ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସୂର୍ଯ୍ୟକୁମାରଙ୍କ ଅପରାଜିତ ଶତକ, ହାଇଦ୍ରାବାଦକୁ ୭ ଓ୍ବିକେଟରେ ହରାଇଲା ମୁମ୍ବାଇ

Image Courtesy: espncricinfo

ମୁମ୍ବାଇ: ଆଇପିଏଲ ୨୦୨୪ର ୫୫ ତମ ମ୍ୟାଚ୍‌ରେ ହାଇଦ୍ରାବାଦ ଏବଂ ମୁମ୍ବାଇ ମଧ୍ୟରେ ରୋମାଞ୍ଚକର ଟକ୍କର ହୋଇଛି। ହାଇଦ୍ରାବାଦକୁ ୭ ଓ୍ବିକେଟରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ସୂର୍ଯ୍ୟକୁମାର ଯାଦବ ଅବିଶ୍ବସନୀୟ ପାଳି ଖେଳିଛନ୍ତି । ଛକା ମାରି ଶତକ ପୂରା କରିବା ସହ ଟିମ୍‌କୁ ସହଜ ବିଜୟ ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ । ସେ ୫୧ ବଲ୍‌ରେ ୬ ଛକା ଏବଂ ୧୨ଟି ଚୌକା ସହ ୧୦୨ ରନ କରିଛନ୍ତି । ତାଙ୍କ ସହ ତିଲକ ବର୍ମା ଅପରାଜିତ ୩୭ ରନ୍‌ କରିବା ସହ ଦଳକୁ ସହଜ ବିଜୟ ହାସଲ କରିବାରେ ସହାୟକ ହୋଇଛନ୍ତି । ୧୭.୨ ଓଭରରେ ମାତ୍ର ୩  ଓ୍ବିକେଟ ହରାଇ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିଛି ମୁମ୍ବାଇ ।

ସେପଟେ ଆଜି ମଧ୍ୟ ରୋହିତ ଶର୍ମା ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ସେ ୫ଟି ବଲ୍‌ ଖେଳି ମାତ୍ର ୪ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ । ଇଶାନ କିଶନ୍‌ ୯ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ନମନ ଧିର ଖାତା ଖୋଲିପାରି ନଥିଲେ । ଅନ୍ୟପଟେ ହାଇଦ୍ରାବାଦର ଭୁବନେଶ୍ବର କୁମାର, ମାର୍କୋ ଜାନସେନ ଏବଂ ପାଟ କମିନ୍ସ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଟିମ୍‌ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୭୩ ରନ୍‌ କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୭୪ ରନ୍‌ ଟାର୍ଗେଟ ରଖିଥିଲା ହାଇଦ୍ରାବାଦ । ହାଇଦ୍ରାବାଦର ଅଧିନାୟକ ପାଟ କିମନ୍ସ ଅପରାଜତି ୩୫ ରନ୍‌ କରି ଦଳୀୟ ସ୍କୋରକୁ ମଜଭୁତ କରିଥିଲା । ହେଲେ ମୁମ୍ବାଇ ଇଣ୍ଡିଆନ୍ସ ସହଜରେ ବିଜୟ ହାସଲ କରିନେଇଛି । 

ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦର ଟ୍ରେଭିସ୍‌ ହେଡ୍‌ ସର୍ବାଧିକ ୪୮ ରନ୍‌ କରିଥିବା ବେଳେ ବାକି ବ୍ୟାଟର ଭଲ ପ୍ରଦର୍ଶନ କରିନଥିଲେ । ଅଭିଷେକ ଶର୍ମା (୧୧), ମୟଙ୍କ ଅଗ୍ରଓ୍ବାଲ (୫), ନୀତିଶ ରେଡ୍ଡି (୨୦), ହେନରିଚ୍‌ କ୍ଲାସେନ୍‌ (୨), ମାର୍କୋ ଜାନସେନ(୧୭), ଶାହବାଜ ଅହମ୍ମଦ (୧୦), ଅବଦୁଲ ସମାଦ (୩) , ପାଟ କମିନ୍ସ(୩୫)  ଓ ସାନଭିର ସିଂହ (୮)ଙ୍କ ରନ୍‌ ବଳରେ ୧୭୩ ରନ୍‌ କରିଥିଲା ହାଇଦ୍ରାବାଦ ।

ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆଜି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ କାମ କରିଥିଲା । ୪ ଓଭରରେ ୩୧ ରନ୍‌ ଦେଇ ସେ ୩ଟି ଓ୍ବିକେଟ ନେଇଛନ୍ତି । ପୀୟୁଷ ଚାଓ୍ବଲା ୩୩ ରନ୍‌ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳେ ଅନସୁଲ କାମ୍ବୁଜ ଏବଂ ଜସପ୍ରୀତ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.