ମୁମ୍ୱାଇ,୧୯/୦୬; ସୁପରଷ୍ଟାର ସଲମାନ ଖାନଙ୍କୁ ୬୦ ବର୍ଷ । ସେ ଏ ପର୍ଯ୍ୟନ୍ତ ଅବିବାହିତା । ତାଙ୍କର ବିବାହ କରିବାକୁ ଇଚ୍ଛା ନ ଥିବା ଚର୍ଚ୍ଚା ହୁଏ । ଆମିର ଖାନ ୬୧ ବର୍ଷରେ ତୃତୀୟ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସଲମାନ ଖାନ ଏକମାତ୍ର ନୁହଁନ୍ତି, ବରଂ ଇଣ୍ଡଷ୍ଟ୍ରିରେ ଜଣେ ବରିଷ୍ଠ ଅଭିନେତ୍ରୀ ମଧ୍ୟ ଅଛନ୍ତି ଯିଏକି ଅବିବାହିତ ଥିଲେ । ୬୦ ବର୍ଷ ବୟସରେ ବିବାହ କରିଥିଲେ । ବଲିଉଡ୍ ଫିଲ୍ମ 'ଲଗାନ' ଫେମ୍ ଅଭିନେତ୍ରୀ ସୁହାସିନୀ ମୁଲେଙ୍କ ବିବାହ ପୁଣି ଥରେ ଚର୍ଚ୍ଚାରେ ରହିଛି । ୬୦ ବର୍ଷରେ ବଧୂ ସାଜିଥିଲେ ଆମିର୍ ଖାନଙ୍କ ଅନ୍‌ସ୍କ୍ରିନ୍ ମା' । ଫେସ୍‌ବୁକ୍‌ ବନାଇଥିଲା ଯୋଡ଼ି । ସୁହାସିନୀଙ୍କୁ ଫେସବୁକରୁ ତାଙ୍କର ପ୍ରଥମ ପ୍ରେମ ମିଳିଥିଲା ।

୬୦ ବର୍ଷ ବୟସ । ସାଧାରଣତଃ ଏହି ବୟସରେ ପ୍ରାୟ ସମସ୍ତେ ଦାୟିତ୍ୱରୁ ମୁକ୍ତ ହୋଇ ବିଶ୍ରାମ ନେବାକୁ ପସନ୍ଦ କରନ୍ତି । କିନ୍ତୁ ଏ ବୟସରେ ଜଣେ ବିବାହ କରିବା ଚର୍ଚ୍ଚାରେ ରହିଛି । ଫିଲ୍ମ 'ଲଗାନ'ରେ ଆମିର ଖାନଙ୍କ ମା ଭୂମିକା ତୁଲାଇଥିବା ବରିଷ୍ଠ ଅଭିନେତ୍ରୀ ସୁହାସିନୀ ଲଭ୍ ଷ୍ଟୋରୀ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରୁ ସେ ତାଙ୍କ ପ୍ରେମ ପାଇଛନ୍ତି । ୬୦ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ୭୫ ଦିନରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସୁହାସିନୀ । ୧୫ ବର୍ଷ ପୂର୍ବେ ୬୦ ବର୍ଷ ବୟସରେ ବଧୂ ହୋଇଥିଲେ ସୁହାସିନୀ। ଆହୁରି ଆଲୋଚନା ହେଉଛି ଯେ, ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପ୍ରଥମ ପ୍ରେମ ମିଳିଥିଲା। ଜଣେ ସହ-କଳାକାରଙ୍କ ପରାମର୍ଶରେ ସୁହାସିନୀ ଫେସବୁକରେ ଯୋଗ ଦେଇଥିଲେ । ସେ କାମ ଖୋଜିବା ପାଇଁ ସେଠାକୁ ଆସିଥିଲେ । କିନ୍ତୁ ଭାଗ୍ୟ ତାଙ୍କୁ ତାଙ୍କ ପ୍ରେମ ସହିତ ଏକାଠି କରିଦେଲା । ତା'ପରେ, ସେମାନେ ୭୫ ଦିନ ମଧ୍ୟରେ ବିବାହ କରିବାକୁ ନିଷ୍ପତ୍ତି ନେଲେ ।

ସୁହାସିନୀ ଏବଂ ତାଙ୍କ ସ୍ୱାମୀ ଅତୁଲ ଫେସବୁକ୍‌ରେ ଭେଟ ହୋଇଥିଲେ । ଗୋଟିଏ ଦିନ, ଫେସବୁକ୍ରେ ସ୍କ୍ରୋଲ୍ କରିବା ସମୟରେ, ସେ "ପିପୁଲ ୟୁ ମେ ନୋ" ବିଭାଗରେ ଅତୁଲ ଗୁର୍ତୁଙ୍କ ପ୍ରୋଫାଇଲ୍ ଦେଖିଥିଲେ । ସୁହାସିନୀଙ୍କ ଅନୁସାରେ, "ସେ ଅତୁଲଙ୍କ ପ୍ରୋଫାଇଲ୍ ଦେଖିଲେ ଏବଂ ଭାବିଲେ, 'କି ପଦାର୍ଥବିଜ୍ଞାନୀମାନେ ମଧ୍ୟ ଫେସବୁକ୍ରେ ଅଛନ୍ତି କି ?' ସେ ସେତେବେଳେ ସ୍ୱିଜରଲ୍ୟାଣ୍ଡରେ ଏକ ପ୍ରୋଜେକ୍ଟରେ କାମ କରୁଥିଲେ । ସୁହାସିନୀଙ୍କର ସବୁବେଳେ ବିଜ୍ଞାନରେ ଆଗ୍ରହ ଥିଲା, ତେଣୁ ସେ ତାଙ୍କୁ ଏକ ମେସେଜ୍ ପଠାଇ ପ୍ରୋଜେକ୍ଟ ବିଷୟରେ ପଚାରିଥିଲେ । ସେହିଠାରୁ କଥାବାର୍ତ୍ତା ଆରମ୍ଭ ହେଲା । ଧୀରେ ଧୀରେ ଇମେଲ୍ ଏବଂ ମେସେଜ୍ ଆଦାନପ୍ରଦାନ ହୋଇଥିଲା । ଦୁହେଁ ପରସ୍ପରକୁ ବୁଝିବା ଆରମ୍ଭ କରିଥିଲେ ।

ଏହା ବି ପଢନ୍ତୁ...Odia Film : ଆଗରୁ ହଲ୍ ମିଳୁନଥିଲା, ଏବେ ହଲ୍ରୁ ସିନେମା ଉଠୁନି, ୫୦-୬୦ ଦିନ ଧରି ଆଗେଇ ଚାଲିଛନ୍ତି ‘ମୁରବି’, ‘କାଙ୍ଗୁଲା’ ଓ ‘ମନ୍ତ୍ରମୁଗ୍ଧ’    

ଅତୁଲଙ୍କ କଥା ଶୁଣି ଖୁସି ହୋଇଥିଲେ- ସୁହାସିନୀ କହିଛନ୍ତି ଯେ ଗୋଟିଏ ଦିନ, କଥାବାର୍ତ୍ତା ସମୟରେ, ଅତୁଲ ତାଙ୍କ ହୃଦୟର ସିକ୍ରେଟ୍ କହିଥିଲେ । ସେ ତାଙ୍କୁ କହିଥିଲେ ଯେ ସେ ଜଣେ ଜୀବନସାଥୀ ଖୋଜୁଛନ୍ତି । "ସେ କେବେ ସିଧାସଳଖ ପ୍ରସ୍ତାବ ଦେଇନଥିଲେ, କିନ୍ତୁ ସେ ନିଶ୍ଚିତ ଭାବରେ ଏହା ପ୍ରତି ଇସାରା କରିଥିଲେ।" "ଯେତେବେଳେ ମୁଁ ଜାଣିଲି ଯେ ସେ କାହାକୁ ଖୋଜୁଛନ୍ତି, ମୁଁ ମନେ ମନେ ହସିଦେଲି," ସେ କହିଲେ । ମୁଁ ଭାବିଲି, 'ଯଦି ମୁଁ ୬୦ ବର୍ଷ ମଧ୍ୟରେ ସଠିକ୍ ବ୍ୟକ୍ତି ପାଇନାହିଁ, ତେବେ ଏବେ ମୁଁ ହଠାତ୍ କିପରି ଜଣେ ପାଇବି ?'

ଜଣେ ବନ୍ଧୁ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ପରାମର୍ଶ ଦେଲେ- ସୁହାସିନୀ ଅତୁଲଙ୍କ ସହ କଥା ହୋଇଥିବା ନେଇ ଜଣେ ବନ୍ଧୁଙ୍କୁ କହିଥିଲେ । ବନ୍ଧୁ ପରାମର୍ଶ ଦେଲେ ଯେ, ଏହି ବୟସରେ ତାଙ୍କର ବିକଳ୍ପ ସୀମିତ । ଦ୍ୱାର ଖୋଲିବା ପୂର୍ବରୁ ବନ୍ଦ କରନାହିଁ । କଥାବାର୍ତ୍ତା ଜାରି ରଖ । ଯଦି ତୁମେ ତାଙ୍କୁ ପସନ୍ଦ କର ନାହିଁ, ତେବେ ତୁମେ ପଛକୁ ଫେରିପାରିବ । ଯେତେବେଳେ ଅତୁଲ ତାଙ୍କ ନମ୍ବର ମାଗିଲେ, ସେ ସ୍ପଷ୍ଟ ଭାବରେ କହିଲେ, "ଭଲ ଝିଅମାନେ ସେମାନଙ୍କର ନମ୍ବର ଅପରିଚିତ ଲୋକଙ୍କୁ ଦିଅନ୍ତି ନାହିଁ । ବନ୍ଧୁଙ୍କ ପରାମର୍ଶ ପରେ ଆଉ ବିଳମ୍ବ ନକରିବାକୁ ନିଷ୍ପତ୍ତି ନେଇଥିଲେ ଦୁହେଁ । ଜାନୁଆରୀ ୧୬, ୨୦୧୧ରେ, ସେମାନେ କୋର୍ଟରେ ବିବାହ କରିଥିଲେ । ପ୍ରଥମ ସାକ୍ଷାତର ମାତ୍ର ୭୫ ଦିନ ମଧ୍ୟରେ, ସେମାନେ ଜୀବନସାଥୀ ହୋଇଗଲେ । ସୁହାସିନୀ କହିଥିଲେ ଯେ, ତାଙ୍କ ମା' ଅତୁଲଙ୍କୁ ଭେଟି ବହୁତ ଖୁସି ହୋଇଥିଲେ । କହିଥିଲେ, "ତୁମେ ଜଣେ ଜ୍ଞାନୀ ବ୍ୟକ୍ତିଙ୍କୁ ବାଛିଛ।" ସୁହାସିନୀଙ୍କୁ ଏବେ ୭୫ ବର୍ଷ ବୟସ। ଅତୁଲଙ୍କ ତାଙ୍କ ବିବାହକୁ ୧୫ ବର୍ଷ ପୂରଣ ହୋଇଛି । ଦୁହେଁ ପରସ୍ପର ସହିତ ଖୁସିରେ ଅଛନ୍ତି ।