ପ୍ରମୁଖ ଖବର
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

କୋଲକାତା ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ପ୍ରଦର୍ଶନ ... ପଞ୍ଜାବକୁ ୨୬୨ ରନ୍‌ର ବିଜୟ ଲକ୍ଷ୍ୟ ଦେଲା କେକେଆଇ

କୋଲକାତା- ଆଇପିଏଲର ୧୭ତମ ସଂସ୍କରଣର ୪୨ତମ ମ୍ୟାଚ୍‌ରେ ଆଜି ( ୨୬ ଅପ୍ରେଲ) କୋଲକାତା ନାଇଟ୍‌ ରାଇଡର୍ସ (କେକେଆଇ) ଓ ପଞ୍ଜାବ କିଙ୍ଗସ ( ପିବିକେଏସ) ମୁହାଁମୁହିଁ ହୋଇଛନ୍ତି। ଉକ୍ତ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଉଛି। ମୁକାବିଲାରେ କୋଲକାତା , ପଞ୍ଜାବକୁ ବିଜୟ ପାଇଁ ୨୬୨ ରନ୍‌ର ଟାର୍ଗେଟ୍‌ ଦେଇଛି। କହି ରଖୁଛୁ କି, ପଞ୍ଜାବ କିଙ୍ଗସ ଏବେସୁଦ୍ଧା ୮ରୁ ୨ଟି ମୁକାବିଲା ଜିତିଛି। ଅନ୍ୟପଟେ କେକେଆର ୭ଟିରୁ  ୫ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି। 

ଟି-୨୦ ବିଶ୍ୱକପ୍‌ ପାଇଁ ବ୍ରାଣ୍ଡ ଆମ୍ୱାସଡର ଭାବେ ନିଯୁକ୍ତ ହେଲେ ଯୁବରାଜ ସିଂହ

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍‌ ରାଇଡର୍ସ ୬ ୱିକେଟ୍‌ରେ ୨୬୧ ରନ୍‌ କରିଛି। କୋଲକାତା ପାଇଁ ଫିଲ୍‌ ସାଲ୍ଟ ସବୁଠୁ ଅଧିକ ୩୭ଟି ବଲରେ ୭୫ ରନ୍‌ର ପାଳି ଖେଳିଛନ୍ତି। ସାଲ୍ଟ ଏହି ସମୟରେ ୬ଟି ଛକା ଓ ୬ଟି ଚୌକା କରିଛନ୍ତି। ସେପଟେ ସୁନିଲ ନରେଲ ୭୧ ରନ୍‌ କରିଛନ୍ତି। ନରେନ ୩୨ଟି ବଲ୍‌ରେ ୯ଟି ଚୌକା ଓ ୪ଟି ଛକା ମାରିଛନ୍ତି। 

ନରେନ-ସାଲ୍ଟ ମିଶି ୧୦.୨ ଓଭରରେ ୧୩୮ ରନ୍‌ର ଓପନିଂ ପାର୍ଟନରସିପ୍‌ ଖେଳିଛନ୍ତି। ଭେଙ୍କଟେଶ ଆୟର ମଧ୍ୟ ୩ଟି ଚୌକା ଓ ଦୁଇଟି ଛକା ସାହାଯ୍ୟରେ ୩୯ ରନ୍‌ କରିଛନ୍ତି। ଏହା ବ୍ୟତୀତ ଆନ୍ଦ୍ରେ ରସେଲ (୨୪) ଓ ଶ୍ରେୟସ ଆୟର (୨୮) ମଧ୍ୟ ବିସ୍ଫୋରକ ପାଳି ଖେଳିଛନ୍ତି। ପଞ୍ଜାବ ପାଇଁ ଅର୍ଶଦୀପ ସିଂହ ସବୁଠୁ ଅଧିକ ଦୁଇଟି ୱିକେଟ୍‌ ନେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.