ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମୌସୁମୀକୁ ନେଇ ପାଣିପାଗ ବିଭାଗର ବଡ଼ ଆକଳନ , ଚଳିତ ବର୍ଷ ପ୍ରବଳ ବର୍ଷା ସମ୍ଭାବନା

Published By : Prameya | April 15, 2025 5:57 PM

ନୂଆଦିଲ୍ଲୀ : ତାତି ସିଜନ ଯଦିଓ ଚଳିତ ବର୍ଷ ଖୁବ୍‌ ଶୀଘ୍ର ଆସିଛି , କିନ୍ତୁ ପାଣିପାଗକୁ ନେଇ ମୌସୁମୀ ବିଭାଗ ବଡ଼ ଅପଡେଟ୍‌ ଦେଇଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମଙ୍ଗଳବାର ଏହାକୁ ନେଇ ଭଲ ଖବର ଦେଇଛି। ଆଇଏମଡି କହିଛି , ଏହିଥର ମୌସୁମୀରେ ସାଧାରଣ ଠାରୁ ଅଧିକ ବର୍ଷା ହେବ। ଏଥିରେ ଚାଷୀ ଓ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିବ। ଆଇଏମଡିର ମୁଖ୍ୟ ମୁତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଚଳିତ ମନସୁନ ସିଜନ୍‌ରେ ଅଲ୍ ନିନୋର ସ୍ଥିତି ଉପୁଜିବ ନାହିଁ। ଭାରତରେ ମନସୁନ୍‌ର ଚାରି ମାସ ଅର୍ଥାତ୍‌ ଜୁନ୍‌ରୁ ସେପ୍ଟେମ୍ୱରରେ ସାଧାରଣରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। 

ପାଣିପାଗ ବିଭାଗର ଆକଳନ ଯେ, ଚଳିତ ଥର ବର୍ଷାର ପରିମାଣ ଦୀର୍ଘକାଳୀନ ୮୭ ସେଣ୍ଟିମିଟରର ହାରାହାରି ୧୦୫ ପ୍ରତିଶତ ରହିବ। ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ , ଅଲ୍‌ ନିନୋର ସ୍ଥିତି , ଯାହା ଭାରତୀୟ ଉପମହାଦ୍ୱୀପରେ ସାଧାରଣରୁ କମ୍‌ ମୌସୁମୀ ବର୍ଷା ସହ ଜଡ଼ିତ , ଏହିଥର ବିକଶିତ ହେବାର ସମ୍ଭାବନା ନାହିଁ । ପାଣିପାଗ ବିଭାଗ ପକ୍ଷରୁ ଭବିଷ୍ୟବାଣୀ ଏମିତି ସମୟରେ ଆସିଛି,ଯେବେ ଦେଶର ଅନେକ ସ୍ଥାନରେ ଲୋକେ ଭୀଷଣ ଗରମରେ ସିଝୁଛନ୍ତି। 

ବର୍ଷାକୁ ନେଇ ଆଇଏମ୍‌ଡିର ଖୁସି ଖବର- 

ମୌସୁମୀ ବର୍ଷାର ସିଧା ପ୍ରଭାବ ଚାଷରେ ପଡ଼ିଥାଏ। ଭଲ ମୌସୁମୀ ରହିବା ଭାରତର କୃଷିକ୍ଷେତ୍ର ପାଇଁ ବହୁତ ଜରୁରୀ। ପାଖାପାଖି ୪୨.୩ ପ୍ରତିଶତ ଜନସଂଖ୍ୟାର ଜୀବନଜୀବିକା ଏହା ଉପରେ ନିର୍ଭରଶୀଳ। ଏହା ଦେଶର ସମସ୍ତ ଘରୋଇ ଉତ୍ପାଦ (ଜିଡିପି)ରେ ୧୮.୨ ପ୍ରତିଶତର ଯୋଗଦାନ ଦେଇଥାଏ। ଦେଶର ୫୨ ପ୍ରତିଶତ କୃଷି କ୍ଷେତ୍ର ବର୍ଷା ଦ୍ୱାରା ହିଁ କୃଷିକାର୍ଯ୍ୟ ହୋଇଥାଏ। ଏହା ସାରା ଦେଶରେ ପିଇବା ପାଣି ଓ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଜଳାଶୟ ଗୁଡ଼ିକୁ  ଭରିବା ପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ । 

ଭାରତରେ ମୌସୁମୀ ସାଧାରଣତଃ ୧ଜୁନ୍‌ ପାଖାପାଖି କେରଳର ଦକ୍ଷିଣୀ ପ୍ରାନ୍ତରେ ଆସିଥାଏ। ଏହା ମଧ୍ୟ ସେପ୍ଟେମ୍ୱରରେ ପୁଣି ଫେରି ଯାଏ।

ଆଇଏମଡିର ଅନୁସାରେ , ସାଧାରଣ ବର୍ଷାର ଅର୍ଥ ଚାରି ମାସର ମନସୁନ୍‌ ସିଜନରେ ୮୭ ସେଣ୍ଟିମିଟରର ହାରାହାରି ବର୍ଷାର ୯୬ ପ୍ରତିଶତରୁ ୧୦୫ ପ୍ରତିଶତ ଯାଏ ବର୍ଷା ହେବ । ଏହି ପରିମାଣ ଗତ ୫୦ ବର୍ଷର ତଥ୍ୟ ଉପରେ ଆଧାରିତ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.