ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଛତିଶଗଡ଼ ହାଇକୋର୍ଟଙ୍କ ବଡ଼ ଶୁଣାଣି, 'ଜଣେ ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ'

Published By : Swapna Ray | March 31, 2025 3:36 PM

 ଛତିଶଗଡ଼, ୩୧।୩: ଜଣେ ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ । ଏହା ସମ୍ୱିଧାନ ଧାରା ୨୧କୁ ଉଲ୍ଲଂଘନ କରେ । ଜୀବନ ଏବଂ ସ୍ୱାଧୀନତାର ସୁରକ୍ଷା ପାଇଁ ତାଙ୍କର ମୌଳିକ ଅଧିକାର, ମର୍ଯ୍ୟାଦା ଅଧିକାରର ଗ୍ୟାରେଣ୍ଟି ଦିଏ । ଏଭଳି କହିଛନ୍ତି ଛତଶଗଡ଼ ହାଇକୋର୍ଟ ।

ଧାରା ୨୧କୁ ଗୁରୁତ୍ୱ ଦେଇ ହାଇକୋର୍ଟ କହିଛନ୍ତି ଯେ, କୁମାରୀତ୍ୱ ପରୀକ୍ଷା ପାଇଁ ଅନୁମତି ଦେବା “ମୌଳିକ ଅଧିକାର, ପ୍ରାକୃତିକ ନ୍ୟାୟର ମୂଳ ନୀତି ଏବଂ ଜଣେ ମହିଳାଙ୍କ ମର୍ଯ୍ୟାଦାର” ବିରୁଦ୍ଧରେ ହେବ । ଜଷ୍ଟିସ୍ ଅରବିନ୍ଦ କୁମାର ବର୍ମା ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଫୌଜଦାରୀ ଆବେଦନର ଜବାବରେ ଏହି ପର୍ଯ୍ୟବେକ୍ଷଣ କରିଥିଲେ ଯିଏ ତାଙ୍କ ପତ୍ନୀଙ୍କ କୁମାରୀତ୍ୱ ପରୀକ୍ଷା ଦାବି କରିଥିଲେ । ଅଭିଯୋଗ କରିଥିଲେ ଯେ, ସେ ଅନ୍ୟ ଜଣେ ପୁରୁଷଙ୍କ ସହିତ ଅବୈଧ ସମ୍ପର୍କରେ ଅଛନ୍ତି, ୧୫ ଅକ୍ଟୋବର ୨୦୨୪ରେ ଏକ ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଯାହା ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ଖାରଜ କରିଦେଇଥିଲା । 

ଅନ୍ୟପଟେ ପତ୍ନୀ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ନପୁଂସକ ଏବଂ ସହବାସ କରିବାକୁ ମନା କରିଦେଇଥିଲେ । ହାଇକୋର୍ଟ କହିଛନ୍ତି ଯେ, ଯଦି ଆବେଦନକାରୀ ନପୁଂସକତାର ଅଭିଯୋଗକୁ ଭିତ୍ତିହୀନ ପ୍ରମାଣ କରିବାକୁ ଚାହାଁନ୍ତି, ତେବେ ସେ ସମ୍ପୃକ୍ତ ଡାକ୍ତରୀ ପରୀକ୍ଷା କରାଇପାରିବେ କିମ୍ବା ଅନ୍ୟ କୌଣସି ପ୍ରମାଣ ଉପସ୍ଥାପନ କରିପାରିବେ । ହାଇକୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଆବେଦନକାରୀଙ୍କ ତାଙ୍କ ପତ୍ନୀଙ୍କ କୁମାରୀତ୍ୱ ପରୀକ୍ଷା ଦାବି କରିବା ଅସାମ୍ବିଧାନିକ କାରଣ ଏହା ସମ୍ବିଧାନର ଧାରା ୨୧କୁ ଉଲ୍ଲଙ୍ଘନ କରେ, ଯେଉଁଥିରେ ମହିଳାଙ୍କ ମର୍ଯ୍ୟାଦାର ଅଧିକାର ଅନ୍ତର୍ଭୁକ୍ତ ।

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.