ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆମେରିକାର ବାପା-ଝିଅ ଯୋଡି ଡିକୋଡ୍ କଲେ ଏଲିଅନ୍ ସିଗନାଲ, ମଙ୍ଗଳ ଗ୍ରହରୁ ଆସିଥିଲା ଏହି ବାର୍ତ୍ତା

Published By : Harapriya Biswal | October 30, 2024 7:31 PM

ନ୍ୟୁୟର୍କ,୩୦।୧୦:  ବହୁ ଦିନର କଠିନ ପରିଶ୍ରମ ପରେ ଆମେରିକାର ବାପା-ଝିଅ ଏଲିଅନ୍‌ଙ୍କ ସିଗନାଲକୁ ଡିକୋଡ୍ କରିଛନ୍ତି, ଯାହାକୁ ମଙ୍ଗଳ ଗ୍ରହକୁ   ପଠାଯାଇଥିଲା। ଏହି ଦୁଇଜଣଙ୍କ ନାଁ ହେଉଛି କେଫ୍ ସେଫିନ୍‌ ଓ କେଲି ସେଫିନ। ଏହି ସିଗନାଲକୁ ଗତ ବର୍ଷ ମଇରେ ୟୁରୋପିଆନ୍ ସ୍ପେସ୍ ଏଜେନ୍ସି(ଇଏସ୍‌ଏ)ର ଏକ୍ସୋମାର୍ସ ଟ୍ରେସ୍ ଗ୍ୟାସ୍ ଅର୍ବିଟର(ଟିଜିଓ) ମଙ୍ଗଳରୁ ରିସିଭ କରିକି ପୃଥିବୀକୁ ପଠାଇଥିଲା।

ଏହି ସିଗନାଲକୁ ଡିକୋଡ କରିବା ପାଇଁ SETI Institute, Green Bank Observatory, ESA ଓ INAF ମିଶିକି ଏକ ସିଟିଜେନ୍ ସାଇଣ୍ଟିଷ୍ଟ କମ୍ପିଟିସନ୍‌ ରଖିଥିଲେ। ପୃଥିବୀରେ   ଥିବା ତିନୋଟି ମିଡିଆ ଆଷ୍ଟେ୍ରାନମି ଅବଜରଭେଟରୀ ଏହି ବାର୍ତ୍ତାକୁ ଧରିଥିଲା। ଏହାପରେ ତାକୁ ଡିକୋଡ କରିଥିଲ। ଦଶ ଦିନ ପରେ ସାରା ଦୁନିଆର ୫ ହଜାରରୁ ଅଧିକ ସିଟିଜେନ୍‌, ସାଇଣ୍ଟିଷ୍ଟ ଏହି ସିଗନାଲ୍‌କୁ ଡିକୋଡ୍‌ କରିବାରେ ଲାଗିଯାଇଥିଲେ। ଏହି ସବୁ ଅନଲାଇନ୍‌ରେ ଏହି କାମ କରୁଥିଲେ।

ଆମେରିକାର କେନ୍ ଓ କେଲି ଶେଫିନ୍‌ ଏହି ସିଗନାଲକୁ ଡିକୋଡ୍ କରିଥିଲେ। ଯେଉଁଥିରେ ଧଳା ଡଟସ୍‌ ଓ ଲାଇନ୍ସର ୫ଟି ଗ୍ରୁପ୍ ଥିଲା। ଯାହାର ବ୍ୟାକ୍ ଗ୍ରାଉଣ୍ଡ କଳାଥଲା। ଏହି କୋଷିକା ତିଆରି ହେବା ଆଡକୁ ଇଶାରା କରୁଥିଲା। ଅର୍ଥାତ ଜୀବନର ନିର୍ମାଣ ଆଡକୁ ଓ କେନ୍ ଓ କେଲି କହିଛନ୍ତି, ଆମର ଡିକୋଡେଡ୍‌ ମେସେଜ୍‌ରେ ୫ ଏମିନୋ ଏସିଡ୍‌ ରହିଛି, ଯାହାକି ବ୍ରହ୍ମାଣ୍ଡରେ ଜୀବନ ନିର୍ମାଣ କରୁଛି। ଏହି ସବୁ ଜୈବିକ ମଲିକ୍ୟୁଲର ଡାଇଗ୍ରାମ୍। ଅର୍ଥାତ ଲାଇଫ ଦେଉଥିବା ଏମିନୋ ଏସିଡର ଡାଇଗ୍ରାମ୍। ଏହି ବ୍ଲକ୍ସରେ ଆପଣଙ୍କୁ ୧,୬,୭,୮ ପିକ୍ସେଲର ଆଟୋମିକ୍ ନମ୍ବର ମିଳିବ। ଅର୍ଥାତ ହାଇଡ୍ରୋଜେନ୍, କାର୍ବନ, ନାଇଟ୍ରୋଜେନ୍ ଓ ଅକ୍ସିଜେନ୍‌। ସିଙ୍ଗିଲ ଡବଲ ବଣ୍ଡରୁ ଏହି ଡାଇଗ୍ରାମ୍‌ରେ ଲାଇନ୍ସ ତିଆରି ହୁଏ। ଯେପରି ସାଧାରଣ ଆଟୋମିକ୍ ଡାଇଗ୍ରାମ୍‌ରେ ହୋଇଥାଏ। ଡଟସ୍‌ ତାକୁ ଯୋଡିକାର କାମ କରିଥାଏ।

କେନ୍ ଓ କେଲି ସିଗନାଲକୁ ଡିକୋଡ କରିଛନ୍ତି, କିନ୍ତୁ ଏବେ ବି ସିଟିଜେନ୍ ସାଇଣ୍ଟିଷ୍ଟ ଏହାକୁ ବୁଝିବାରେ ଲାଗିଛନ୍ତି। ପ୍ରତିଯୋଗିତା ଏବେ ବି  ଚାଲିଛି। ଏବେ ଆଗାମୀ ଉଦେଶ୍ୟ ହେଉଛି ଏହି ଡିକୋଡର ବାର୍ତ୍ତାର ଅର୍ଥ କ’ଣ, ତାହା ବୁଝିବା। ଏବେ ସେଫିନ୍ ପରିବାର ଅଲଗା ଭାବରେ କିଛି ଟେଷ୍ଟ କରିବ। ଫଳରେ ଏହା ପଛର ବାର୍ତ୍ତାକୁ ବୁଝିପାରିବେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.