ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନର ନୂଆ ଜର୍ସିରେ ଦେଖାଗଲେ ବାବର- ଶାହୀନ, ପିସିବି ସେୟାର କଲା ଫଟୋ

ନୂଆଦିଲ୍ଲୀ, ୬/୫ :  ପାକିସ୍ତାନ କ୍ରିକେଟ ଟିମ୍ ଟି-୨୦ ବିଶ୍ବକପ ୨୦୨୪ରେ ନୂଆ ଜର୍ସି ସହ ମୈଦାନରେ ଓହ୍ଲାଇବ । ପାକିସ୍ତାନ କ୍ରିକେଟ ବୋର୍ଡ଼ ନିକଟରେ ନୂଆ ଜର୍ସିରେ ଫଟୋ ସେୟାର କରିଛି । ପିସିବି ସୋମବାର ସନ୍ଧ୍ୟାରେ ଏକ୍ସରେ ଏକ ଫଟୋ ସେୟାର କରିଛି । ଏଥି‌ରେ ବାବର ଆଜମ ଏବଂ ଶାହୀନ ଅଫରୀଦୀଙ୍କ ସମେତ ଟିମର କିଛି ଖେଳାଳୀ ନୂଆ ଜର୍ସିରେ ନଜର ଆସିଛନ୍ତି । ପାକିସ୍ତାନର ନୂଆ ଜର୍ସିର ବେସ କଲର ଗ୍ରୀନ ରହିଛି । କିନ୍ତୁ ଏଥିରେ କିଛି ନୂଆ ଡିଜାଇନକୁ ସାମିଲ କରାଯାଇଛି ।

ପ୍ରକାଶ ଯେ, ପିସିବି ଏକ୍ସରେ ଏକ ପୋଷ୍ଟ ସେୟାର କରିଛି । ସେଥିରେ ପାକିସ୍ତାନ କ୍ରିକେଟ ଟିମ୍‌ର ଖେଳାଳୀ ନୂଆ ଜର୍ସିରେ ନଜର ଆସୁଛନ୍ତି । ବାବର ଆଜମ, ଶାହୀନ ଅଫରୀଦୀ, ମୋହମ୍ମଦ ରିଜଓ୍ବାନ, ନସୀମ ଶାହ ଏବଂ ଶାଦାବ ଖାନ ନୂଆ ଜର୍ସିରେ ଦେଖାଯାଉଛନ୍ତି । ପିସିବି ଏକ ଭିଡ଼ିଓ ବି ସେୟାର କରିଛି । ଏହା ପିସିବିର ଆନ୍ଥେମ ସଙ୍ଗ୍ ଅଟେ । ଏଥିରେ ପାକିସ୍ତାନ କ୍ରିକେଟ ଟିମ୍‌ର ଖେଳାଳୀ ଓ୍ବାର୍କଆଉଟ କରୁଥିବା ନଜର ଆସୁଛନ୍ତି । ପିସିବିର ଜର୍ସିକୁ ନେଇ ଫ୍ୟାନ୍ସ ରିଆକ୍ସନ ବି ଦେଇଛନ୍ତି ।

ଟି-୨୦ ବିଶ୍ବକପ ୨୦୨୪ର ଆରମ୍ଭ ୧ଜୁନରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ପାକିସ୍ତାନର ପ୍ରଥମ ମ୍ୟାଚ୍ ୟୁଏସଏ ସହ ଅଛି । ଏହି ମ୍ୟାଚ୍ ୬ଜୁନରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ୯ଜୁନରେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ନ୍ୟୁୟର୍କରେ ଆୟୋଜନ ହେବ । ପାକିସ୍ତାନର ତୃତୀୟ ମ୍ୟାଚ୍ କାନାଡ଼ା ସହ ଅଛି । ଏହି ମୁକାବିଲା ୧୧ଜୁନରେ ଆୟୋଜିତ ହେବ । ଟିମ୍ ନିଜ ଚତୁର୍ଥ ମ୍ୟାଚ୍ ୧୬ଜୁନରେ ଖେଳିବ । ଏହି ମୁକାବିଲା ଆୟରଲ୍ୟାଣ୍ଡ ସହ ହେବ ।

ପ୍ରକାଶ ଯେ, ପାକିସ୍ତାନ ଟିମ୍ ଟି-୨୦ବିଶ୍ବକପ୍ ପୂର୍ବରୁ ଇଂଲଣ୍ଡ ବିପକ୍ଷ ସିରିଜ ଖେଳିବ । ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ୨୨ମଇରେ ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଦ୍ବିତୀୟ ମ୍ୟାଚ୍ ୨୫ମଇ ଏବଂ ତୃତୀୟ ମ୍ୟାଚ୍ ୨୮ମଇରେ ଖେଳାଯିବ । ଏହି ସିରିଜର ଶେଷ ମ୍ୟାଚ୍ ୩୦ମଇରେ ଖେଳାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.