ଜଣେ ସନ୍ଥଙ୍କ କାହାଣୀ । ସନ୍ଥ ଗୋଟେ ଗ୍ରାମରେ ଚାଲି ଚାଲି ଯାଉଥିଲେ, ଗୋଟିଏ ଘରୁ ତାଙ୍କୁ ଏକ ମାତା ତାଙ୍କ ପୁତ୍ରଙ୍କୁ ଚିତ୍କାର କରିବାକୁ ଶୁଭିଲା "ରାମ! କେତେବେଳ ଯାଏଁ ଆଉ ଶୋଇବୁ? ଉଠି ପଡ଼!’ ସ୍ତ୍ରୀଲୋକଟିର ଶବ୍ଦ ତାଙ୍କୁ ହଠାତ୍ ଆଶ୍ଚର୍ଯ୍ୟ କରିଦେଲା । ତାଙ୍କ ମନ ଯାହା ଅତୀତ ଏବଂ ଭବିଷ୍ୟତରେ ବୁଡ଼ି ରହିଥିଲା, ଜାଗ୍ରତ ହୋଇ ଉଠିଲା, ସେତେବେଳେ ସେଇଠି ତାଙ୍କ ଜ୍ଞାନ ଉଦୟ ହେଲା । ସିଏ ଅଜ୍ଞାନ ନିଦ୍ରାରୁ ଜାଗି ଉଠିଲେ, ଆଉ କେବେବି ଶୋଇଲେ ନାହିଁ । ଅସନ୍ତୋଷ ଏବଂ ଯନ୍ତ୍ରଣା ଯାହା ମନ ଭିତରେ ଚାଲୁଛି ସେଥିରୁ ଜାଗିବାକୁ ପ୍ରକୃତି ଅନେକ ସଂକେତ ଦେଇଥାଏ । ଜୀବନର ପ୍ରଜ୍ଞା ଜାଗ୍ରତ କରିବାକୁ, ଗୁରୁପୂର୍ଣ୍ଣିମା ଏଭଳି ଏକ ଉପଲକ୍ଷ୍ୟ । ଅସନ୍ତୋଷ ବନ୍ଦ ହେବ ଏବଂ କୃତଜ୍ଞତା ରହିବ ସେତେବେଳେ ତମେ ଜୀବନକୁ ସମ୍ମାନ ଦବ ।
ଗୁରୁ ତତ୍ତ୍ୱକୁ ସମ୍ମାନିତ କରିବା
ତୁମେ ଯେ ଏକ ଅଲୌକିକ ତାହା ଦେଖ- ଅସଂଖ୍ୟ ନିୟୁତ କୋଷ ନଜାର ଏକଲୟରେ ଅନବରତ ଜନ୍ମ ହେଉଛି ଏବଂ ବିଲୀନ ହେଉଛି । ତୁମେ ଏହି ସମ୍ପୂର୍ଣ୍ଣ ସହରକୁ ତୁମ ଶରୀର ଭିତରେ ପରିଚାଳିତ କରୁଛ, ଏକ ମହୁଫଣା ଭଳିଆ, ଯୋଉଠି ହଜାର ମହୁମାଛି ଗୋଟିଏ ରାଣୀ ମହୁମାଛି ଚାରିପଟେ ଏକତ୍ରିତ ହୋଇଥାଆନ୍ତି । ଯଦି ରାଣୀମାଛି ଅଦୃଶ୍ୟ ହୋଇଯାଏ, ମହୁଫଣାର ଅବସାଦ ଘଟିଥାଏ । ସେପରି କେନ୍ଦ୍ରସ୍ଥଳରେ ଆତ୍ମା, ଦିବ୍ୟତା ଏବଂ ଗୁରୁ ତତ୍ତ୍ୱ ବିରାଜମାନ ଅଛି । ସେଠାରେ ଗୁରୁ, ଦିବ୍ୟତା ଏବଂ ଆତ୍ମାର ପ୍ରକୃତ ବିଚ୍ଛେଦ ହୁଏନାହିଁ । ସେମାନେ ସମସ୍ତେ ଏକା- ରାଣୀ ମହୁମାଛି ଫଣାରେ ଜୀବନ ଭଳିଆ ଏକତ୍ରିତ କରିକି ଧରିଥାଏ । ଗୁରୁ ତତ୍ତ୍ୱ ନିରୀହ, ଜ୍ଞାନୀ ଏବଂ ମର୍ଯ୍ୟାଦାସମ୍ପନ୍ନ ହେଲେ ବି ଏକ ଶିଶୁ ଭଳିଆ ନମ୍ର । ଗୁରୁଙ୍କୁ ସମ୍ମାନ ଦେବା ମାନେ ଜୀବନକୁ ସମ୍ମାନ ଦେବା । ଏହାହିଁ ଗୁରୁପୂର୍ଣ୍ଣିମାର ସାର ମର୍ମ । ଜଣେ ଶିକ୍ଷକ ତମକୁ ବାର୍ତ୍ତା ଦିଅନ୍ତି, ଗୁରୁ ତମ ଭିତରେ ଜୀବନୀ ଶକ୍ତି ପ୍ରଜ୍ଜ୍ୱଳିତ କରାନ୍ତି । ଗୁରୁ ତମ ଭିତରେ ଜ୍ଞାନ ଭର୍ତ୍ତି କରନ୍ତି ନାହିଁ, ସିଏ ତମକୁ ଅନୁଭବ କରାନ୍ତି । ଜୀବନ ଏବଂ ଜ୍ଞାନର ସମ୍ପୂର୍ଣ୍ଣ ଏକୀକରଣ ରହିଛି । ତୁମ ଜୀବନର ପ୍ରଜ୍ଞା ତୁମ ଗୁରୁ । ଜୀବନ ତୁମକୁ କୋଉଠି ଭୁଲ୍ କଲ କୋଉଠି ଠିକ୍ କଲ, ସେ ବିଷୟରେ ଅନେକ ଶିକ୍ଷା ଦେଇସାରିଛି । ସମୟ ସମୟରେ ତମେ ଏହା ଉପରେ ଦୃଷ୍ଟିପାତ କରିସାରିଛ । ଯଦି ତମେ ତମର ଜୀବନ ଏହି ପ୍ରଜ୍ଞାର ସଚେତନତା ବିହୀନ ହୋଇ ବଞ୍ଚିବ, ତାହେଲେ ତମେ ତମର ଗୁରୁ ତତ୍ତ୍ୱକୁ ସମ୍ମାନ ଦେଉନାହଁ । ଏକ ସାଧକଙ୍କ ପାଇଁ ଗୁରୁପୂର୍ଣ୍ଣିମା ନୂତନ ବର୍ଷ । ଏହା ବାର୍ଷିକ ବିବୃତିର ପତ୍ର, ଜୀବନରେ କେତେ ତୁମର ବୃଦ୍ଧି ହୋଇଛି ଏବଂ ତମ ଭିତରେ କେତେ ସ୍ଥିରତା ଆସିଛି । ଜ୍ଞାନ ପାଇଁ ଆମକୁ ବାରମ୍ବାର ଆସିବାକୁ ପଡ଼ିବ ଏବଂ ବୁଦ୍ଧିଶକ୍ତି ଇଚ୍ଛାଶକ୍ତିରେ ବୁଡ଼ି ରହିଥିବ । ତାହା ହିଁ ପ୍ରକୃତ ସତ୍ସଙ୍ଗ, ସତ୍ସଙ୍ଗ ହେଲା ସତ୍ ଏବଂ ଜ୍ଞାନୀ ଲୋକଙ୍କ ସଙ୍ଗତି । ତମ ଭିତରେ ଥିବା ସତ ସହ ହାତ ମିଳେଇବା ହେଲା ସତ୍ସଙ୍ଗ । ତୁମର ଏହି ଉପହାରକୁ ସମ୍ମାନ ଦିଅ । ଦ୍ୱିତୀୟ କଥା ହେଲା, ଏହି ଗୁରୁପୂର୍ଣ୍ଣିମାରେ ଏହି ଉପହାରକୁ ଉପଯୋଗ କରିବ । ଯଦି ତମକୁ ଭଲକି କଥା କହିଆସୁଛି ଏବଂ ଭଲ ବୁଦ୍ଧି ବିଚାର ଅଛି, ତାହେଲେ ଅନ୍ୟମାନଙ୍କ ଉପକାର ଲାଗି ବ୍ୟବହାର କର । ତୁମକୁ ଅନେକ ଆଶୀର୍ବାଦ ମିଳିବ । ଦାତା ତମକୁ ଅକ୍ଳାନ୍ତ ପ୍ରଚୁର ଦେଇଚାଲିଛନ୍ତି ଏବଂ ତା’ଠାରୁ କୌଣସି ମାନ୍ୟତା ଆଶା କରୁ ନାହାଁନ୍ତି ।
ଶବ୍ଦରୁ ନିରବତା ଆଡ଼କୁ ଅଗ୍ରସର
ତିନି ସ୍ତରର ଭାବନା ଶକ୍ତି ଅଛି- ଗୋଟିଏ ହେଲା ଶବ୍ଦ, ତା’ପରେ ହେଲା ଅନୁଭବ, ଯୋଉଠି ତମକୁ ଶବ୍ଦ ଉପରେ ନିର୍ଭର କରିବା ଆବଶ୍ୟକତା ନାହିଁ, କିନ୍ତୁ ଶବ୍ଦରେ ଥିବା ଭାବନା ଏବଂ ଅର୍ଥକୁ ଦେଖିପାରିବ ଏବଂ ତୃତୀୟ ସ୍ତର ହେଲା, ଯୋଉଠି ତମେ ଭାବନା ମଧ୍ୟ ଅତିକ୍ରମ କରିଯିବ, କାରଣ ଭାବନା ଏବଂ ଅର୍ଥ ବଦଳିଯାଏ । ତୃତୀୟ ହେଲା, ନିରବତାର ସ୍ତର । ସମ୍ବାଦ ନିରବତାରେ ମଧ୍ୟ ବହନ କରିପାରିବ । ଯେମିତି ଏହି ପଥରେ ତମେ ଆଗକୁ ବଢ଼ିବ, ଭାବନାତ୍ମକ ମନରୁ କୃତଜ୍ଞତା ଅନୁଭବ କରିବ ଏବଂ କୃତଜ୍ଞତା ତୁମକୁ ଆନନ୍ଦମୟ ନିରବତା ଆଡ଼କୁ ଅଗ୍ରସର କରାଇବ ।
ଗୁରୁ ଏକ ସାକ୍ଷୀ ବୋଲି ଜାଣ
ଗୁରୁଙ୍କୁ ଏକ ଆକାର କିମ୍ବା ଏକ ବ୍ୟକ୍ତିତ୍ୱ ବୋଲି ଭୁଲ୍ ବୁଝନ୍ତୁ ନାହିଁ । ଗୁରୁଙ୍କୁ ଆକାର ରୂପରେ ଯାଇକି ଦେଖ, ନିଃସନ୍ଦେହ ଗୁରୁ ଅର୍ଶମ ଦେବେ, କିନ୍ତୁ ଗୁରୁ ସବୁ ପ୍ରକାର ବୁଦ୍ଧି, ମନ ଏବଂ ଭାବନା ସାକ୍ଷୀ ମଧ୍ୟ । ଭଲ, ଖରାପ, ଠିକ୍ ଭୁଲ୍ ଏହା ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ । ତୁମର ବୃଦ୍ଧି କରିବାକୁ ସୁଖକର ଅନୁଭୂତି ସୃଷ୍ଟି କରିବେ ଏବଂ ଅପ୍ରୀତିକର ଅନୁଭୂତି ମଧ୍ୟ ଦେବେ । ଜୀବନରେ ଉଦ୍ଧ୍ୱର୍ତା ଉତ୍ସବ ପାଳନ, ନିମ୍ନତା ଗଭୀରତା ଏବଂ ପ୍ରଜ୍ଞା ପ୍ରଦାନ କରିବ । ଗୁରୁ ତତ୍ତ୍ୱ ଏସବୁର ସାକ୍ଷୀ, ଅନୁଭବର ଉପରେ ସବୁ ଗୁଣକୁ ଆଲିଙ୍ଗନ କରିଥାନ୍ତି । ଜୀବନରୁ ବର୍ତ୍ତିବାର କିଛି ଉପାୟ ନାହିଁ । ଭାବ ନାହିଁ ଯେ, ଜ୍ଞାନ ଏକ ବର୍ତ୍ତିବାର ରାସ୍ତା । ଜ୍ଞାନରେ ଥାଇ ସବୁଥିରେ ସାକ୍ଷ୍ୟ ହୋଇ ଭାସିବାକୁ ପଡ଼ିବ । ତୁମକୁ କେବଳ ଏତିକି କରିବାକୁ ପଡ଼ିବ, ଏହି ପଥରେ ରହି ଜାଣ ଯେ ତୁମ ଲାଗି ସବୁଠାରୁ ଭଲ ହେବ ।