ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

ବେଆଇନ୍ ଭାବେ ଆମେରିକାରେ ପ୍ରବେଶ କରିଥିବା ଭାରତୀୟ ନାଗରିକଙ୍କ ମୃତ୍ୟୁ, ଗିରଫ ପରେ ଥିଲେ ହେପାଜତ କେନ୍ଦ୍ରରେ...

ନୂଆଦିଲ୍ଲୀ: ବେଆଇନ ଭାବେ ଆମେରିକା ଆସିଥିବା ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ସେ ଆଟଲାଣ୍ଟାରେ ମୃତ୍ୟୁ ବରଣ କରିଛନ୍ତି । ସଙ୍ଘୀୟ ଅଧିକାରୀ କହିଛନ୍ତି ଯେ, ମୃତ ବ୍ୟକ୍ତିଙ୍କୁ ଭାରତକୁ ପଠାଯିବାର ଥିଲା । ମୃତକଙ୍କ ପରିଚୟ ୫୭ ବର୍ଷିୟ ଜସପାଲ ସିଂ ବୋଲି ଜଣାପଡିଛି । ଆମେରିକାର ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ (ICE) ବିଭାଗ ଅନୁଯାୟୀଜସପାଲ ସିଂଙ୍କ ମୃତ୍ୟୁ ସମ୍ପର୍କରେ ନ୍ୟୁୟର୍କରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସକୁ ସୂଚନା ଦିଆଯାଇଛି । ଏହା ସହିତ ମୃତକଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସୂଚନା ଦିଆଯାଇଛି ।

ଆଇସିଇ (ICE) କହିଛି ଯେ, ଏପ୍ରିଲ ୧୫ରେ ଆଟଲାଣ୍ଟା ଡାକ୍ତରଖାନାରେ ଜସପାଲ ସିଂଙ୍କର ମୃତ୍ୟୁ ଘଟିଛି । ମୃତ ଜସପାଲ ସିଂ ଅକ୍ଟୋବର ୨୫, ୧୯୯୨ ରେ ପ୍ରଥମ ଥର ପାଇଁ ଆମେରିକାରେ ଆଇନ ଅନୁଯାୟୀ ପ୍ରବେଶ କରିଥିଲେ । ଜାନୁୟାରୀ ୨୧, ୧୯୯୮ ରେଜଣେ ଇମିଗ୍ରେସନ୍ ଜଜ୍ ସିଂଙ୍କୁ ଆମେରିକା ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହା ପରେ ସେ ଭାରତ ଫେରିଥିଲେ ।

ଜସପାଲ ସିଂ ପୁଣିଥରେ ୨୯ ଜୁନ୍ ୨୦୨୩ରେ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେକିନ୍ତୁ ଆମେରିକା-ମେକ୍ସିକୋ ସୀମାରେ କର୍ତ୍ତୃପକ୍ଷ ତାଙ୍କୁ ଧରିନେଇଥିଲେ । ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ତାଙ୍କୁ ଆଟଲାଣ୍ଟାର ଏନଫୋର୍ସମେଣ୍ଟ ଆଣ୍ଡ ରିମୁଭାଲ ଅପରେସନ୍ସ (ERO) କୁ ହସ୍ତାନ୍ତର କରାଯାଇଥିଲା । ତାଙ୍କୁ ଆଟଲାଣ୍ଟାର ଏକ ହେବାଜତ୍ କେନ୍ଦ୍ରରେ ରଖାଯାଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.