ନୂଆଦିଲ୍ଲୀ, ୧୯/୦୬ : ସଲମାନ ଖାନଙ୍କ କାଲା ହିରଣ କେସ ଉପରେ ଫିଲ୍ମ ନିର୍ମାଣ ନେଇ ଘୋଷଣା ହେବା ପରେ ପ୍ରଡ୍ୟୁସର ଅମିତ ଜାନିଙ୍କୁ ମିଳୁଛି ଧମକ। ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏନେଇ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୋତେ ପାକିସ୍ତାନରୁ ଧମକ ଆସୁଛି। ମୁଁ ମରିଗଲେ ବି ଏହି ଫିଲ୍ମ ରିଲିଜ୍ ହେବ। ମୋ ଟିମ୍ ଫିଲ୍ମଟିକୁ ରିଲିଜ୍ କରିବେ। ଯେମିତି ବି ହେଉ ଏହି ଫିଲ୍ମ ନିଶ୍ଚୟ ରିଲିଜ୍ ହେବ।
ଗୁରୁବାର ଅମିତ ଜାନି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ସଲମାନ ଖାନଙ୍କ ପକ୍ଷ ନେଇ ପାକିସ୍ତାନ ଘୋଷିତ ଆତଙ୍କବାଦୀ ଶହଜାଦ ଭଟ୍ଟି ଧମକ ଚମକ ଦେଉଛି। କଲ୍ ଏବଂ ମେସେଜ୍ କରି ଡୋନ୍ ଓ ଗ୍ରନେଡ୍ ହମଲା କରିବାକୁ କହିଛି। ଏନେଇ ସେ ଗୃହ ମନ୍ତ୍ରାଳୟ ଏବଂ ରାଜସ୍ଥାନ ପୁଲିସ ଓ ସିଆରପିଏଫ୍ ଅଧିକାରୀଙ୍କୁ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏଥିପାଇଁ ମୁଁ ଭୟଭୀତ ନୁହେଁ। ଯଦି ବି ମୋର ମୃତ୍ୟୁ ହୁଏ ତାହେଲେ, ମୋ ଟିମ୍ ନିଶ୍ଚୟ କାଲା ହିରଣ ଫିଲ୍ମ ରିଲିଜ୍ କରିବେ।
3 दिन में मारने की धमकी दे रहा है , 3 दिन में 3 लाख बार Home Minister Office Police Rajasthan CP Jodhpur से टैग करके डिमांड करो कि इस सलमान ख़ान की नाजायज़ औलाद को मुर्शिदाबाद पश्चिम बंगाल से उठाकर लाया जाए .. सलमान ख़ान के छपरी , धमकीबाज, क्रिमिनल फ़ैन इस तरह से हजारो धमकी दे… pic.twitter.com/CcpDjoDWyx
— Amit Jani (@AmitJaniIND) June 19, 2026
କାଲା ହିରଣ ଫିଲ୍ମ ସଲମାନ ଖାନଙ୍କ ବିବାଦୀୟ କ୍ୟାରେକ୍ଟରକୁ ନେଇ ଅଭିନୀତି ହୋଇଛି। ହମ ସାଥ ସାଥ ଫିଲ୍ମ ସୁଟିଂ ବେଳେ ସଲମାନଙ୍କ ଦ୍ଵାରା କଳା ହରିଣ ଶିକାର ବିଷୟରେ ଫିଲ୍ମରେ ଦେଖିବାକୁ ମିଳିବ। ତେଣୁ ଫିଲ୍ମଟି ଘୋଷଣା ହେବା ପରଠାରୁ ବିବାଦରେ ରହିଛି। ସଲମାନ ଖାନଙ୍କ ଟିମ୍ ଫିଲ୍ମ ସହ ଜଡ଼ିତ ଲୋକଙ୍କୁ ଲିଗାଲ୍ ନୋଟିସ୍ ପଠାଇଛି। ଏହି ନୋଟିସରେ କାଲା ହିରଣ ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବା କଥା କୁହାଯାଇଛି।
ଆହୁରି ପଢନ୍ତୁ- Suhasini Mulay Love Story: ୬୦ ବର୍ଷରେ ବଧୂ ସାଜିଥିଲେ ଆମିର୍ ଖାନଙ୍କ ଅନ୍ସ୍କ୍ରିନ ମା', ଫେସ୍ବୁକ୍ ବନାଇଲା ଯୋଡ଼ି
Kotpada AEE Under Odisha Vigilance Scanner ! ବିଡ଼ା ବିଡ଼ା ଟଙ୍କା ସମେତ ଦାମୀ ସୁନାଗହଣା ଜବତ