ନୂଆଦିଲ୍ଲୀ, ୧୭/୦୭ : ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଟେକ୍ନୋଲୋଜିର ଖେଳ। ମୋବାଇଲ୍ ନେଟୱାର୍କକୁ ଅସ୍ତ୍ର କରି ଆମେରିକୀୟ ସୈନିକଙ୍କ ଲୋକେସନ ଖୋଜି ବାହାର କରୁଛି ଇରାନ। ଏସଏସ୍-୭ ନେଟୱାର୍କ ପ୍ରୋଟୋକଲ୍ ଏବଂ ମୋବାଇଲ୍ ଆଡ ଟେକ୍ନୋଲୋଜିର ବ୍ୟବହାର କରି ଇରାନ ଲୋକେସନ ଟ୍ରାକ୍ କରିବାରେ ସଫଳ ହୋଇଛି। ଇରାକ, ବାହାରିନ ଏବଂ ଅନ୍ୟ ଦେଶରେ ଥିବା ଆମେରିକା ସୈନ୍ୟ ଠକଣା ଏବଂ ହୋଟେଲରେ ଥିବା ଲୋକଙ୍କ ଲୋକେସନ ଟ୍ରାକ୍ କରି ଆକ୍ରମଣ କରୁଛି। ତେବେ ୱାଶିଂଟନ୍ ଏହି ଦାବିକୁ ନେଇ ପ୍ରଶ୍ନ ଉଠାଇଛି। ଯୁଦ୍ଧରେ ଡାଟା ଟ୍ରାକିଂର କୌଣସି ଭୂମିକା ନଥିବା ଆମେରିକୀୟ ଅଧିକାରୀ କହିଛନ୍ତି। 

ମୋବାଇଲ୍ ସର୍ଭିଲାନ୍ସ ମନିଟର ଜାଣିଥିବା ଅଧିକାରୀଙ୍କ କହିବା ଅନୁଯାୟୀ, ଇରାନ SS7, କିମ୍ବା ସିଗନାଲିଂ ସିଷ୍ଟମ୍ 7 ର ଦୁର୍ବଳତାକୁ ଅସ୍ତ୍ର କରିଛି। SS7 ହେଉଛି ସେହି ପ୍ରୋଟୋକଲ୍ ଯାହା ବର୍ଷ ବର୍ଷ ଧରି 2G ଏବଂ 3G ମୋବାଇଲ୍ ନେଟୱାର୍କ ମଧ୍ୟରେ କଲ୍ ଏବଂ ମେସେଜ୍ ରୁଟ୍ କରିବା ପାଇଁ ବ୍ୟବହୃତ ହେଉଛି। ଏହି ଟେକ୍ନୋଲୋଜି ବ୍ୟବହାର କରି ଇରାନ ନିର୍ଦ୍ଦିଷ୍ଟ ମୋବାଇଲ୍ ନମ୍ବରଗୁଡ଼ିକୁ SS7 ପିଙ୍ଗ୍ ପଠାଇ ଲୋକେସନ ଟ୍ରାକ୍ କରୁଛି। ସାଇବର ସୁରକ୍ଷା ବିଶେଷଜ୍ଞ ଗ୍ୟାରି ମିଲର୍ ଏହାକୁ ଏକ ସମନ୍ୱିତ ଟ୍ରାକିଂ ଅଭିଯାନ କହିଛନ୍ତି।

ଇରାନ ସ୍ମାର୍ଟଫୋନରେ ବ୍ୟବହୃତ ଆଡଭାଟାଇଜିଂ ଟେକ୍ନୋଲୋଜିକୁ ମଧ୍ୟ ବ୍ୟବହାର କରୁଛି। ମୋବାଇଲ୍ କମ୍ପାନୀର ରୋମିଂ ବ୍ୟବସ୍ଥା ଏବଂ ଆଡ୍ ଆଇଡି ଜରିଆରେ ଆମେରିକୀୟ ସୈନିକଙ୍କ ଠିକଣା ଖୋଜିବାକୁ ବ୍ୟବହାର କରିଛି। ସେଣ୍ଟର ଫର ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ ର ସାଇବର୍ ସୁରକ୍ଷା ବିଶେଷଜ୍ଞ ନିକିତା ଶାହ କହିଛନ୍ତି ଯେ, ଏହି ଘଟଣା ଇରାନର ସାଇବର କ୍ଷମତା ଅଧିକ ବିକଶିତ ହୋଇଥିବା ପ୍ରମାଣିତ କରୁଛି। ତେବେ ଇରାନ ଯୁଦ୍ଧରେ ଡାଟା ଟ୍ରାକିଂର ଏତେ ବଡ଼ ଗୁରୁତ୍ଵପୂର୍ଣ୍ଣ ଭୂମିକା ନଥିବା ଆମେରିକୀୟ ଅଧିକାରୀ କହିଛନ୍ତି। 

ଆହୁରି ପଢନ୍ତୁ- ଟ୍ରମ୍ପଙ୍କ ସାଂଘାତିକ ଅଭିଯୋଗ, ଚୀନ ଚୋରି କରିଛି ୨୨ କୋଟି ଭୋଟରଙ୍କ ସମ୍ବେଦନଶୀଳ ତଥ୍ୟ

ରଥଯାତ୍ରା 2026 LIVE | ଦ୍ବିତୀୟ ଦିନରେ ପୁଣି ରଥଟଣା ଆରମ୍ଭ