ନ୍ୟୁୟର୍କ,୩୦।୧୦:  ବହୁ ଦିନର କଠିନ ପରିଶ୍ରମ ପରେ ଆମେରିକାର ବାପା-ଝିଅ ଏଲିଅନ୍‌ଙ୍କ ସିଗନାଲକୁ ଡିକୋଡ୍ କରିଛନ୍ତି, ଯାହାକୁ ମଙ୍ଗଳ ଗ୍ରହକୁ   ପଠାଯାଇଥିଲା। ଏହି ଦୁଇଜଣଙ୍କ ନାଁ ହେଉଛି କେଫ୍ ସେଫିନ୍‌ ଓ କେଲି ସେଫିନ। ଏହି ସିଗନାଲକୁ ଗତ ବର୍ଷ ମଇରେ ୟୁରୋପିଆନ୍ ସ୍ପେସ୍ ଏଜେନ୍ସି(ଇଏସ୍‌ଏ)ର ଏକ୍ସୋମାର୍ସ ଟ୍ରେସ୍ ଗ୍ୟାସ୍ ଅର୍ବିଟର(ଟିଜିଓ) ମଙ୍ଗଳରୁ ରିସିଭ କରିକି ପୃଥିବୀକୁ ପଠାଇଥିଲା।

ଏହି ସିଗନାଲକୁ ଡିକୋଡ କରିବା ପାଇଁ SETI Institute, Green Bank Observatory, ESA ଓ INAF ମିଶିକି ଏକ ସିଟିଜେନ୍ ସାଇଣ୍ଟିଷ୍ଟ କମ୍ପିଟିସନ୍‌ ରଖିଥିଲେ। ପୃଥିବୀରେ   ଥିବା ତିନୋଟି ମିଡିଆ ଆଷ୍ଟେ୍ରାନମି ଅବଜରଭେଟରୀ ଏହି ବାର୍ତ୍ତାକୁ ଧରିଥିଲା। ଏହାପରେ ତାକୁ ଡିକୋଡ କରିଥିଲ। ଦଶ ଦିନ ପରେ ସାରା ଦୁନିଆର ୫ ହଜାରରୁ ଅଧିକ ସିଟିଜେନ୍‌, ସାଇଣ୍ଟିଷ୍ଟ ଏହି ସିଗନାଲ୍‌କୁ ଡିକୋଡ୍‌ କରିବାରେ ଲାଗିଯାଇଥିଲେ। ଏହି ସବୁ ଅନଲାଇନ୍‌ରେ ଏହି କାମ କରୁଥିଲେ।

ଆମେରିକାର କେନ୍ ଓ କେଲି ଶେଫିନ୍‌ ଏହି ସିଗନାଲକୁ ଡିକୋଡ୍ କରିଥିଲେ। ଯେଉଁଥିରେ ଧଳା ଡଟସ୍‌ ଓ ଲାଇନ୍ସର ୫ଟି ଗ୍ରୁପ୍ ଥିଲା। ଯାହାର ବ୍ୟାକ୍ ଗ୍ରାଉଣ୍ଡ କଳାଥଲା। ଏହି କୋଷିକା ତିଆରି ହେବା ଆଡକୁ ଇଶାରା କରୁଥିଲା। ଅର୍ଥାତ ଜୀବନର ନିର୍ମାଣ ଆଡକୁ ଓ କେନ୍ ଓ କେଲି କହିଛନ୍ତି, ଆମର ଡିକୋଡେଡ୍‌ ମେସେଜ୍‌ରେ ୫ ଏମିନୋ ଏସିଡ୍‌ ରହିଛି, ଯାହାକି ବ୍ରହ୍ମାଣ୍ଡରେ ଜୀବନ ନିର୍ମାଣ କରୁଛି। ଏହି ସବୁ ଜୈବିକ ମଲିକ୍ୟୁଲର ଡାଇଗ୍ରାମ୍। ଅର୍ଥାତ ଲାଇଫ ଦେଉଥିବା ଏମିନୋ ଏସିଡର ଡାଇଗ୍ରାମ୍। ଏହି ବ୍ଲକ୍ସରେ ଆପଣଙ୍କୁ ୧,୬,୭,୮ ପିକ୍ସେଲର ଆଟୋମିକ୍ ନମ୍ବର ମିଳିବ। ଅର୍ଥାତ ହାଇଡ୍ରୋଜେନ୍, କାର୍ବନ, ନାଇଟ୍ରୋଜେନ୍ ଓ ଅକ୍ସିଜେନ୍‌। ସିଙ୍ଗିଲ ଡବଲ ବଣ୍ଡରୁ ଏହି ଡାଇଗ୍ରାମ୍‌ରେ ଲାଇନ୍ସ ତିଆରି ହୁଏ। ଯେପରି ସାଧାରଣ ଆଟୋମିକ୍ ଡାଇଗ୍ରାମ୍‌ରେ ହୋଇଥାଏ। ଡଟସ୍‌ ତାକୁ ଯୋଡିକାର କାମ କରିଥାଏ।

କେନ୍ ଓ କେଲି ସିଗନାଲକୁ ଡିକୋଡ କରିଛନ୍ତି, କିନ୍ତୁ ଏବେ ବି ସିଟିଜେନ୍ ସାଇଣ୍ଟିଷ୍ଟ ଏହାକୁ ବୁଝିବାରେ ଲାଗିଛନ୍ତି। ପ୍ରତିଯୋଗିତା ଏବେ ବି  ଚାଲିଛି। ଏବେ ଆଗାମୀ ଉଦେଶ୍ୟ ହେଉଛି ଏହି ଡିକୋଡର ବାର୍ତ୍ତାର ଅର୍ଥ କ’ଣ, ତାହା ବୁଝିବା। ଏବେ ସେଫିନ୍ ପରିବାର ଅଲଗା ଭାବରେ କିଛି ଟେଷ୍ଟ କରିବ। ଫଳରେ ଏହା ପଛର ବାର୍ତ୍ତାକୁ ବୁଝିପାରିବେ।