ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଉତ୍ତମ ସ୍ଥାନରେ ଅଛି ଭାରତୀୟ ଅର୍ଥନୀତି, ଏ ବର୍ଷ ୭.୨% ବଢ଼ିବ ଜିଡିପି

Published By : Anindita Ratha | November 16, 2024 1:01 PM

ନୂଆଦିଲ୍ଲୀ,୧୬/୧୧: ଚଳିତ ବର୍ଷ ଭାରତର ଅର୍ଥନୈତିକ ବିକାଶ ହାର ୭.୨% ରହିପାରେ । ଏଭଳି ଅନୁମାନ କରିଛି ରେଟିଙ୍ଗ୍‌ ଏଜେନ୍ସି ମୁଡିସ୍‌ । ଏହା ପ୍ରକାଶ କରିଛି ଯେ, ଭାରତ ବର୍ତ୍ତମାନ ଉତ୍ତମ ସ୍ଥାନରେ ଅଛି । ଦେଶର ଅଭିବୃଦ୍ଧି ମଜଭୂତ ରହିଛି । ତେବେ ମୁଦ୍ରାସ୍ଫୀତି ରିସ୍କ ଯୋଗୁ ଚଳିତ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର କଠୋର ମୁଦ୍ରାନୀତିକୁ ଜାରି ରଖିପାରେ ବୋଲି ମୁଡିସ୍‌ ଅନୁମାନ କରିଛି । ରେଟିଙ୍ଗ୍‌ ଏଜେନ୍ସି ଆହୁରି କହିଛି ଯେ, ସମ୍ପ୍ରତି ଭାରତରେ ମୁଦ୍ରାସ୍ଫୀତି ବଢୁଛି ସତ କିନ୍ତୁ ଅଧିକ ଉତ୍ପାଦନ ଏବଂ ଶସ୍ୟର ଉପଯୁକ୍ତ ବଫର ଷ୍ଟକ୍‌ ଯୋଗୁ ଆଗାମୀ ମାସଗୁଡ଼ିକରେ ଖାଦ୍ୟ ସାମଗ୍ରୀ ଦର ଖସିବ । ଏଥିସହିତ ମୁଦ୍ରାସ୍ଫୀତି ଆର୍‌ବିଆଇ ଦ୍ୱାରା ଧାର୍ଯ୍ୟ ସୀମା ତଳକୁ ଖସିଯିବ । ପ୍ରକାଶଯୋଗ୍ୟ, ପନିପରିବା ଦର ବଢ଼ିବା ଫଳରେ ଚଳିତବର୍ଷ ଅକ୍ଟୋବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୧୪ ମାସର ସର୍ବୋଚ୍ଚ ସ୍ତର ୬.୨୧%କୁ ବୃଦ୍ଧି ପାଇଛି । ଏଥିସହିତ ମୁଦ୍ରାସ୍ଫୀତି ଆର୍‌ବିଆଇ ଦ୍ୱାରା ଧାର୍ଯ୍ୟ ୬% ସୀମାକୁ ପାର୍‌ କରିଛି ।

ତେବେ ଭୁ-ରାଜନୈତିକ ସମସ୍ୟା ଏବଂ ଜଳବାୟୁ ସମସ୍ୟା ଯୋଗୁ ମୁଦ୍ରାସ୍ଫୀତି ଚାପ ରହୁଛି । ଯଦିଓ ଆର୍‌ବିଆଇ ଏହାର ମୁଦ୍ରାନୀତି ଆଭିମୁଖ୍ୟକୁ ନିରପେକ୍ଷ ରଖିଛି ଏବଂ ସୁଧ ହାରକୁ ଅପରିବର୍ତ୍ତିତ ରଖିଆସୁଛି ଆଗକୁ ଏହା କଠୋର ମୁଦ୍ରାନୀତି ପଦକ୍ଷେପକୁ ଜାରି ରଖିପାରେ ବୋଲି ମୁଡିସ୍‌ ଅନୁମାନ କରିଛି । ଆସନ୍ତା ମାସ ଆର୍‌ବିଆଇର ମୁଦ୍ରାନୀତି ସମୀକ୍ଷା ବୈଠକ ହେବାକୁ ଯାଉଛି । ବର୍ତ୍ତମାନ ମୁଦ୍ରାସ୍ଫୀତି ଉଚ୍ଚ ଥିବାବେଳେ ସର୍ବୋଚ୍ଚ ବ୍ୟାଙ୍କ ଏହାର ପ୍ରମୁଖ ସୁଧ ହାର ରେପୋରେଟ୍‌ରେ ହ୍ରାସ କରି ନ ପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ନିଜର ଗ୍ଲୋବାଲ ମାକ୍ରୋ ଆଉଟ୍‌ଲୁକ୍‌ ୨୦୨୫-୨୬ରେ ଆମେରିକାଭିତ୍ତିକ ରେଟିଂ ଏଜେନ୍ସି ମୁଡିସ୍‌ ପ୍ରକାଶ କରିଛି ଯେ, ପାର୍ବଣ ଯୋଗୁ ବ୍ୟୟ ବୃଦ୍ଧି ଯୋଗୁ ଘରୋଇ ଚାହିଦା ବିଶେଷକରି ଗ୍ରାମାଞ୍ଚଳରେ ଚାହିଦା ବଢ଼ିପାରେ ।

ଅନ୍ୟପକ୍ଷରେ, କ୍ଷମତାର ସର୍ବୋଚ୍ଚ ବ୍ୟବହାର, ଉତ୍ତମ ବିଜ୍‌ନେସ୍‌ ସେଣ୍ଟିମେଣ୍ଟ ଏବଂ ଭିତ୍ତିଭୂମି ବ୍ୟୟ ଉପରେ ସରକାରଙ୍କ ପ୍ରାଥମିକତା ଦ୍ୱାରା ଘରୋଇ ନିବେଶ ତ୍ୱରାନ୍ୱିତ ହେବ ।  ପ୍ରକାଶଯୋଗ୍ୟ, ୨୦୨୪ର ଦ୍ୱିତୀୟ ତ୍ରୟମାସରେ ଦେଶର ବାସ୍ତବ ଜିଡିପି ବାର୍ଷିକ ଆଧାରରେ ୬.୭% ବୃଦ୍ଧି ପାଇଛି । ବିଶେଷ କରି ଘରୋଇ ଚାହିଦା ବଢ଼ିବା ସହିତ, ନିବେଶ ବୃଦ୍ଧି ଏବଂ ମଜଭୂତ ବିନିର୍ମାଣ ଗତିବିଧି ଯୋଗୁ ଏହା ସମ୍ଭବ ହୋଇଛି । ମାକ୍ରୋ-ଅର୍ଥନୈତିକ ଦୃଷ୍ଟିକୋଣରୁ ଭାରତୀୟ ଅର୍ଥନୀତି ଏବେ ଉତ୍ତମ ସ୍ଥାନରେ ଅଛି । ୨୦୨୪ରେ ଦେଶର ଅର୍ଥନୈତିକ ବିକାଶ ହାର ୭.୨% ରହିବ ଏବଂ ୨୦୨୫ରେ ଏହା ୬.୬% ରହିପାରେ । ୨୦୨୬ରେ ଭାରତ ୬.୫% ବଢ଼ିବ ବୋଲି ମୁଡିସ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି । ଦେଶର ଅର୍ଥନୈତିକ ମୂଳଦୂଆ ମଜଭୂତ ରହିଛି । ମଜଭୂତ କର୍ପୋରେଟ ଏବଂ ବ୍ୟାଙ୍କ ବାଲାନ୍ସ ସିଟ୍‌ ଓ ଦୃଢ଼ ବୈଦେଶିକ ମୁଦ୍ରା ଭଣ୍ଡାର ଦେଶର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭାବନାକୁ ବଢ଼ାଉଥିବା ମୁଡିସ୍‌ ପ୍ରକାଶ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.