ନୂଆଦିଲ୍ଲୀ,୨୨।୬: ମଧ୍ୟ ପ୍ରାଚ୍ୟରେ ଜାରି ବିବାଦ ଭିତରେ ଇସ୍ରାଏଲ ସୈନିକ ଦକ୍ଷିଣ ଲେବାନନ୍‌ରେ ଥିବା ହିଜବୋଲାର ଏକ ଗୁପ୍ତ ଡ୍ରୋନ୍ ତିଆରି ଫ୍ୟାକ୍ଟ୍ରିକୁ ଦଖଲ କରିଛି। ଇସ୍ରାଏଲର ସୂଚନା ଅନୁସାହେର, ଏହି ଗୁପ୍ତ ଫ୍ୟାକ୍ଟ୍ରିର ବ୍ୟବହାର ଇରାନ ନିର୍ମିତ ଡ୍ରୋନ୍ ପାର୍ଟସକୁ ଆସେମ୍ବଲ କରି ଓ ତାକୁ ଇସ୍ରାଏଲ ପକ୍ଷରୁ ଲଞ୍ଚ କରିବା ପାଇଁ କରାଯାଇଥିଲା। ଇସ୍ରାଏଲ ସେନାର ଅଧିକାରୀ କହିଛନ୍ତି, ଏହି ଅତ୍ୟାଧୁନିକ ସୁବିଧା ଗତ ଏକ ଦଶକ ବେଳେ ଇରାନର ପ୍ରତ୍ୟକ୍ଷ ସମର୍ଥନ, ଆର୍ଥିକ ପୋଷଣ ଓ ଟେକ୍ନୋଲୋଜି ସହଯୋଗରୁ ତିଆରି କରାଯାଇଥିଲା।

ଏହି ଅଣ୍ଡରଗ୍ରାଉଣ୍ଡ ପରିସର ଇସ୍ରାଏଲ ସୀମାଠାରୁ ପ୍ରାୟ ୬ କିଲୋମିଟର ଦୂର ମଜଦଲ ଜୌନ୍ ଗାଁର ତଳେ ରହିଛି। ଇସ୍ରାଏଲୀ ସେନା ଚଳିତ ମାସ ଆରମ୍ଭରୁ ଦକ୍ଷିଣ ଲେବାନନ୍‌ରେ ସାମରିକ ଅଭିଯାନ ବେଳେ ଦଖଲ କରିଛି। ସେନା ମୁଖପାତ୍ର ଘଟଣାସ୍ଥଳର ନିରୀକ୍ଷଣ କରି କହିଛନ୍ତି ସୁଡଙ୍ଗ ପାହାଡ ଭିତରେ ଶତାଧିକ ମିଟର ପର୍ଯ୍ୟନ୍ତ ବ୍ୟାପିଥିବା ଜମିଠାରୁ ପ୍ରାୟ ୨୯ ମିଟର ତଳେ ଥିଲା। ଏହି ସୁବିଧା ବଡ ଷ୍ଟିଲ୍‌ର ବିସ୍ଫୋରଣ ନିରୋଧି କବାଟ ଦ୍ବାରା ସୁରକ୍ଷିତ ଥିଲା। ପୂର୍ବରୁ ଖୋଜା ଯାଇଥିବା ଅନ୍ୟ ହିଜବୋଲା ସୁଡଙ୍ଗର ତୁଳନାରେ ଖୁବ୍ ଭଲ ମାନକ ଅନୁସାରେ, ପ୍ରସ୍ତୁତ କରାଯାଇଛି।

ସୈନିକଙ୍କୁ ଭିତରେ ବହୁ କୋଠରୀ ମିଳିଥିଲା, ଯେଉଁଠି ତସ୍କରି ଜରିଆରେ ଅଣାଯାଇଥିବା ପାର୍ଟସ୍‌ରୁ ଡ୍ରୋନ୍ ତିଆରି କରାଯାଉଥିଲା। ଇସ୍ରାଏଲ ସେନା ସେଠାରୁ ପ୍ରାୟ ୫୦ ଡ୍ରୋନ୍‌ ଜବତ କରିଛି, ଯେଉଁଥିରେ ୩୦ କିଲୋଗ୍ରାମ୍‌ ଓଜନ ଥିବା ବିସ୍ଫୋରକ ହତିଆର ଲାଗି ରହିଥିଲା। ଅଧିକାରୀଙ୍କ କହିବା ଅନୁସାରେ, ଏହି ଡ୍ରୋନ୍ ସେହି ଆକ୍ରମଣ ପାଇଁ ବ୍ୟବହାର କରାଯାଇଥିବା ଡ୍ରୋନ୍‌ ସହ ସମାନ ଥିଲା, ଯାହାକୁ ଇସ୍ରାଏଲ ଉପରେ ମାଡ କରାଯାଇଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା ପୁରା ଇସ୍ରାଏଲକୁ ଭେଦିବା ପାଇଁ ପର୍ଯ୍ୟାପ୍ତ ଥିଲା। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,ଏହା ପ୍ରଥମ ଥର ଯେତେବେଳେ ଇସ୍ରାଏଲ ସେନାକୁ ଏଭଳି ପୁରା ଭାବରେ ସୁରକ୍ଷିତ ଡ୍ରୋନ୍ ମିଳିଛି, ଯାହାଫଳରେ ହିଜବୋଲାର କ୍ଷମତା ଉପରେ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ସୂଚନା ମିଳିଛି।

ଆହୁରି ପଢନ୍ତୁ :ପାକିସ୍ତାନ ପ୍ରଧାନମନ୍ତ୍ରୀ ପୁଣି ଅନ୍ତର୍ଜାତୀୟ ମଞ୍ଚରେ ଅପମାନିତ, ଶେହବାଜ୍‌ଙ୍କ କଥାକୁ ଟିକେ ବି ଖାତିର କଲେନି ଆରାଘାଚି

​​​