍ ସେବନ ମଧ୍ୟ ବିପଦପୂର୍ଣ୍ଣ। କାରଣ ଅତ୍ୟଧିକ ଭିଟାମିନ ଖାଇବା ଦ୍ୱାରା ହାଇପରକ୍ୟାଲସେମିଆ ନାମକ ଏକ ବିପଦଜନକ ରୋଗ ହୋଇପାରେ। ବିଶେଷକରି ଭିଟାମିନ୍ ଡିର ଅତ୍ୟଧିକ ପରିମାଣ ଏହି ସମସ୍ୟାକୁ ବଢ଼ାଇପାରେ। ତେବେ ଆସନ୍ତୁ ଜାଣିବା ଏହି ରୋଗ କ’ଣ ଏବଂ ଏହା କେତେ ବିପଦପୂର୍ଣ୍ଣ ହୋଇପାରେ।

ହାଇପରକ୍ୟାଲସେମିଆ ରୋଗ କଣ?

ରକ୍ତରେ କ୍ୟାଲସିୟମର ଅତ୍ୟଧିକ ପରିମାଣ ହାଇପରକ୍ୟାଲସେମିଆ ସୃଷ୍ଟି କରିଥାଏ । ମାତ୍ରାଧିକ କ୍ୟାଲସିୟମ ସେବନ କରିବା ଦ୍ୱାରା ଶରୀର ସେହି ଅତିରିକ୍ତ କ୍ୟାଲସିୟମ ବ୍ୟବହାର କରିବାକୁ ଅସମର୍ଥ ହୋଇଥାଏ। ଏହା ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ । ବାରମ୍ବାର ପରିସ୍ରା କରିବାକୁ ଇଚ୍ଛା ହୁଏ ଏବଂ ଜଣେ ବହୁତ ତୃଷାର୍ତ୍ତ ଅନୁଭବ କରେ। କେବଳ ସେତିକି ନୁହେଁ, କ୍ୟାଲସିୟମର ଅତ୍ୟଧିକ ପରିମାଣ ସ୍ନାୟୁତନ୍ତ୍ରକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ କ୍ଷତି ପହଞ୍ଚାଇପାରେ। ତେଣୁ ସତର୍କତା ଅବଲମ୍ବନ କରିବା ଉଚିତ ।

ଶରୀରରେ କ୍ୟାଲସିୟମ ବୃଦ୍ଧି ଯୋଗୁଁ କ’ଣ ସମସ୍ୟା ହୁଏ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ରକ୍ତ ପରୀକ୍ଷା ମାଧ୍ୟମରେ ହାଇପରକ୍ୟାଲସେମିଆ ଚିହ୍ନଟ କରାଯାଇପାରିବ । ଯଦି ଏହାକୁ ମଝିରେ ମଝିରେ ଚିହ୍ନଟ କରାଯାଇ ସଠିକ୍ ଚିକିତ୍ସା କରାନଯାଏ, ତେବେ ଏହା ହାଡ଼କୁ କ୍ଷତି, ବୃକକ୍‌ରେ ପଥର ବା ଷ୍ଟୋନ୍‌, ବୃକକ୍ ଫେଲ୍ୟୁଅର ଏବଂ ହୃଦ୍‌ରୋଗ ସୃଷ୍ଟି କରିପାରେ।

ହାଇପରକ୍ୟାଲସେମିଆର କାରଣ-

  • ଡାକ୍ତରଙ୍କ ପରାମର୍ଶ ବିନା ଅତ୍ୟଧିକ ଭିଟାମିନ୍ କିମ୍ୱା ସପ୍ଲିମେଣ୍ଟ୍ ଗ୍ରହଣ କରିବା।
  • ଭିଟାମିନ୍ ଯୁକ୍ତ ଖାଦ୍ୟ ଅଧିକ ଗ୍ରହଣ କରିବା।
  • ଭିଟାମିନ୍ ଡି ପାଇବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟକିରଣରେ ରହିବା।

ହାଇପରକ୍ୟାଲସେମିଆ କିପରି ଚିହ୍ନଟ କରିବେ-

ଯଦି ଆପଣଙ୍କର ଅତ୍ୟଧିକ ବାନ୍ତି ହେଉଛି, କ୍ଳାନ୍ତ ଅନୁଭବ କରୁଛନ୍ତି, ବହୁତ ଦୁର୍ବଳ ଅନୁଭବ କରୁଛନ୍ତି, ବହୁତ ଶୋଷ ଲାଗୁଛି, ବାରମ୍ବାର ପରିସ୍ରା ହେଉଛି, କିଡନୀରେ ଷ୍ଟୋନ୍‌ ହେଉଛି, ଭୋକ ଲାଗୁନାହିଁ, ପେଟ ଯନ୍ତ୍ରଣା ହେଉଛି, ଓଜନ ହ୍ରାସ ପାଉଛି ତେବେ ଏହି ସବୁ ହାଇପରକ୍ୟାଲସେମିଆର ଲକ୍ଷଣ ହୋଇପାରେ । 

ହାଇପରକ୍ୟାଲସେମିଆର ଚିକିତ୍ସା-

ହାଇପରକ୍ୟାଲସେମିଆ ଚିହ୍ନଟ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଡାକ୍ତରଙ୍କ ପରାମର୍ଶ ବିନା ଭିଟାମିନ୍-କ୍ୟାଲସିୟମ୍ ସପ୍ଲିମେଣ୍ଟ୍ ନିଅନ୍ତୁ ନାହିଁ। ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବାକୁ କମ କରନ୍ତୁ । ଅଧିକ ସମୟ ପାଇଁ ଖରାରେ ବସନ୍ତୁ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.