ନୂଆଦିଲ୍ଲୀ, ୨୦/୦୬ : ଫିଲ୍ମ ‘ଇଥା’ ଜରିଆରେ ବଡ଼ ପରଦାକୁ ଆସିବେ ‘ସ୍ତ୍ରୀ’ ନାୟିକା ଶ୍ରଦ୍ଧା କପୁର । ଫିଲ୍ମଟି କିମ୍ବଦନ୍ତୀ ମରାଠୀ ଲାବଣୀ ନୃତ୍ୟଶିଳ୍ପୀ ବିଠାବାଈ ଭାଉ ମାଙ୍ଗ ନାରାୟଣଗାଓଁକରଙ୍କ ଜୀବନର ନାଟ୍ୟ ରୂପାନ୍ତର । ଗତ ଶୁକ୍ରବାର ମୁକ୍ତିପ୍ରାପ୍ତ ‘କକ୍‌ଟେଲ୍‌-୨’ର ସ୍କ୍ରିନିଂ ସହ ‘ଇଥା’ର ଟିଜର୍‌ ଦେଖିବାକୁ ମିଳିଲା । ଚାହୁଁ ଚାହୁଁ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ଫିଲ୍ମର ଏକ ଛୋଟ ଝଲକ୍‌ ସାମ୍ନାକୁ ଆସିଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ ଶ୍ରଦ୍ଧାଙ୍କ ଦମ୍‌ଦାର ପ୍ରଦର୍ଶନକୁ ଫ୍ୟାନ୍‌ ଖୁବ୍‌ ପ୍ରଶଂସା କରିଛନ୍ତି ।

ଟିଜର୍‌ରେ ବିଠାବାଈ ଭୂମିକା ନିର୍ବାହ କରିଥିବା ଶ୍ରଦ୍ଧା ୯ ମାସର ଗର୍ଭବତୀ ହୋଇ ମଧ୍ୟ ଲାବଣୀ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଥିବାରୁ କଷ୍ଟରେ କାନ୍ଦୁଛନ୍ତି । ମା’ ହେବା ପରେ ତୁରନ୍ତ ମଞ୍ଚରେ ପ୍ରଦର୍ଶନ ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ନୃତ୍ୟ ଦ୍ୱାରା ଜୀବନ ଯାଇପାରେ ବୋଲି ତାଙ୍କୁ ଚେତାବନୀ ଦିଆଯିବା ପରେ ମଧ୍ୟ ସେ ଦୃଢ଼ ଭାବେ ଘୋଷଣା କରିଛନ୍ତି ବାରମ୍ବାର ପଡ଼ିବା ପରେ ମୃତ୍ୟୁ ହେଲେ ଲୋକେ ମୋତେ ଜଣେ ବେସାହାରା ମହିଳା ଭାବେ ମନେ ରଖିବେ। କିନ୍ତୁ ଯଦି ନୃତ୍ୟ କରି ମରିଯାଏ, ମୁଁ କିମ୍ବଦନ୍ତୀ ହୋଇଯିବି । ଟିଜର୍‌ ବିଠାବାଈଙ୍କ ଯାତ୍ରା, ନୃତ୍ୟ ପ୍ରଦର୍ଶନ ପାଇଁ ତାଙ୍କ ପାସନ୍‌ ଓ କଳା ପ୍ରତି ସମର୍ପଣ ଭାବକୁ ଦେଖାଇଛି । ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ ‘ଇଥା’ରେ ଶ୍ରଦ୍ଧାଙ୍କ ସମେତ ରଣଦୀପ ହୁଡା ଓ ମହମ୍ମଦ ଜିଶାନ ଆୟୁବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

ଆହୁରି ପଢନ୍ତୁ- Kala Hiran : କାଲା ହିରଣ ପ୍ରଡ୍ୟୁସରଙ୍କୁ ପାକିସ୍ତାନରୁ ଧମକ, କହିଲେ ମୋ ମୃତ୍ୟୁ ହୋଇଗଲେ ବି...

ଦୌଡ଼ ରାଣୀରୁ ଆମ ବସ୍ ଡ୍ରାଇଭର;ମହିଳାଙ୍କ ପ୍ରେରଣାଦାୟକ ଯାତ୍ରା​​​​​​​