ଭୁବନେଶ୍ୱର, ୨୨/୦୬ : ଏଣିକି ଟ୍ରେନ କିମ୍ବା ରେଳ ପ୍ଲାଟଫର୍ମରେ ଖାଦ୍ୟ କିମ୍ବା ଅନ୍ୟ କୌଣସି ସାମଗ୍ରୀ ବିକ୍ରି କରିପାରିବେନି ବୁଲା ବିକାଳି। ଏପରିକି ଭିକ୍ଷାବୃତ୍ତି ଉପରେ ବି ରୋକ ଲାଗିଛି । ଯଦି ବିକାବିକି କରୁଥିବା ବେଳେ କେହି ଧରାପଡ଼ନ୍ତି, ତେବେ ତଣ୍ଡ ଗଣିବେ। ଧାରା ୧୪୪ରେ ଏ ସମ୍ପର୍କିତ ଦଣ୍ଡବିଧାନ ବ୍ୟବସ୍ଥାରେ ସଂଶୋଧନ କରାଯାଇଛି । ଏଭଳି କ୍ଷେତ୍ରରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ବାରମ୍ବାର ନିୟମ ଉଲ୍ଲଂଘନ କଲେ କାରାଦଣ୍ଡ ସହିତ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

କେବଳ ସେତିକିନୁହେଁ, ରେଳଗାଡ଼ି ଭିତରେ ନିଶା ସେବନ, ଯାତ୍ରୀମାନଙ୍କୁ ହଇରାଣ, ଅଶ୍ଳୀଳ ଗାଳିଗୁଲଜ କଲେ ବି ନିସ୍ତାର ନାହିଁ । ଧାରା ୧୪୫ ଅଧୀନରେ ନିୟମ ଖିଲାପକାରୀଙ୍କ ଠାରୁ ୧,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇପାରିବ । ଯଦି ଚେତାବନୀ ପରେ ମଧ୍ୟ ନ ସୁଧୁରିବେ ତେବେ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢନ୍ତୁ- Teacher Shortage: ବହି ସଂଶୋଧନ କରିବାକୁ ନାହାଁନ୍ତି ଶିକ୍ଷକ, ୧୦୮୯ ସ୍କୁଲରେ ଜଣେ ଶିକ୍ଷକ, ୫୦ ହଜାର ପଦ ଖାଲି

ଶେଫାଳିଙ୍କ ସଫଳତା ପଛର ସତ କାହାଣୀ, ଗୋଟିଏ ନିଷ୍ପତ୍ତି ପାଇଁ ବଦଳିଗଲା ଭାଗ୍ୟ, କାହିଁକି ଚୁଟି କାଟିଦେଇଥିଲେ ବାପା ?