ପ୍ରମୁଖ ଖବର
  • ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଇରଙ୍ଗପୁର ଏବଂ ବାରିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
  • ||
  • ନିର୍ବାଚନ ପାଇଁ ଦୁଇ ଦିନ ମଦ ଦୋକାନ ଏବଂ ବାର୍‌ ବନ୍ଦ, ଭୋଟ୍‌ ଗଣତି ଦିନ ରାଜ୍ୟସାରା ମଦ ଦୋକାନ ବନ୍ଦ
  • ||
  • ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ: ୬ ଲୋକସଭା, ୪୨ ବିଧାନସଭା ସିଟ୍‌ରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ରଥଖଳା ହାଲ୍‌ଚାଲ୍‌...ସିଙ୍ଗଡ଼ା ବାଡ଼ିଆ, ପହି ବିନ୍ଧ ଅନୁକୂଳ...
  • ||
  • IPL 2024: ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରୟାଲ୍ସ- ସନରାଇଜର୍ସ, ଟ୍ରାଭିସେକ ଯୋଡ଼ିଙ୍କୁ ଅଟକାଇବେ ସ୍ପିନ୍‌ ଟାଇଟନ
  • ||
  • ଦାନା ବାନ୍ଧୁଛି ବାତ୍ୟା ‘ରେମାଲ୍‌’: ୨୫ରେ ବାତ୍ୟା ରୂପ ନେବ, ୨୬ରେ ଭୀଷଣ ବାତ୍ୟାରେ ହେବ ପରିଣତ
  • ||

ମୁମ୍ବାଇ ଇଣ୍ଡିଆନ୍ସକୁ ୧୭୪ ରନ୍‌ ଟାର୍ଗେଟ ଦେଲା ହାଇଦ୍ରାବାଦ

Image Courtesy: espncricinfo

ମୁମ୍ବାଇ: ଆଇପିଏଲ ୨୦୨୪ର ୫୫ ତମ ମ୍ୟାଚ୍‌ରେ ହାଇଦ୍ରାବାଦ ଏବଂ ମୁମ୍ବାଇ ଟକ୍କର ଦେଖିବାକୁ ମିଳିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଟିମ୍‌ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୭୩ ରନ୍‌ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୭୪ ରନ୍‌ ଟାର୍ଗେଟ ରଖିଛି ହାଇଦ୍ରାବାଦ । ହାଇଦ୍ରାବାଦର ଅଧିନାୟକ ପାଟ କିମନ୍ସ ଅପରାଜତି ୩୫ ରନ୍‌ କରି ଦଳୀୟ ସ୍କୋରକୁ ମଜଭୁତ କରିଛନ୍ତି । 

ପ୍ରଥମେ ଟ୍ରେଭିସ୍‌ ହେଡ୍‌ ସର୍ବାଧିକ ୪୮ ରନ୍‌ କରିଥିବା ବେଳେ ବାକି ବ୍ୟାଟର ଭଲ ପ୍ରଦର୍ଶନ କରିନାହାନ୍ତି । ଅଭିଷେକ ଶର୍ମା (୧୧), ମୟଙ୍କ ଅଗ୍ରଓ୍ବାଲ (୫), ନୀତିଶ ରେଡ୍ଡି (୨୦), ହେନରିଚ୍‌ କ୍ଲାସେନ୍‌ (୨), ମାର୍କୋ ଜାନସେନ(୧୭), ଶାହବାଜ ଅହମ୍ମଦ (୧୦), ଅବଦୁଲ ସମାଦ (୩) , ପାଟ କମିନ୍ସ(୩୫)  ଓ ସାନଭିର ସିଂହ (୮)ଙ୍କ ରନ୍‌ ବଳରେ ୧୭୩ ରନ୍‌ କରିଛି ହାଇଦ୍ରାବାଦ ।

ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆଜି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ କାମ କରିଛି । ୪ ଓଭରରେ ୩୧ ରନ୍‌ ଦେଇ ସେ ୩ଟି ଓ୍ବିକେଟ ନେଇଛନ୍ତି । ପୀୟୁଷ ଚାଓ୍ବଲା ୩୩ ରନ୍‌ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳେ ଅନସୁଲ କାମ୍ବୁଜ ଏବଂ ଜସପ୍ରୀତ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.