ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୧୫ ବର୍ଷ ପରେ ଆମେରିକାରେ ଏହି କ୍ଷେତ୍ରରେ ଭାରତ ପହଞ୍ଚିଲା ଶୀର୍ଷରେ; ବିପଦ ବଢ଼ାଉଛି ଟ୍ରମ୍ପଙ୍କ ବିଜୟ

Published By : Soubhagya Ranjan | November 19, 2024 11:04 AM

Image source: ABP Live

ନୂଆଦିଲ୍ଲୀ,୧୯/୧୧: ଆମେରିକାରୁ ଭାରତ ପାଇଁ ଏକ ବଡ଼ ଖବର ଆସିଛି। କହିରଖୁଛୁ ଯେ, ୧୫ ବର୍ଷ ପରେ, ଭାରତ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଆମେରିକାରେ ଆନ୍ତର୍ଜାତୀୟ ଛାତ୍ରମାନଙ୍କର ଅଗ୍ରଣୀ ଉତ୍ସ ଭାବରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ପରିପ୍ରେକ୍ଷୀରେ ଚୀନ୍‌କୁ ପଛରେ ପକାଇ ଭାରତ ନିଜର ସ୍ଥିତିକୁ ଫେରି ଆସିଛି। ସୋମବାର ପ୍ରକାଶିତ ଇଣ୍ଟରନାସନାଲ୍‌ ଏଜୁକେସନ୍‌ ଏକ୍ସଚେଞ୍ଜ ୨୦୨୪ ଉପରେ ଓପନ୍ ଡୋର ରିପୋର୍ଟ ଅନୁଯାୟୀ, ଭାରତ ବର୍ଷ ବର୍ଷ ତୁଳନାରେ ୨୩% ଅଭିବୃଦ୍ଧି ରେକର୍ଡ କରିଛି ଏବଂ ୩.୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆମେରିକାକୁ ପଠାଇଛି। ଆମେରିକାରେ ଭାରତର ଏହି ବିକାଶ ବ୍ରିଟେନରେ ଏହାର ପ୍ରଦର୍ଶନକୁ ପୁନରାବୃତ୍ତି କରୁଥିବା ଜଣାପଡ଼ିଛି। ୨୦୨୨-୨୩ ରେ ଭାରତ ୟୁଏଇରେ ଅଣ-ୟୁଏଇ ଛାତ୍ରମାନଙ୍କ ଶୀର୍ଷ ଉତ୍ସ ହୋଇପାରିଥିଲା, ଯେଉଁଥିରେ ୩୯% ବୃଦ୍ଧି ହୋଇ ୧.୭ ଲକ୍ଷ ଛାତ୍ର ସଂଖ୍ୟାରେ ଚୀନ୍‌କୁ ଟପିଥିଲା। ତେବେ ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରଥମ ଭାଷଣରେ ଯେଉଁ ପ୍ରକାର ନିଷ୍ପତ୍ତି ନେଇଥିଲେ, ଭବିଷ୍ୟତରେ ଆମେରିକାରେ ଭାରତୀୟମାନେ ଅନେକ ଚ୍ୟାଲେଞ୍ଜର ସମ୍ମୁଖିନ ହୋଇପାରନ୍ତି।

ବାହାର ଛାତ୍ରଛାତୀଙ୍କ ଠାରୁ ଆମେରିକା ଆୟ କରିଛି ୫୦ ବିଲିୟନ ଡଲାର: 

୨୦୨୩ ରେ ଆମେରିକା ଆନ୍ତର୍ଜାତୀୟ ଛାତ୍ରମାନଙ୍କ ଠାରୁ ୫୦ ବିଲିୟନ ଡଲାର ରୋଜଗାର କରିଛି, ଯେଉଁଥିରୁ ୨୦% କେବଳ ଭାରତୀୟ ଥିଲେ। ଅଧିକାଂଶ ଭାରତୀୟ ଛାତ୍ର (୬୪.୫%) ସରକାରୀ ଅନୁଷ୍ଠାନରେ ନାଁ ଲେଖାଇଥିବାବେଳେ ଅବଶିଷ୍ଟ ୩୫.୫% ଘରୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟସ୍ ଇକୋନୋମିକ୍ ଇମ୍ପାକ୍ଟ ୨୦୨୩ ଅନୁଯାୟୀ, ଆମେରିକାର ଅର୍ଥନୀତିରେ ଭାରତୀୟ ଛାତ୍ରମାନଙ୍କ ଅବଦାନ ଉଲ୍ଲେଖନୀୟ ଥିଲା, ଅର୍ଥାତ୍‌ ୨୦୨୩ ରେ ୧୧.୮ ବିଲିୟନ ଡ଼ଲାର ରୋଜଗାର କରିଥିଲା ଆମେରିକା।

ଟ୍ରମ୍ପଙ୍କ ପାଇଁ କାହିଁକି ପ୍ରଭାବୀ ଏହି ରିପୋର୍ଟ: 

ଉଲ୍ଲେଖଯୋଗ୍ୟ ଯେ, ଏଥର ଟ୍ରମ୍ପଙ୍କ ଧ୍ୟାନ ହେଉଛି ଲୋକଙ୍କୁ ବେଆଇନ ଭାବେ ଆମେରିକା ଆସିବା ବନ୍ଦ କରିବା। ବିଜୟ ପରେ ସେ ନିଜ ଭାଷଣରେ ଏହାର ପୁନରାବୃତ୍ତି କରିଥିଲେ। ଏହି କାରଣରୁ ନିଯୁକ୍ତି ସମୟରେ ସେ ଏପରି ଅଧିକାରୀମାନଙ୍କୁ ବାଛନ୍ତି ଯେଉଁମାନେ ତାଙ୍କ ଯୋଜନାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିପାରିବେ। ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଟ୍ରମ୍ପଙ୍କ କଠୋରତା ଆମେରିକାରେ ରହୁଥିବା ଭାରତୀୟ ପ୍ରବାସୀମାନଙ୍କୁ ମଧ୍ୟ କାର୍ଯ୍ୟ ଭିସା ଉପରେ ପ୍ରଭାବ ପକାଇବ। ନିମ୍ନରେ ଆମେ ଦୁଇଟି ପଏଣ୍ଟରେ ବ୍ୟାଖ୍ୟା କରୁଛୁ ଯେ ଭାରତୀୟ ଛାତ୍ର ସଂଖ୍ୟା ବୃଦ୍ଧି ଟ୍ରମ୍ପଙ୍କ ନୀତି ଉପରେ କିପରି ପ୍ରଭାବ ପକାଇପାରେ।

ଗୁଜରାଟ ଓ ପଞ୍ଜାବରୁ ଅନେକ ଭାରତୀୟ ବେଆଇନ ଆମେରିକା ଗସ୍ତ କରିଛନ୍ତି :

ନିକଟ ଅତୀତରେ ଗୁଜୁରାଟ ଏବଂ ପଞ୍ଜାବର ବହୁ ସଂଖ୍ୟକ ଲୋକ ବେଆଇନ ଡଙ୍କି ରୁଟ୍‌ ମାଧ୍ୟମରେ ଆମେରିକା ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ ମେକ୍ସିକୋ ଏବଂ କାନାଡା ଦେଇ ଆମେରିକାରେ ପହଞ୍ଚିଛନ୍ତି। ବର୍ତ୍ତମାନ ହୋମନ୍ ତାଙ୍କର ଉଦ୍ଦେଶ୍ୟ ବିଷୟରେ ଜଣାଇଛନ୍ତି ଯେ, ଏହିପରି ଲୋକଙ୍କ ଦ୍ବାରା ଦେଶାନ୍ତର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଭିସାଧାରୀ ଭାରତୀୟ ମଧ୍ୟ ହୋଇପାରନ୍ତି ଆମେରିକା ପାଇଁ ସମସ୍ୟା: 

ଡୋନାଲ୍ଡ ଟ୍ରମ୍ପ ନିକଟରେ ଷ୍ଟିଫେନ୍ ମିଲରଙ୍କୁ ତାଙ୍କ ନୀତି ପାଇଁ ଡେପୁଟି ଚିଫ୍ ଭାବରେ ନିଯୁକ୍ତ କରିଛନ୍ତି। ମିଲରଙ୍କ ନିଯୁକ୍ତି ଉଭୟ ବେଆଇନ ଏବଂ ଆଇନଗତ ଇମିଗ୍ରେସନକୁ କଡାକଡ଼ି କରିବାକୁ ସୂଚିତ କରୁଛି। ଏଭଳି ପରିସ୍ଥିତିରେ ଭିସା ନେଇ ଆମେରିକାରେ ରହୁଥିବା ହଜାର ହଜାର ଭାରତୀୟଙ୍କୁ ମଧ୍ୟ ପ୍ରଭାବିତ କରିପାରେ। ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳ ମଧ୍ୟରେ ମିଲର ମଧ୍ୟ ସମାନ ଆକ୍ରମଣାତ୍ମକ ନୀତି ଆପଣେଇଥିଲେ ଏବଂ ଏହି କାରଣରୁ ଆମେରିକାରେ ଅବସ୍ଥାପିତ ହଜାର ହଜାର ଭାରତୀୟ ପରିବାର ସମସ୍ୟାର ସମ୍ମୁଖୀନ ହୋଇଥିଲେ। କେତେକ ବିଶେଷଜ୍ଞ ବିଶ୍ବାସ କରନ୍ତି ଯେ ଏହି ଆକଳନ ଦେଖିବା ପରେ ଟ୍ରମ୍ପ ତାଙ୍କ ଇମିଗ୍ରେସନ ନୀତିକୁ ଅଧିକ ଦୃଢ଼ କରିବାକୁ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.