ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କର୍ଣ୍ଣାଟକ କ୍ୟାବିନେଟ୍‌ରେ ଜାତି ଭିତ୍ତିକ ଜନଗଣନାକୁ ମିଳିଲା ଅନୁମୋଦନ , ୩୭ ଲକ୍ଷ ବାଦ୍ ପଡ଼ିଥିବା ଦାବି

Published By : Prameya | April 11, 2025 8:42 PM

ନୂଆଦିଲ୍ଲୀ : ଜାତି ଭିତ୍ତିକ ଜନଗଣନାର ଫଳାଫଳକୁ କର୍ଣ୍ଣାଟକ କ୍ୟାବିନେଟ୍‌ ଶୁକ୍ରବାର ସ୍ୱୀକାର କରି ନେଇଛି। ଏହି ରିପୋର୍ଟକୁ ନେଇ ୧୭ ଅପ୍ରେଲରେ ସ୍ପେଶାଲ କ୍ୟାବିନେଟ୍ ମିଟିଂରେ ବିସ୍ତୃତ ଭାବେ ଆଲୋଚନା ହେବ। ବର୍ତ୍ତମାନ ଜନଗଣନାର ଫଳକୁ ଗୁପ୍ତ ରଖାଯାଇଛି। ଆଇନ୍‌ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚକେ ପାଟିଲ କହିଛନ୍ତି ଯେ, ସବୁ କ୍ୟାବିନେଟ୍ ସଦସ୍ୟଙ୍କୁ ମିଟିଂ ପୂର୍ବରୁ ରିଭ୍ୟୁ ପାଇଁ ରିପୋର୍ଟ ପଠାଯାଇଛି। କିଛି ଲୋକ ୨୦୧୫ର ସର୍ଭେରେ ୩୭ ଲକ୍ଷ ଲୋକଙ୍କ ବାଦ୍‌ ଦିଆଯାଇ ଥିବା ପ୍ରସଙ୍ଗ ଉଠାଇଛନ୍ତି। ଏହାର ଉତ୍ତରରେ ପାଟିଲ କହିଛନ୍ତି , ସାଧାରଣ ଜନଗଣନାରେ ମଧ୍ୟ ଲୋକଙ୍କୁ ବାଦ୍‌ ଦିଆ ଯାଇଛି। ୯୪ ପ୍ରତିଶତ କଭରେଜ୍‌ ଏକ ବଡ଼ ନମ୍ୱର। ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶିବରାଜ ତଙ୍ଗଡଗି ସର୍ଭେର ପରିସରକୁ ଆହୁରି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଏହି ସର୍ଭେରେ ୫.୯୮ କୋଟି ଲୋକଙ୍କୁ କଭର କରାଯାଇଛି, ଯାହା ଏହି ସମୟର ଅନୁମାନିକ ୬.୩୫ କୋଟି ଜନସଂଖ୍ୟାର ୯୪.୧୭ ପ୍ରତିଶତ । ଏହିପରି କେବଳ ୩୭ ଲକ୍ଷ ଲୋକ ବାଦ୍‌ ପଡ଼ିଥିଲେ, ଅର୍ଥାତ୍‌ ୫.୮୩ % ଲୋକ ସର୍ଭେରେ ସାମିଲ ହୋଇ ପାରି ନଥିଲେ।

ଏହି ଜାତି ଭିତ୍ତିକ ଜନଗଣନାର ସର୍ଭେ ୨୦୧୫ରେ ସିଦ୍ଧରମୈୟାଙ୍କ ପ୍ରଥମ କାର୍ଯ୍ୟକାଳରେ ଆରମ୍ଭ ହୋଇଥିଲା। ଏହା ଏକ ବଡ଼ ପ୍ରୋଜେକ୍ଟ ଥିଲା, ଯେଉଁଥିରେ ୧.୬ ଲକ୍ଷରୁ ଅଧିକ କର୍ମଚାରୀମାନେ ୧୬୨ କୋଟି ଟଙ୍କାର ଖର୍ଚ୍ଚରେ ୧କୋଟିରୁ ଅଧିକ ଘରକୁ ଯାଇ ଥିଲେ। ସିଦ୍ଧରମୈୟା ଗତ ବର୍ଷ ଜୁନ୍‌ରେ ରିପୋର୍ଟକୁ ସ୍ୱୀକାର କରିବାକୁ ଘୋଷଣା କରିଥିଲେ , କିନ୍ତୁ ଏହାର ବିଷୟବସ୍ତୁ ଏବେସୁଦ୍ଧା ସାର୍ବଜନୀନ କରାଯାଇ ନାହିଁ । ଜଣେ ମନ୍ତ୍ରୀ କହିଛନ୍ତି କି, କ୍ୟାବିନେଟ୍‌ ବ୍ରିଫିଂରେ ସର୍ଭେର ବୈଜ୍ଞାନିକ ବୈଧତା ଉପରେ ଗୁରୁତ୍ୱ ଦିଆଯାଇ ଥିଲା। ବଡ଼ ସ୍ତରରେ ଏହାର କଭରେଜ୍‌ ଓ ପଦ୍ଧତିକୁ ଦର୍ଶାଇ ଏହାର ଅଧିକାରୀମାନେ ଏହାର ବିଶ୍ୱସନୀୟତାକୁ ସୁରକ୍ଷା ଦେଇଥିଲେ। 

ଲିଙ୍ଗାୟତ ଓ ଭୋକ୍କାଲିଗାସ୍‌ ଭଳି ପ୍ରଭାବଶାଳୀ ସଂପ୍ରଦାୟଗୁଡ଼ିକ ଦୀର୍ଘ ଦିନରୁ ଡାଟାର ସଠିକତା ଉପରେ ପ୍ରଶ୍ନ କରି ଆସୁଛନ୍ତି। ତାଙ୍କର କହିବାନୁସାରେ , ତାଙ୍କର ଜନସଂଖ୍ୟାକୁ ହ୍ରାସ କରାଇ ଦର୍ଶାଯାଇଛି। ଏହିପରି ସନ୍ଦେହ ୨୦୧୮ରେ ସେତେବେଳେ ଆରମ୍ଭ ହୋଇଥିଲା , ଯେତେବେଳେ କଥିତ ଭାବେ ଲିକ୍‌ ହୋଇଥିବା ତଥ୍ୟରେ କୁହାଯାଇଥିଲା କି ଭୋକ୍କାଲିଗା ୧୪ ପ୍ରତିଶତ ଓ ଲିଙ୍ଗାୟତ ୧୧ ପ୍ରତିଶତ , ଯାହା କି ସାଧାରଣ ଧାରଣା ଠାରୁ ଖୁବ୍‌ କମ୍‌। ଏହି ତଥ୍ୟରେ ଏହା ମଧ୍ୟ ଥିଲା କି ଅନୁସୂଚିତ ଜାତି ୧୯.୫ %, ମୁସଲିମ୍‌ ୧୬ % ଓ କୁରୁବା ୭ %। ସମୁଦାୟ ଭାବେ ଅନୁସୂଚିତ ଜାତି , ଜନଜାତି , ଓବିସି ମୁସଲିମ୍‌ ଓ କୁରୁବା ମିଶି ୪୭.୫ % ଜନସଂଖ୍ୟା ବିଶିଷ୍ଟ।

୬ ମନ୍ତ୍ରୀ ମିଟିଂରୁ ରହିଥିଲେ ଗାଏବ – 

କ୍ୟାବିନେଟ୍‌ ରିପୋର୍ଟକୁ ଆଜି ( ଶୁକ୍ରବାର) ଅନୁମୋଦନ କରିଛି, ହେଲେ ୬ ଜଣ ମନ୍ତ୍ରୀ ମିଟିଂକୁ ଆସି ନାହାନ୍ତି। ଏଥିରେ ଲିଙ୍ଗାୟତ (ଏସଏସ ମଲ୍ଲିକାର୍ଜୁନ , ଲକ୍ଷ୍ନୀ ହେବାଲକର ) , ଭୋକ୍କାଲିଗା (ଏମସି ସୁଧାକର) , କେ ଭେଙ୍କଟେଶ) , ଅନୁସୂଚିତ ଜାତି (ଆରବି ତିମ୍ମାପୁର) ଓ ଇଡିଗା ( ମଧୁ ବଙ୍ଗାରପ୍ପା) ବ୍ୟାକଗ୍ରାଉଣ୍ଡର ନେତା ସାମିଲ ଅଛନ୍ତି।  ହେଲେ ଏଚକେ ପାଟିଲ ସ୍ପଷ୍ଟ କରିଛନ୍ତି କି କ୍ୟାବିନେଟର ନିଷ୍ପତ୍ତି ଉପରେ କୌଣସି ମତଭେଦ ନଥିଲା । ସେ କହିଛନ୍ତି କି ସବୁ ମନ୍ତ୍ରୀମାନେ ଜାତି ବା ସଂପ୍ରଦାୟକୁ ପଛରେ ଛାଡ଼ି ନିଷ୍ପତ୍ତିକୁ ସ୍ୱୀକାର କରିଛନ୍ତି। କହି ରଖୁଛୁ କି , ଜାତି ଜନଗଣନା ମାମଲା ନିକଟରେ ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ସରଗରମ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.