ନୂଆଦିଲ୍ଲୀ,୨୦/୬ : ଇଂଲଣ୍ଡର ମହାନ ବ୍ୟାଟର ଜୋ ଋଟ ନ୍ୟୁଜିଲାଣ୍ଡ ବିପକ୍ଷ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ପାଳିରେ ନିଜ ୧୪,୦୦୦ଟେଷ୍ଟ ରନ ପୂରା କରିଛନ୍ତି । ସେହିଭଳି ସଚିନ ତେନ୍ଦୁଲକର ଟେଷ୍ଟରେ ସବୁଠାରୁ ଅଧିକ ରନ୍ କରିଥିବା ରେକର୍ଡ଼ ଭାଙ୍ଗିଛନ୍ତି ଏବଂ ଦ୍ରୁତଗତିରେ ଆଗକୁ ବଢୁଛନ୍ତି । ଏହି ଟେଷ୍ଟର ପ୍ରଥମ ପାଳିରେ ସେ ୪୬ରନ୍ କରିଥିଲେ । ସେ ଅର୍ଦ୍ଧଶତକରୁ ବର୍ତ୍ତି ଯାଇଥିଲେ କିନ୍ତୁ ଦ୍ବିତୀୟ ପାଳିରେ ନିଜ ଅର୍ଦ୍ଧଶତକ ପୂରା କରିଛନ୍ତି ।

ଜୋ ଋଟ ବିଶ୍ବର ଦ୍ବିତୀୟ ବ୍ୟାଟର ହୋଇଛନ୍ତି। ସେ ଟେଷ୍ଟ କ୍ରିକେଟରେ ୧୪,୦୦୦ରନର ସଂଖ୍ୟା ଛୁଇଁଛନ୍ତି । ତାଙ୍କ ବ୍ୟତୀତ କେବଳ ସଚିନ ତେନ୍ଦୁଲକର ଏଭଳି କରିଛନ୍ତି । ଯାହା ଏବେ ଟେଷ୍ଟରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ଅଛନ୍ତି । ଏହି ଲିଷ୍ଟରେ ଋଟ ଦ୍ବିତୀୟ ନମ୍ବରରେ ଅଛନ୍ତି । ତୃତୀୟ ନମ୍ବରରେ ରିକି ପଣ୍ଟିଂ ଅଛନ୍ତି । ଯିଏ ନିଜ ଟେଷ୍ଟ କ୍ୟାରିୟରରେ ୨୮୭ପାଳିରେ ପ୍ରାୟ ୧୩୩୭୮ ରନ୍ କରିଛନ୍ତି ।